ନୂଆଦିଲ୍ଲୀ: ପୁରୁଣା ଦିଲ୍ଲୀରେ ବେଆଇନ ନିର୍ମାଣ ଭଙ୍ଗା ଅଭିଯାନ ସମୟରେ ଘଟିଥିବା ପଥର ଫିଙ୍ଗା ଘଟଣାରେ ଦିଲ୍ଲୀ ପୋଲିସ ପାଞ୍ଚ ଜଣଙ୍କୁ ଅଟକ ରଖି ମାମଲା ରୁଜୁ କରିଛି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଡେପୁଟି ପୋଲିସ କମିଶନର ନିଧିନ ୱଲସନ କହିଛନ୍ତି ଯେ, ଦିଲ୍ଲୀ ମହାନଗର ନିଗମ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭଙ୍ଗା ଅଭିଯାନ ଚଳାଇଛି। ସେ ଆହୁରି କହିଛନ୍ତି ଯେ, ଏହି ଘଟଣାରେ ପାଞ୍ଚ ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି। ଦଙ୍ଗା, ସରକାରୀ କର୍ମଚାରୀଙ୍କ ଉପରେ ଆକ୍ରମଣ ଏବଂ ସାଧାରଣ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଜଡିତ ଧାରା ଅନୁଯାୟୀ ଏଫଆଇଆର ରୁଜୁ କରାଯାଇଛି।


