Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ
ଆଜିର ଖବର

ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଗ୍ରୀ ପୋର୍ଟାଲର ଶୁଭାରମ୍ଭ କଲେ କନକ ବର୍ଦ୍ଧନ ସିଂହଦେଓ

January 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Launches OGRI Portal for Power Grid Insights
Odisha Launches OGRI Portal for Power Grid Insights

ଭୁବନେଶ୍ଵର: ଶୁକ୍ରବାର ଦିନ ଲୋକସେବା ଭବନ ଠାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ, ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, କନକ ବର୍ଦ୍ଧନ ସିଂହଦେଓ ଓପିଟିସିଏଲ୍ ଦ୍ୱାରା ନିର୍ମିତ ଓଡ଼ିଶା ଗ୍ରୀଡ୍ ଇନସାଇଟ୍ (ଓଗ୍ରୀ ପୋର୍ଟାଲ- ogri.optcl.co.in) ର ଶୁଭାରମ୍ଭ କରିଛନ୍ତି। ରାଜ୍ୟରେ ଥିବା ୨୦୧ଟି ଗ୍ରୀଡ୍ ସମ୍ପର୍କିତ ସମସ୍ତ ଭୌଗଳିକ ଏବଂ ବୈଷୟିକ ତଥ୍ୟ ଏହି ୱେବସାଇଟରେ ଉପଲବ୍ଧ ରହିବ। ଗ୍ରୀଡ୍ ର ଟ୍ରାନ୍ସଫରମେସନ କ୍ଷମତା, ବିଦ୍ୟୁତ୍ ଉପଲବ୍ଧତା, ବର୍ତ୍ତମାନ କେତେ ଲୋଡ ରହିଛି ଆଉ କେତେ ଅଧିକ ନେଇ ହେବ ଏପରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସହଜରେ ସମସ୍ତଙ୍କ ପାଖେ ଉପଲବ୍ଧ ହେବ।

ଏହି ୱେବସାଇଟ ପୁଞ୍ଜି ନିବେଶକ ତଥା ଶିଳ୍ପାନୁଷ୍ଠାନମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଉପଲବ୍ଧତା ସମ୍ପର୍କରେ ପ୍ରମାଣିକ ସୂଚନା ପ୍ରଦାନ କରି ନିବେଶ ନିଷ୍ପତ୍ତି ନେବାରେ ବେଶ ସହାୟକ ହେବ। ଗ୍ରୀଡ୍ ସବଷ୍ଟେସନରେ ଉପଲବ୍ଧତା ସମ୍ପର୍କରେ ଏପରି ସ୍ପଷ୍ଟତା ରଖିବାରେ ଓଡ଼ିଶା ରାଜସ୍ଥାନ ପରେ ଦ୍ୱିତୀୟ ରାଜ୍ୟ। ଏହି ୱେବସାଇଟ ସରକାରୀ ବିଭାଗ ଓ ନୀତିନିର୍ଦ୍ଧାରକମାନଙ୍କୁ କୌଶଳଗତ ନିଷ୍ପତ୍ତି ନେବାରେ ସହାୟତା କରିବା ସହିତ ରାଜ୍ୟର ବିଦ୍ୟୁତ୍ ସରବରାହ ବ୍ୟବସ୍ଥାର ସମନ୍ୱୟ ରକ୍ଷା କରିବା ପାଇଁ ଏକ ଭରସାଯୋଗ୍ୟ ଡିଜିଟାଲ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିବ।

ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ଶିଳ୍ପ ନୀତିର ମୂଳ ଆଧାର ଭାବେ ଥିବା ସ୍ୱଚ୍ଛତା ଏବଂ ବ୍ୟବସାୟ କରିବାର ସହଜ ମନ୍ତ୍ରକୁ ସ୍ପଷ୍ଟଭାବେ ପ୍ରତିଫଳିତ କରେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ପ୍ରକାଶ କରିଥିଲେ। ଏହି ଅବସରରେ ଓପିଟିସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାସ୍କର ଜ୍ୟୋତି ଶର୍ମା ଏବଂ ଓପିଟିସିଏଲ୍ର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଓଗ୍ରୀ ପୋର୍ଟାଲ- ଓପିଟିସିଏଲ୍‌ କନକ ବର୍ଦ୍ଧନ ସିଂହଦେଓ ଲୋକସେବା ଭବନ
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026
Latest News

Modi Meets Rolls-Royce CEO: ପ୍ରଧାନମନ୍ତ୍ରୀ ମୋଦିଙ୍କ ସାକ୍ଷାତ କଲେ ରୋଲ୍ସ-ରଏସ୍ କଂପାନୀ ସିଇଓ

February 12, 2026

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.