Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହୋତ୍ସବର ଭବ୍ୟ ଉଦଘାଟନ
ଆଜିର ଖବର

ରଣପୁର ମହୋତ୍ସବର ଭବ୍ୟ ଉଦଘାଟନ

January 5, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଣପୁର ମହୋତ୍ସବର ଭବ୍ୟ ଉଦଘାଟନ
ରଣପୁର ମହୋତ୍ସବର ଭବ୍ୟ ଉଦଘାଟନ

ରଣପୁର: ସୋମବାର ସକାଳ ୮ ଘଟିକା ସମୟରେ ରଣପୁର ମହୋତ୍ସବର ଉଦଘାଟନୀ କାର୍ଯ୍ୟକ୍ରମ ଅତ୍ୟନ୍ତ ଭକ୍ତିମୟ ଓ ଉତ୍ସାହପୂର୍ଣ୍ଣ ପରିବେଶରେ ଆରମ୍ଭ ହୋଇଛି। ମା’ ମଣିନାଗଙ୍କ ପୀଠରୁ ରଣପୁର ପଞ୍ଚୁଦୋଳ ପଡିଆ ସ୍ଥିତ ଶହୀଦ ରଘୁଦିବାକର ମଣ୍ଡପ ପର୍ଯ୍ୟନ୍ତ ଏକ ଗଣ ଦୌଡ଼ ଆୟୋଜିତ ହୋଇଥିଲା।

ଏହି ଅବସରରେ ଓଡ଼ିଶାର ବାଚସ୍ପତି ମା’ ମଣିନାଗଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପତାକା ଦେଖାଇ ଗଣ ଦୌଡ଼ର ଶୁଭାରମ୍ଭ କରିଥିଲେ। ଗଣ ଦୌଡ଼ରେ ବହୁ ସଂଖ୍ୟାରେ ଯୁବକ-ଯୁବତୀ ଓ ସ୍ଥାନୀୟ ଲୋକେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ।

ଏହା ପରେ ଗଡ଼ବାଣିକିଲୋ, ଦର୍ପଣନାରାୟଣପୁର, ମୟୂରଝାଲିଆ, ଡିମିରିଆ ଆଦି କଲେଜରୁ ଆସିଥିବା ଛାତ୍ରଛାତ୍ରୀମାନେ ଶହୀଦ ଜ୍ୟୋତି ଆଣି ରଣପୁର ପଞ୍ଚୁଦୋଳ ମଣ୍ଡପରେ ପହଂଚିଥିଲେ। ସେହି ସମୟରେ ଆଖପାଖ ଅଞ୍ଚଳର ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀମାନେ ମଧ୍ୟ ମହୋତ୍ସବ ପଡିଆରେ ପହଂଚି ଉତ୍ସବର ଆକର୍ଷଣ ବଢ଼ାଇଥିଲେ।

ପରେ ଏକ ଭବ୍ୟ ଶୋଭାଯାତ୍ରା ମାଧ୍ୟମରେ ଶହୀଦ ଜ୍ୟୋତିଗୁଡ଼ିକୁ ମହୋତ୍ସବ ପଡିଆକୁ ନିଆଯାଇଥିଲା। ଶହୀଦମାନଙ୍କ ସ୍ମୃତିକୁ ସମ୍ମାନ ଜଣାଇ ସେଠାରେ ମଞ୍ଚ ପୂଜା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଭକ୍ତି, ଦେଶପ୍ରେମ ଓ ସାଂସ୍କୃତିକ ଉତ୍ସାହର ସମନ୍ୱୟ ସହ ରଣପୁର ମହୋତ୍ସବର ଏହି ଉଦଘାଟନୀ କାର୍ଯ୍ୟକ୍ରମ ଉପସ୍ଥିତ ଜନସାଧାରଣଙ୍କ ମନକୁ ଆନନ୍ଦ ଓ ଗର୍ବରେ ଭରିଦେଇଥିଲା।

ସନ୍ଧ୍ୟାବେଳେ ରଣପୁର ମହୋତ୍ସବ ପଡିଆ ଉତ୍ସବମୟ ପରିବେଶରେ ଗୁଞ୍ଜରି ଉଠିଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଆଞ୍ଚଳିକ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ଲୋକନୃତ୍ୟ, ଦେଶଭକ୍ତିମୂଳକ ଗୀତ ଓ ନାଟ୍ୟ ପରି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଛୋଟ ଛୋଟ ଶିଶୁମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଓ ଆଞ୍ଚଳିକ କଳାକାରଙ୍କ ଦକ୍ଷତା ଦର୍ଶକମାନଙ୍କୁ ବେଶ ଆକୃଷ୍ଟ କରିଥିଲା।

ଏହା ପରେ ମହୋତ୍ସବର ପ୍ରଥମ ଦିବସର ସଭାକାର୍ଯ୍ୟ ମହୋତ୍ସବର ଅଧ୍ୟକ୍ଷା ତଥା ଓଡ଼ିଶାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସଭାରେ ମୁଖ୍ୟ ଅତିଥି ଭାବେ ପୁରୀ ସାଂସଦ ସମ୍ବିତ ପାତ୍ର ଯୋଗ ଦେଇ ରଣପୁରର ସାଂସ୍କୃତିକ ପରମ୍ପରା ଓ ମହୋତ୍ସବର ଗୁରୁତ୍ୱ ସମ୍ପର୍କରେ ମତ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ତଥା ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ରଣପୁର ବିଜ୍ଞାପିତ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରଙ୍ଗୀନ ମହାନ୍ତି ଓ ଗୋପାଳପୁର ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ତରେଇ ପ୍ରମୁଖ ଯୋଗ ଦେଇ ମହୋତ୍ସବର ସଫଳତା କାମନା କରିଥିଲେ। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ସଂଚାଳନ କରିଥିଲେ। ସଙ୍ଗୀତ କଳା ବିଦ୍ୟା ନିକେତନ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ।

ମଞ୍ଚାସିନ ଅତିଥିଙ୍କୁ ପ୍ରତି ଉପହାର ସ୍ୱରୂପ ଗୀତା ପୁସ୍ତକ ଓ ଇତିହାସର ମୁକସାକ୍ଷୀ ରଣପୁର ଠେଙ୍ଗାକୁ ସ୍ମୃତି ଭାବେ ଉପହାର ଦିଆ ଯାଇଥିଲା।

ସଭାକାର୍ଯ୍ୟ ପରେ ପୁରୀର ପ୍ରସିଦ୍ଧ ଫିଟ୍ ଫାଇଟର ଗ୍ରୁପ ଦ୍ୱାରା ରୋମାଞ୍ଚକର ମାଲଖମ୍ବ ନୃତ୍ୟ ପରିବେଷଣ କରାଯାଇଥିଲା, ଯାହା ଦର୍ଶକମାନଙ୍କ ମଧ୍ୟରେ ଭାରି ଉତ୍ସାହ ସୃଷ୍ଟି କରିଥିଲା।

ରାତିରେ ବିଶିଷ୍ଟ ସୁଗମ ସଙ୍ଗୀତ ଗାୟିକା ଇରା ମହାନ୍ତି ଓ ତାଙ୍କ ଟିମ୍‌ ଦ୍ୱାରା ପରିବେଷିତ ସୁମଧୁର ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ମନୋରଞ୍ଜନରେ ବାନ୍ଧି ରଖିଥିଲା। ତାଙ୍କର ଗୀତର ସ୍ୱର ଓ ଭାବ ମହୋତ୍ସବ ପଡିଆକୁ ଏକ ସ୍ମରଣୀୟ ସନ୍ଧ୍ୟାରେ ପରିଣତ କରିଦେଇଥିଲା।

ଗଣ ଦୌଡ଼ ଓ ଶହୀଦ ଜ୍ୟୋତି ରଣପୁର ମହୋତ୍ସବ ସୁଗମ ସଙ୍ଗୀତ
Share. Facebook Twitter LinkedIn Email WhatsApp Copy Link

Related Posts

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ସନ୍ଦେହଜନକ ବାଂଲାଦେଶୀ ପାରା ଉଦ୍ଧାର, ବେତନଟୀ ବନ ବିଭାଗକୁ ହସ୍ତାନ୍ତର

September 15, 2026
Latest News

ଚାରିଟି ଗତି ଶକ୍ତି କାର୍ଗୋ ଟର୍ମିନାଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କଲେ କେନ୍ଦ୍ର ରେଳମନ୍ତ୍ରୀ

September 16, 2026

ଗେଭ୍ରା କୋଇଲା ଖଣି ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

September 16, 2026

ରାଶିଫଳ: ସେପ୍ଟେମ୍ବର ୧୬ ତାରିଖ ବୁଧବାରରେ ପାଞ୍ଚୋଟି ରାଶିକୁ ମିଳିବ ଶକ୍ତିଶାଳୀ ସହଯୋଗ

September 16, 2026

ବିହାର NDAରେ UCCକୁ ନେଇ ମତଭେଦ! ସେପ୍ଟେମ୍ବର ୧୮ରେ JDUର ବଡ଼ ବୈଠକ

September 15, 2026

ପ୍ରଥମଥର ସ୍ୱୀକାର କଲା ୱାଶିଂଟନ୍‌, ମହାକାଶରେ ଆମେରିକାର ଅସ୍ତ୍ର !

September 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.