Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ
ଆଜିର ଖବର

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ

January 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ
ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ

ରଣପୁର: ସଂସ୍କୃତି, କଳା ଓ ସୃଜନଶୀଳତାର ମହାମିଳନ ଭାବେ ପରିଚିତ ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଆଜି ଭବ୍ୟ ଓ ଆନନ୍ଦମୟ ପରିବେଶରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭାରେ ରାଜ୍ୟର ବିଭିନ୍ନ କ୍ଷେତ୍ରର ପ୍ରମୁଖ ବ୍ୟକ୍ତିତ୍ୱମାନଙ୍କ ଉପସ୍ଥିତି ମହୋତ୍ସବର ମର୍ଯ୍ୟାଦାକୁ ଆହୁରି ବୃଦ୍ଧି କରିଥିଲା।

ଉଦଯାପନୀ ସନ୍ଧ୍ୟାରେ ବାଚସ୍ପତି ସୁରମା ପାଢ଼ୀଙ୍କର ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଭାରେ ମସ୍ଚ୍ୟ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଂସ୍କୃତିକ ଉତ୍ସବଗୁଡ଼ିକ ସମାଜକୁ ଏକତାର ସୂତ୍ରରେ ବାନ୍ଧି ରଖେ ବୋଲି କହିଥିଲେ। କୋରେଇ ବିଧାୟକ ଆକାଶ ଦାଶ ନାୟକ ମୁଖ୍ୟ ବକ୍ତା ଭାବେ ରଣପୁରର ସଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ ପ୍ରମୁଖ ଯୋଗ ଦେଇ ମହୋତ୍ସବକୁ ସଫଳ କରିବାରେ ଆୟୋଜକମାନଙ୍କ ପ୍ରୟାସକୁ ସାଧୁବାଦ ଜଣାଇଥିଲେ। ଅଧ୍ୟାପକ ସତ୍ୟ ନାରାୟଣ ମହାପାତ୍ର ମଞ୍ଚ ସଂଚାଳନ କରିଥିଲେ।

ଅପରାହ୍ନରେ ବରିଷ୍ଠ ଆଇନୀଜୀବୀ ଚନ୍ଦ୍ରବିଜୟୀ ମିଶ୍ର ଓ ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ରଙ୍କ ଦ୍ୱାରା ପରିଚାଳିତ କୁଇଜ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗ ଦେଇ ନିଜ ଜ୍ଞାନ ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।

ଶହୀଦ ରଘୁନାଥ ମହାନ୍ତି, ଦିବାକର ପରିଡା ଓ ଅର୍ଜୁନ ରାଉତଙ୍କ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସନ୍ଧ୍ୟାବେଳେ ସ୍ଥାନୀୟ ଛାତ୍ରଛାତ୍ରୀ ଓ କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ବିଭିନ୍ନ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ଆକର୍ଷିତ କରିଥିଲା। ବିଶେଷକରି ନାଟିମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଆରିୟା ଅମ୍ରିତାଙ୍କ ନୃତ୍ୟ ପ୍ରସ୍ତୁତି ଦର୍ଶକଙ୍କ ଠାରୁ ଭରପୁର ତାଳି ଲୁଟିଥିଲା। ହାସ୍ୟର ରଙ୍ଗ ଭରିଦେଇଥିଲେ ଓ-ଟିଭିର ‘ପାଲିଟିକାଲ ସର୍କସ ବୋଲଗଡ଼ ଏକ୍ସପ୍ରେସ’ ଟିମର ବ୍ରଜ ବିହାରୀ ସୁବୁଦ୍ଧି, ସତ୍ୟବ୍ରତ ବାବୁ ଓ ରବି ବାବୁ ଯେଉଁମାନେ ନିଜ କମେଡି ଅଭିନୟରେ ସଭାସ୍ଥଳୀକୁ ହାସ୍ୟରେ ରଞ୍ଜିତ କରିଦେଇଥିଲେ।

ସଭାକାର୍ଯ୍ୟ ପରେ ପ୍ରସିଦ୍ଧ ଗାୟିକା ଦୀପ୍ତିରେଖା ପାଢ଼ୀ ଓ ତାଙ୍କ ଟିମଙ୍କ ଧମାକାଦାର ମେଲୋଡି କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ତ୍ରମୁଗ୍ଧ କରି ରଖିଥିଲା।

ସମଗ୍ର ମହୋତ୍ସବ ସଫଳ ଓ ସ୍ମରଣୀୟ ହୋଇ ରଣପୁରର ସଂସ୍କୃତିକ ପରିଚୟକୁ ରାଜ୍ୟସ୍ତରରେ ଆହୁରି ଉଜ୍ଜ୍ୱଳ କରିଥିବା ଆୟୋଜକ ଓ ଦର୍ଶକମାନେ ମତ ପ୍ରକାଶ କରିଛନ୍ତି।

ଅର୍ଜୁନ–୨୦୨୬ କଳା ରଣପୁର ମହୋତ୍ସବ ସଂସ୍କୃତି
Share. Facebook Twitter LinkedIn Email WhatsApp Copy Link

Related Posts

ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାରରେ ସମ୍ମାନିତ ହେଲା ଆକାଶବାଣୀ ସମ୍ବଲପୁର

May 18, 2026

ବେଙ୍ଗାଲୁରୁ-ମୁମ୍ବାଇ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ

May 18, 2026

ରଣପୁର ସମ୍ବାଦ ସାହିତ୍ୟ ଘରର ସ୍କୁଲ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ

May 18, 2026

ବେଗୁନିଆରେ ପଞ୍ଚମ ସାଂସଦ ଚିକିତ୍ସା ଶିବିର ଅନୁଷ୍ଠିତ

May 18, 2026
Latest News

ଏଆଇବିଡି ଇଣ୍ଟରନ୍ୟାସନାଲ ମିଡିଆ ପୁରସ୍କାରରେ ସମ୍ମାନିତ ହେଲା ଆକାଶବାଣୀ ସମ୍ବଲପୁର

May 18, 2026

ବେଙ୍ଗାଲୁରୁ-ମୁମ୍ବାଇ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଅଶ୍ୱିନୀ ବୈଷ୍ଣବ

May 18, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେଦରଲ୍ୟାଣ୍ଡ ଗସ୍ତ ସମ୍ପର୍କରେ ଭାରତ-ନେଦରଲ୍ୟାଣ୍ଡ ମିଳିତ ବିବୃତ୍ତି

May 18, 2026

ରଣପୁର ସମ୍ବାଦ ସାହିତ୍ୟ ଘରର ସ୍କୁଲ ଚାଲ ଅଭିଯାନ ପ୍ରସ୍ତୁତି ବୈଠକ

May 18, 2026

ଆଜି ମେ ୧୮ ତାରିଖ ସୋମବାରରେ ଏହି ଆଠଟି ରାଶି ପ୍ରତି ମା ଲକ୍ଷ୍ମୀଙ୍କର ରହିଛି ଆଶୀର୍ବାଦ

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.