Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମା’ଭଗବତୀଙ୍କ ମନ୍ଦିରରେ “ନବାନ୍ନ” ଲାଗି: ନୂଆ ଧାନ ବିରିରୁ ପ୍ରସ୍ତୁତ ହେଲା ସମସ୍ତ ନୈବେଦ୍ୟ
ଆଜିର ଖବର

ମା’ଭଗବତୀଙ୍କ ମନ୍ଦିରରେ “ନବାନ୍ନ” ଲାଗି: ନୂଆ ଧାନ ବିରିରୁ ପ୍ରସ୍ତୁତ ହେଲା ସମସ୍ତ ନୈବେଦ୍ୟ

January 5, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ମା’ ଭଗବତୀ
ମା'ଭଗବତୀଙ୍କ ମନ୍ଦିରରେ "ନବାନ୍ନ" ଲାଗି: ନୂଆ ଧାନ ବିରିରୁ ପ୍ରସ୍ତୁତ ହେଲା ସମସ୍ତ ନୈବେଦ୍ୟ

ବାଣପୁର: ଆଜି ପବିତ୍ର ଧନୁ ଏକୋଇଶି ମାଘ କୃଷ୍ଣ ଦ୍ଵିତିୟା ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ ଅବସରରେ ବାଣପୁରର ଆରାଧ୍ୟା ଦେବୀ ମା’ ଭାଗବତୀଙ୍କୁ ଅର୍ପଣ କରାଗଲା “ନବାନ୍ନ”। ପୂର୍ବରୁ ମନ୍ଦିର ପାଞ୍ଜିଗଣକ ଶରତଚନ୍ଦ୍ର ପଣ୍ଡିତରାୟ ଲଗ୍ନ ସ୍ଥିର କରି ଶୁଭାଶୁଭ ନିର୍ଣ୍ଣୟ ପୂର୍ବକ ଆଜିର ଦିବସକୁ “ନବାନ୍ନ’ ଭାବରେ ପାଳନ କରିବାପାଇଁ ଚ଼ିଟାଉ ଦେଇଥିଲେ। ତଦନୁସାରେ ମା’ଙ୍କ ଜମିରୁ ଚଳିତ ବର୍ଷ ଆଦାୟ ହୋଇ ଖମାରକୁ ଆସିଥିବା ପ୍ରଥମ ଧାନରୁ ଚାଉଳ, ଚୁଡ଼ା, ଖଇଲିଆ ପ୍ରସ୍ତୁତ କରି ସେବାୟତମାନେ ଯୋଗାଇଦେଇଥିଲେ।

ଆଜି ପ୍ରତ୍ୟୁଷରୁ ପିତ୍ରାଳୟ ଶ୍ରୀଦକ୍ଷେଶ୍ଵର ମନ୍ଦିର ସହିତ ମା’ଙ୍କ ମନ୍ଦିର ଧୋପଖାଳ କରାଯାଇ ଶୋଧହୋଇଥିଲା।  ପାଳିଆ ମାଳି ସଞ୍ଜୟ ମହାପାତ୍ର ଓ ଅନ୍ୟାନ୍ୟ ସେବାୟତମାନେ ପ୍ରଭାତରୁ ମା’ଙ୍କ ସିଂହାସନ ପିଣ୍ଡି ଠାରୁ ଆରମ୍ଭ କରି ଗର୍ଭଗୃହ, ଭୋଗ ମଣ୍ଡପ ,ନାଟମନ୍ଦିର କୁ ଧୋଇ ଧାଇସଫା କରିଥିଲେ। ପରେ ମା’ଙ୍କୁ ତେଲହଳଦୀ ଲଗାଇ ଗଙ୍ଗାଜଳ,ଚନ୍ଦନ, ଅଗୁରୁ, କର୍ପୁର,ଗୋଲପ ଜଳ ଅଭିମନ୍ତ୍ରିତ ସୁବାଷିତ ଜଳରେ ଅଙ୍ଗରାଗ ମାଜଣା କରାଇ ନୂତନ ପାଟବସ୍ତ୍ର, ଅଳଙ୍କାର, ରଙ୍ଗବେରଙ୍ଗର ଗେଣ୍ଡୁ,ମନ୍ଦାରପୁଷ୍ପ ବେଲପତ୍ର ମାଳରେ ବେଶ କରାଇ ମହାପ୍ରସାଦ ଅର୍ପଣ କରାଇଥିଲେ। ପାର୍ଶ୍ଵଦେବାଦେବୀଙ୍କୁ ମଧ୍ୟ ସ୍ନାନ କରାଯାଇ ନୂତନ ବସ୍ତ୍ରରେ ବେଶ କରାଯାଇଥିଲା।

କିନ୍ତୁ ପରମ୍ପରା ଅନୁସାରେ ସବୁଦିନ ପରି ପ୍ରଭାତରେ ବଲ୍ଲଭ ଆଳତି ହୋଇନଥିଲା କି ସର୍ବସାଧାରଣଙ୍କ ନୈବେଦ୍ୟ ଲାଗି ହୋଇ ନ ଥିଲା। ବେଢ଼ାଖାଡ଼କା ପାଟ ଅଗଣା ରୋଶ ଘର ଦ୍ଵାର ଧୋଇଧାଇ ପରିସ୍କାର କରିଥିଲେ। ସୁଆର ସେବକ ସୁଧାଂଶୁ ପଣ୍ଡା ରୋଷଘରେ ଗୋବର ଚ଼ୁନଲିପି ପୁରୁଣା ଅଥର ବଦଳାଇ ନୂଆ ଅଥର ନୂଆ କନା ନେଇ ସବୁ ଶୋଧ କରିବା ପରେ ମା’ ଅନ୍ନପୂର୍ଣ୍ଣା ଭଗବତୀ ଙ୍କପାଖରେ ସମର୍ପିତହୋଇ ପାଦତଳୁ ଦୀପନେଇ ରୋଷ ଚୁଲି ଲଗାଇ ନୂଆ ହାଣ୍ଡିରେ ସବୁ ନୈବେଦ୍ୟ ପ୍ରସ୍ତୁତ କାର୍ଯ୍ୟ ଆରମ୍ଭ କରିଥିଲେ। ସେଥିମଧ୍ୟରେ ନୂଆଲିଆ ଗୁଡ଼ଘିଅ ନଡ଼ିଆ ମସଲାରୁ ପ୍ରସ୍ତୁତବଲ୍ଲଭ, ନୂଆ ଚାଉଳର ଖେଚେଡ଼ି ,ଡାଲି,ମାଛ ମହୁର, ଶାଗମୁଗ, ଆମ୍ବିଳ, ଖିରୀ, ନୂଆ ବିରିଚାଉଳରୁ ପ୍ରସ୍ତୁତ ଏଣ୍ଡୁରୀ,ମାଠପୁଳି,ନୂଆଚୁଡ଼ାରୁ ପ୍ରସ୍ତୁତଘଷା ବିଡ଼ିଆ, ନୂଆଲିଆ ରୁ ପ୍ରସ୍ତୁତ ଖଇ ମୁଆଁ, ଫଳମୂଳ ଇତ୍ୟାଦି ଠା କରି ଘଣ୍ଟକାହାଳି ବାଜି ପୂଜକ ସାଆନ୍ତ ପ୍ରସନ୍ନ ମହାପାତ୍ର ଏକା ଥରକେ ବଲ୍ଲବ ଧୂପ ଓ ମଧ୍ୟାହ୍ନଧୂପକରାଇ ଧୂପ ଆଳତି ବଢାଇଥିଲେ।ପରମ୍ପରା ଅନୁସାରେ ବର୍ଷକେ ଥରେ ନୂଆଖାଇ ପାଇଁ ମନ୍ଦିର ଚଳଚଞ୍ଚ ଳ ହୋଇଉଠେ।

ଏହିଦିନ ସମସ୍ତ ନିଯୋଗୀ ସେବାୟତ ଆନନ୍ଦ ଉଲ୍ଲାସର ସହିତ ଏକାଠି ବସି ନବାନ୍ନ ପ୍ରସାଦ ସେବନ କରିବାର ଅନନ୍ୟ ପରମ୍ପରା ମା’ ଭାଗବତୀଙ୍କପୀଠରେହିଁ ରହିଛି। ଧୂପ ପରେ ପାର୍ଶ୍ଵଦେବା ଦେବୀ, ଶ୍ରୀଗଣେଶ, ଶ୍ରୀକାର୍ତ୍ତିକ ,ଶ୍ରୀଦୁର୍ଗା, ଭୁବନେଶ୍ୱରୀ, ବିରଜା, ତ୍ରିପୁରାସୁନ୍ଦରୀ, ପୋଲକାଶୁଣି, ବିରିଜାଇ ପ୍ରଭୁତି ଦେବାଦେବୀଙ୍କ ନିକଟରେ ନବାନ୍ନ ଗୁଣ୍ଡା ଭୋଗ କରାଯାଇ ସେବାୟତମାନେ ନବାନ୍ନ ପ୍ରସାଦ ସେବନ କରିଥିଲେ।ମା’ଙ୍କ ଏହି ଦୁର୍ଲଭ ନବାନ୍ନ ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳଆଗ୍ରହ ଦେଖିବାକୁ ମିଳିଥିଲା।

ସେହିପରି ପିତ୍ରାଳୟଦକ୍ଷେଶ୍ଵର ମନ୍ଦିରରେ ମଧ୍ୟ ଏକ ସମୟରେ , ପାଳିଆମାଳି ମୁନାନାୟକ, ସୁକାନ୍ତ ନାୟକ, ଏବଂସୁଆରରଞ୍ଜନ ଷଡ଼ଙ୍ଗୀଙ୍କ ଦ୍ଵାରା ପ୍ରସ୍ତୁତ ନୈବେଦ୍ୟ ପୂଜକ ସାଆନ୍ତ ନିରଞ୍ଜନ ମହାପାତ୍ର ସମ୍ମିଳିତ ଭାବରେ ଶ୍ରୀଚ଼ନ୍ଦ୍ରଶେଖର, ମା’କନକ ଦୁର୍ଗା,ଶ୍ରୀ ଗୋପୀନାଥ, ଶ୍ରୀକଳିଯୁଗେଶ୍ୱର ଏବଂ ମା’ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣି ସମ୍ଵେଶ୍ଵରୀଙ୍କୁ ନୂଆଖେଚଡ଼ି , ଡାଲି , ବେଶର, ମହୁର, ଶାଗମୁଗ, ଆମ୍ବିଳ, ଖିରୀ ,ନୂଆ ବିରିଚାଉଳର ଏଣ୍ଡୁରୀ,ମାଠପୁଳି,ଧୂପ କରାଇ ବେଢ଼ାରେ ଥିବା ବେଢ଼ା ହନୁମାନ, ଅନନ୍ତ ବାସୁଦେବ, ବୁଢ଼ାଲିଙ୍ଗ, ମା’ବୁଢ଼ିଠାକୁରାଣୀ ଓ ପାର୍ଶ୍ଵଦେବ ଶ୍ରୀଗଣେଶ, ଶ୍ରୀକାର୍ତ୍ତିକ, ମା’ ପାର୍ବତୀଙ୍କୁ ମଧ୍ୟ ନବାନ୍ନ ଗୁଣ୍ଡା ଭୋଗ ଲାଗି କରିଥିଲେ। ପ୍ରକାଶ ଥାଉକି ବର୍ଷ କରେ ଥରେ ଏହିଦିନ ମା’ଙ୍କ ନବାନ୍ନଧୂପ ନ ହେବା ଯାଏ ବାହାରର କୌଣସି ଯଜମାନି ଭୋଗ (ମୁଆଁ, ନଡ଼ିଆ, କଦଳୀ ଫଳମୂଳ) ଇତ୍ୟାଦି ମା’ଙ୍କ ପାଖରେ ଲାଗି ହୁଏ ନାହିଁ।ପଶ୍ଚିମଓଡ଼ିଶାର ଦେବା ଦେବୀଙ୍କ ପୀଠରେ ଭାଦ୍ରବମାସରେ ଏବଂ ବର୍ଷର ଦଶହରା ଓ ବିଛା ମାସରେ ଉତ୍କଳର ସର୍ବତ୍ର ଦେବାଦେବୀଙ୍କ ପୀଠରେ ନବାନ୍ନ ଲାଗି ହେଉଥିବାବେଳେ ମା’ଭଗବତୀଙ୍କ ପୀଠରେ କେବଳ ଧନୁମାସରେ “ନବାନ୍ନ” ଲାଗି ହେବାର ନିଆରା ପରମ୍ପରା କାହିଁ କେଉଁ ପ୍ରାଚୀନ କାଳରୁ ଚଳି ଆସିଛି ବୋଲି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦଦାସ ପ୍ରକାଶ କରିଛନ୍ତି। ମନ୍ଦିର କାର୍ଯ୍ୟାଳୟର କର୍ମଚ଼ାରୀ ସୁରେନ୍ଦ୍ରକୁମାର ସାହୁ, ଅକ୍ଷୟ କୁମାର ମିଶ୍ର, ଅଶ୍ୱିନୀ ମିଶ୍ର, କମଳମିଶ୍ର ଏହାକୁ ପରିଚାଳନା କରିଥିଲେ।

କୃଷ୍ଣ ଦ୍ଵିତିୟା ଧନୁ ଏକୋଇଶି ନବାନ୍ନ ଲାଗି ମା'ଭଗବତୀ ଶ୍ରୀଜଗନ୍ନାଥଙ୍କ ପୁଷ୍ୟାଭିଷେକ
Share. Facebook Twitter LinkedIn Email WhatsApp Copy Link

Related Posts

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026

ନିଶ୍ଚିତ ହେଲା କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ ତମ କିସ୍ତି?: ଜାଣନ୍ତୁ…

March 11, 2026

ବିଜେଡ଼ି ଛାଡ଼ିଲେ ବାଲେଶ୍ଵର ସଦର ବ୍ଲକ ଅଧ୍ୟକ୍ଷା

March 11, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ଉପରେ ଡିଜିଟାଲ ଭିଡିଓ ପ୍ରଦର୍ଶନ କାର୍ଯ୍ୟକ୍ରମ

March 11, 2026

ସରକାରଙ୍କ ବଡ ନିଷ୍ପତ୍ତି: ୧୧,୬୮୨ଟି ନୂତନ MBBS ସିଟ୍ ଏବଂ ୪୩ଟି ନୂତନ ମେଡିକାଲ୍ କଲେଜକୁ ମଞ୍ଜୁରୀ

March 11, 2026

ହାଇଦ୍ରାବାଦରୁ ଫୁକେଟ୍ ଯାଉଥିବା ଏୟାର ଇଣ୍ଡିଆ ବିମାନର ହାର୍ଡ ଲ୍ୟାଣ୍ଡିଂ: ଭାଙ୍ଗିଲା ନୋଜ୍ ଗିଅର୍

March 11, 2026

ସୂର୍ଯ୍ୟକୁମାର ଯାଦବଙ୍କ ପରେ କିଏ ହେବେ ଟିମ୍ ଇଣ୍ଡିଆର ନୂଆ ଟି-୨୦ ଅଧିନାୟକ?: ଜାଣନ୍ତୁ

March 11, 2026

ନିଶ୍ଚିତ ହେଲା କେବେ ମିଳିବ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୨ ତମ କିସ୍ତି?: ଜାଣନ୍ତୁ…

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.