ଭୁବନେଶ୍ଵର: ଆଜି ଲୋକସେବା ଭବନସ୍ଥିତ ବୈଠକ ଗୃହରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସ ଶାସନ ସଚିବଅନୁ ଗର୍ଗଙ୍କ ସହ ଜାତୀୟ ଅନୁସୂଚିତ ଜନଜାତି କମିଶନ (ଏନସିଏସଟି)ଙ୍କ ସଦସ୍ୟା ଡଃ. ଆଶା ଲାକ୍ରାଙ୍କ ଉପସ୍ଥିତିରେ ଏକ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମିଶନର ସଦସ୍ୟା ଉପସ୍ଥିତ ରହି ଅନୁସୂଚିତ ଜନଜାତିଙ୍କ ନିମନ୍ତେ ଓଡ଼ିଶା ରାଜ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି। ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ଆୟୁକ୍ତ ତଥା ଶାସନ ସଚିବ ବି.ପରମେଶ୍ବ ମେଶ୍ବରନ ଏବଂ ଏହି ବିଭାଗ ସମେତ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ବିଶେଷ କରି ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଛନ୍ତି କମିଶନ ସଦସ୍ୟ। ଏଥିରେ ଜନଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ଗୁଣାତ୍ମକ ଆବାସିକ ଶିକ୍ଷା ପ୍ରଦାନ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବାଳିକା ହଷ୍ଟେଲରେ ମହିଳା ମାଟ୍ରନ, ପାଚେ ଚେରୀ ନିର୍ମାଣ, ଶୌଚାଳୟ ନିର୍ମାଣ ନିର୍ମାଣ ଆଦିକୁ ଗୁରୁତ୍ବ ଦିଆଯାଇଛି। ସେହିପରି ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆ ଆଶ୍ରମ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ସେବାଶ୍ରମ ସମ୍ପର୍କରେ ରେ ଆଲୋଚନା କରାଯାଇଛି। ଏଯାବତ୍ ବିଭାଗ ଅଧିନରେ ୧୭୬୫ ସ୍କୁଲ କାର୍ଯ୍ୟ କରୁଛି। ଏଥିସହ ବ୍ୟକ୍ତିଗତ ଏବଂ ଗୋଷ୍ଠୀଗତ ଜଙ୍ଗଲ ଅଧିକାରରେ ରରେ ରାଜ୍ୟ ସରକାରଙ୍କ ସଫଳତା ସମ୍ପର୍କରେ ବିଭାଗୀୟ ସଚିବ ଅବଗତ କରାଇଛନ୍ତି। କହିଛନ୍ତି, ଅକ୍ଟୋବର ୨୦୨୫ ସୁଦ୍ଧା ସୁଦ୍ଧା ୭.୩୨ ଲକ୍ଷ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ଆବେଦନ ଗ୍ରହଣ କରାଯାଇଥିବା ବେଳେ ୪.୬୪ ଲକ୍ଷ ବ୍ୟକ୍ତିଗତ ଜଙ୍ଗଲ ଜମି ଅଧିକାର ପ୍ରଦାନ କରାଯାଇଛି।


