Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏମ୍ସରେ ଜେଟ୍‌ଲୀଙ୍କୁ ସାକ୍ଷାତ କଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ
ଆଜିର ଖବର

ଏମ୍ସରେ ଜେଟ୍‌ଲୀଙ୍କୁ ସାକ୍ଷାତ କଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ

August 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୂର୍ବତନ ଅର୍ଥ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କୁ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା(ଏମ୍ସ)ରେ ଭର୍ତ୍ତି କରାଯାଇଛି। ଅରୁଣ ଜେଟଲୀଙ୍କୁ ଶୁକ୍ରବାର  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି  ଏମ୍ସ ଅରୁଣ ଜେଟଲୀଙ୍କ ମେଡିକାଲ ବୁଲେଟିନ୍ ମଧ୍ୟ ଜାରି କରିଛି। ଏମ୍ସର କହିବା କଥା ଅରୁଣ ଜେଟଲୀଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ଏବେ ସେ ଆଇସିୟୁରେ ଅଛନ୍ତି। ଶନିବାର ସକାଳୁ ସକାଳୁ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଏମ୍ସରେ ପହଞ୍ଚି ଜେଟ୍‌ଲୀଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ସୂଚନା ମୁତାବକ ନିଃଶ୍ଵାସ ପ୍ରଶ୍ଵାସରେ କଷ୍ଟ ଅନୁଭବ କରିବା ପରେ ଅରୁଣ ଜେଟଲୀଙ୍କୁ ଶୁକ୍ରବାର ଏମ୍ସରେ ଭର୍ତ୍ତି କରାଯାଇଥିଲା।  ଅରୁଣ ଜେଟଲୀଙ୍କ ଚିକିତ୍ସା ଟ୍ରିଟମେଣ୍ଟ ଆଣ୍ଡ୍ରୋକ୍ରିନୋଲୋଜିଷ୍ଟ ନେଫ୍ରୋଲୋଜିଷ୍ଟ ଓ କାର୍ଡିଅଲୋଜିଷ୍ଟ ଡାକ୍ତରଙ୍କ ତତ୍ଵାବଧାନରେ ଚାଲିଛି।   ଜେଟଲୀଙ୍କ ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ଵାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ, ଗୃହ ମନ୍ତ୍ରୀ ଅମିତ୍ ଶାହା ଓ ବାଚସ୍ପତି ଓମ ବିର୍ଲା ମଧ୍ୟ ଏମ୍ସ ପହଞ୍ଚିଥିଲେ।  ଦୁଇ ବର୍ଷ ହେବ ଅରୁଣ ଜେଟଲୀ ଅସୁସ୍ଥ ଅଛନ୍ତି। ସେ ସଫ୍ଟ  ଟିସୁ କର୍କଟ ରୋଗରେ ପୀଡ଼ିତ ଅଛନ୍ତି। ଅରୁଣ ଜେଟଲୀ ଗତ ମୋଦି ସରକାରରେ ଅର୍ଥ ମନ୍ତ୍ରଣାଳୟ ସହିତ କିଛି ସମୟ ପାଇଁ ପ୍ରତିରକ୍ଷା ବିଭାଗ ମଧ୍ୟ ସମ୍ଭାଳିଥିଲେ। ମାତ୍ର ଅସୁସ୍ଥତା କାରଣରୁ ଏଥର ସେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇନଥିଲେ। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ମନ୍ତ୍ରିମଣ୍ଡଳରେ ସାମିଲ ହେବାକୁ ମନା କରି ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026
Latest News

ବିରିଘାଟରେ ଛାତ ଉପରେ ଫସିଥିବା ଲୋକଙ୍କ ନିକଟରେ ପହଞ୍ଚିଲା ଉଦ୍ଧାରକାରୀ ଦଳ

July 30, 2026

ସମ୍ ହସ୍ପିଟାଲ୍ ପକ୍ଷରୁ ଭୁବନେଶ୍ୱର କୋର୍ଟ ପରିସରରେ ବିଶାଳ ସ୍ୱାସ୍ଥ୍ୟ ଶିବିର ଆୟୋଜିତ

July 30, 2026

ରାଜ୍ୟସ୍ତରୀୟ କବିତା ଆବୃତ୍ତି ପ୍ରତିଯୋଗିତାରେ ରଣପୁରର ସମୀକ୍ଷାଙ୍କ ସଫଳତା

July 30, 2026

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.