ଭୂବନେଶ୍ୱର: ଭୂବନେଶ୍ୱର ସ୍ଥିତ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ତମାଣ୍ଡୋ ଠାରେ ଦୁଇ ଦିନ ଧରି ଚାଲିଥିବା ପିଏମ୍ ଶ୍ରୀ ଓ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ଏହି ଦୁଇ ଦିନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନିହାରବାଳା ଜେନା ଅଧ୍ୟକ୍ଷତା କରିଥିଲେ।
ପିଏମ ଶ୍ରୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଡ଼ଃ ସୁଧାଂଶୁ ଶେଖର ପାତ୍ର, ଉପ ନିର୍ଦ୍ଦେଶକ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଭୁବନେଶ୍ୱର, ମୁଖ୍ୟ ବକ୍ତା ବ୍ରହ୍ମାନନ୍ଦ ରାଉତ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାର ଭୁବନେଶ୍ୱର, ସମ୍ମାନିତ ଅତିଥି ରାମଚନ୍ଦ୍ର ପରିଡା, ସଭାପତି ବିଦ୍ୟାଳୟ ପରିଚାଳନା କମିଟି ଓ ଦୀପକ କୁମାର ବେହେରା, ସଭାପତି ବିଦ୍ୟାଳୟ ପଞ୍ଚସଖା ଶିକ୍ଷା ସେତୁ ସଂଗଠନ, ନୀଳିମା ମହାପାତ୍ର, କ୍ଲଷ୍ଟର ସି ଆର ସି ସି ଯୋଗଦେଇ ଉତ୍ସବକୁ ସଫଳ କରାଇଥିଲେ।
ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କର ସୃଜନଶୀଳତାର ବିକାଶ ସଂଗେ ସଂଗେ ୨୦୩୬ ନୂତନ ଓଡିଶା ଗଢିବାପାଇଁ ରୂପରେଖ ପ୍ରସ୍ତୁତ କରିବା, ଛାତ୍ରଛାତ୍ରୀ ମାନେ ସମୁଦାୟ ୧୨ ଗୋଟି ଷ୍ଟଲରେ ସାହିତ୍ୟ, ବିଜ୍ଞାନ ଓ ବ୍ୟବସାୟ ଉପରେ ଆଧାରିତ ବିଭିନ୍ନ ପ୍ରକଳ୍ପ ଉପସ୍ଥାପନା କରିଥିଲେ। ଏହି ଷ୍ଟଲ ଗୁଡିକୁ ନିମନ୍ତ୍ରିତ ଅତିଥି ପରିଦର୍ଶନ କରି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିବା ସଂଗେ ସଂଗେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପାତ୍ର ସୁନ୍ଦର ଗପ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କୁ ମାର୍ଗଦର୍ଶନ କରାଇଥିଲେ।
ପରିଶେଷରେ ନିରୁପମା ନାୟକ ଧନ୍ୟବାଦ ଅର୍ପଣ ପ୍ରଦାନ ପରେ ସଭା ସାଙ୍ଗ ହୋଇଥିଲା। ସେହିପରି ଦ୍ୱିତୀୟ ଦିବସରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି, ମୁଖ୍ୟ ଅତିଥି ରୂପେ ବିଭୁତିଭୂଷଣ ବଳବନ୍ତରାୟ ବିଧାୟକ ଜଟଣୀ, ମୁଖ୍ୟ ବକ୍ତା ରୂପଶ୍ରୀ ରାଣୀ ଗୁମାନସିଂହ ଅଧକ୍ଷା ଜିଲ୍ଲା ପରିଷଦ ଖୋର୍ଦ୍ଧା, ସମ୍ମାନିତ ଅତିଥି ଭାବେ ଗୋପୀନାଥ ମହାରଣା ଉପାଧକ୍ଷ ଜିଲ୍ଲା ପରିଷଦ ଖୋର୍ଦ୍ଧା, ନିରୁପମା ସାହୁ ଅଧକ୍ଷା ପଞ୍ଚାୟତ ସମିତି ଭୁବନେଶ୍ୱର, ମମତା ବଳ ସମିତି ସଭ୍ୟା ତମାଣ୍ଡୋ ଗ୍ରାମ ପଞ୍ଚାୟତ, ସନ୍ଧ୍ୟା ଜେନା ସରପଞ୍ଚ ତମାଣ୍ଡୋ ଗ୍ରାମ ପଞ୍ଚାୟତ, ପ୍ରଭାତ କୁମାର ବେହେରା ସମାଜସେବୀ ଓ ରାମଚନ୍ଦ୍ର ପରିଡା ସଭାପତି ବିଦ୍ୟାଳୟ ପରିଚାଳନା କମିଟି ଯୋଗଦାନ କରିଥିଲେ, ବିଧାୟକ ଶ୍ରୀଯୁକ୍ତ ବଳବନ୍ତରାୟ ଛାତ୍ର ଛାତ୍ରୀଙ୍କୁ ସ୍ବପ୍ନ ଦେଖି ସାକାର କରିବା ପାଇଁ ଆହ୍ୱାନ ଦେବା ସହ ବିଦ୍ୟାଳୟର ସମସ୍ୟା ଦୂରୀକରଣ ନିମନ୍ତେ ୫ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଥିଲେ ।
ଦେବବ୍ରତ ଓଝା ଧନ୍ୟବାଦ ଅର୍ପଣ କରିଥିଲେ। ପଞ୍ଚାନନ ଜେନା ସହକାରୀ ଶିକ୍ଷକ ଦୁଇ ଦିନର ସଭାର ମଂଚ ପରିଚାଳନା କରିଥିଲେ। କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୁତ କରାଯାଇଅଛି ଓ ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦୁଇ ଦିନକୁ ମହା ଆନନ୍ଦରେ ପାଳନ କରିଥିଲେ। ସମସ୍ତ କାର୍ଯ୍ୟକୁ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ ସହଯୋଗ କରି ସାଫଲ୍ୟମଣ୍ଡିତ କରାଇଥିଲେ।


