ଭୁବନେଶ୍ଵର: 2026-27 ଆର୍ଥିକ ବର୍ଷ ବଜେଟ୍ ପ୍ରସ୍ତୁତି ନିମନ୍ତେ ଜନସାଧାରଣଙ୍କ ଠାରୁ ମତାମତ ଆହ୍ୱାନ କରିଛି ଅର୍ଥ ବିଭାଗ। ରାଜ୍ୟ ସରକାରଙ୍କର ବଜେଟ୍ ପ୍ରସ୍ତୁତି କାର୍ଯ୍ୟକ୍ରମରେ ସକ୍ରିୟ ଯୋଗଦାନ କରିବା ଲାଗି ସାମାଜିକ ଗଣମାଧ୍ୟମ, ୱେବ୍-ପୋର୍ଟାଲ୍, ଇ ମେଲ୍ ଜରିଆରେ ଜନସାଧାରଣଙ୍କ ପରାମର୍ଶ ଲୋଡାଯାଇଛି। ସାଧାରଣ ଲୋକେ ଏହି ପରାମର୍ଶ ଗୁଡିକ ଇ-ମେଲ୍ [email protected] ଠିକଣାରେ ପଠାଇ ପାରିବେ।
ସେହିପରି ବଜେଟ୍ ସମ୍ୱନ୍ଧୀୟ ମତାମତ WhatsApp ନମ୍ବର 9438161111 ଏବଂ ବିଭାଗର ସାମାଜିକ ଗଣମାଧ୍ୟମରେ ନିଜର ମତାମତ ଦେଇପାରିବେ। ଆସନ୍ତା 31 ଜାନୁୟାରୀ, 2026 ପର୍ଯ୍ୟନ୍ତ ଲୋକେ ନିଜର ବହୁମୂଲ୍ୟ ପରାମର୍ଶ ଦେବା ନେଇ ସମୟ ଧାର୍ଯ୍ୟ କରାଯାଇଛି।


