Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ
ଆଜିର ଖବର

୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ

January 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୭୦ତମ "ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫" ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ
୭୦ତମ "ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫" ରେ ସମ୍ମାନିତ ହେଲେ ୧୦୦ କର୍ମଚାରୀ

ଭୁବନେଶ୍ୱର: ନୂଆଦିଲ୍ଲୀର ଦ୍ୱାରକାସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର (ଯଶୋଭୂମି) ରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଭାରତୀୟ ରେଳବାଇ ୧୦୦ ଜଣ ଅତୁଳନୀୟ କର୍ମଚାରୀ ଏବଂ ଅଧିକାରୀଙ୍କୁ ୭୦ତମ “ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫” ରେ ସମ୍ମାନିତ କରିଛି। ଏହି ପୁରଷ୍କlର ଗୁଡ଼ିକ କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ତଥା ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ରେଳ ରାଜ୍ୟ ଏବଂ ଜଳ ଶକ୍ତି ରାଜ୍ୟମନ୍ତ୍ରୀ ଭି ସୋମନ୍ନା, ରେଳ ରାଜ୍ୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଜ୍ୟମନ୍ତ୍ରୀ ରବନୀତ ସିଙ୍ଗ, ରେଳବୋର୍ଡ ଅଧ୍ୟକ୍ଷ ଓ ସିଇଓ ସତୀଶ କୁମାର, ରେଳବୋର୍ଡର ସଦସ୍ୟମାନେ ଏବଂ ବିଭିନ୍ନ ରେଳ ଜୋନ ଓ ଉତ୍ପାଦନ ୟୁନିଟ୍ ର ମହାପ୍ରବନ୍ଧକ ମାନେ ଉପସ୍ଥିତ ଥିଲେ।

ପ୍ରତିଷ୍ଠିତ ୭୦ତମ ଅତି ବିଶିଷ୍ଟ ରେଳ ସେବା ପୁରସ୍କାର–୨୦୨୫ ସମାରୋହରେ ପୂର୍ବ ତଟ ରେଳପଥର ଅଧିକାରୀ ଓ କର୍ମଚାରୀମାନେ ସମ୍ମାନିତ ହୋଇ ସଂଗଠନକୁ ଗୌରବାନ୍ୱିତ କରିଛନ୍ତି।ବ୍ୟକ୍ତିଗତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କ ମଧ୍ୟରେ ପୂର୍ବ ତଟ ରେଳପଥ ର ଉପମୁଖ୍ୟ ସଂକେତ ଏବଂ ଦୂରସଂଚାର ଯନ୍ତ୍ରୀ ଏସ. ଶ୍ରୀନିବାସ ରାଓ, ଲୋକୋ ପାଇଲଟ୍ ଗୁଡ୍ସ (ଇଲେକ୍ଟ୍ରିକଲ) ସକଲ ଦେଓ ରାଣା ଏବଂ ସହକାରୀ କ୍ରୀଡା ଅଧିକାରୀ ଅମିତ ରୋହିଦାସ, ସେମାନଙ୍କର ଆଦର୍ଶ ସେବା ତଥା ଉତ୍କର୍ଷତା ଓ ପ୍ରତିବଦ୍ଧତା ପାଇଁ ସମ୍ମାନିତ ହୋଇଥିଲେ।

ବ୍ୟକ୍ତିଗତ ପୁରଷ୍କାର ସହିତ, ଭାରତୀୟ ରେଳବାଇର ଦକ୍ଷତା, ନିରାପତ୍ତା ଏବଂ ଯାତ୍ରୀ ଅଭିଜ୍ଞତାକୁ ଦୃଷ୍ଟିରେ ରଖି ବିଭିନ୍ନ ବର୍ଗର ସର୍ବୋତ୍ତମ ପ୍ରଦର୍ଶନକାରୀ ରେଳ ଜୋନ୍ ଗୁଡିକୁ ୨୬ ଟି ଶିଲ୍ଡ ପ୍ରଦାନ କରାଯାଇଥିଲା। ଯେଉଁଥିରେ, ପୂର୍ବ ତଟ ରେଳପଥକୁ ଶ୍ରେଷ୍ଠ କୋଚିଂ ରକ୍ଷଣାବେକ୍ଷଣ ଶିଲ୍ଡର ବିଜେତା ଭାବେ ସମ୍ମାନିତ କରାଯାଇଥିଲା।

ଏହି ପୁରସ୍କାର ବିତରଣ ସମାରୋହ, ଭାରତୀୟ ରେଳପଥକୁ ଅଧିକ ଦକ୍ଷ, ନିରାପଦ ଏବଂ ଯାତ୍ରୀ ଅନୁକୁଳ ସଂଗଠନ କରିବା ଦିଗରେ ରେଳ କର୍ମଚାରୀଙ୍କ ଉତ୍ସର୍ଗୀକୃତ, କଠିନ ପରିଶ୍ରମ ଏବଂ ଅତୁଳନୀୟ ଅବଦାନକୁ ସ୍ୱୀକାର କରିବା ତଥା ପାଳନ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିଥାଏ।

ଅତି ବିଶିଷ୍ଟ ରେଳ ସେବା ପୁରଷ୍କାର- ୨୦୨୫ ଅଶ୍ୱିନୀ ବୈଷ୍ଣବ ଭାରତୀୟ ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026
Latest News

ସାବଧାନ: ଆଜି ମଙ୍ଗଳବାରରେ ଏହି ରାଶିର ବ୍ୟକ୍ତିଙ୍କର ଦେଖାଯାଇପାରେ ସ୍ୱାସ୍ଥ୍ୟ ସମସ୍ୟା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.