Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ
ଆଜିର ଖବର

ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

January 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ
ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

ଖୋର୍ଦ୍ଧା: ସୋମବାର ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଓଡ଼ଗାଁ ଠାରେ ୪ କୋଟି ୫ ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମିତ ଅତ୍ୟାଧୁନିକ ଅଟଳ ବସ୍ ଷ୍ଟାଣ୍ଡ କୁ ନେଇ ୧୦ ଗୋଟି ଜିଲ୍ଲାର ମୋଟ ୧୫୬.୫୩ କୋଟି ଟଙ୍କାର ୧୪ ଗୋଟି ଅଟଳ ବସ୍ ଷ୍ଟାଣ୍ଡ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଅଭାସିରେ ରାଜ୍ୟ ଲୋକସଭା ଭବନ ପ୍ରଥମ ମହଲା ସମ୍ମିଳନୀ କକ୍ଷରୁ ରିମୋର୍ଟ ବଟନ୍ ଦବାଇ ଲୋକାର୍ପଣ କରି ଚଳିତ ବର୍ଷ ସଡ଼କ ସୁରକ୍ଷା ମାସ ପାଳନ ଉପଲକ୍ଷେ ସମଗ୍ର ରାଜ୍ୟକୁ” ଶିକ୍ଷାରୁ ସୁରକ୍ଷା ଏବଂ ପ୍ରଯୁକ୍ତିର ପରିବର୍ତ୍ତନର “ବାର୍ତ୍ତା ପ୍ରଦାନ କରି ବ୍ୟାପକ ଜନଜାଗରଣ ଦ୍ଵାରା ଦୁର୍ଘଟଣା କମାଯାଇ ପାରିବ ବୋଲି ଅଭିଭାଷଣ ରଖିଥିଲେ। ଏହି ଅବସରରେ ଓଡ଼ଗାଁ ଠାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ସାଫଲ୍ୟ ମଣ୍ଡିତ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।

ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ ବେଗୁନିଆ ଅଞ୍ଚଳର ଦୀର୍ଘ ଦିନର ଯେଉଁ ଦାବିଥିଲା ତାହା ଆଜି ସାକାର ହୋଇଛି ବୋଲି କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା, ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ ଅଟଳ ବସ୍ ଷ୍ଟାଣ୍ଡ ଯୋଜନା ବେଗୁନିଆ ଅଞ୍ଚଳର ଉନ୍ନୟନ ଓ ଯାତ୍ରୀ ପରିବହନ ଯୋଜନାରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନର ଭିଜନ କୁ ସାକାର କରିବ ବୋଲି ଅଭିଭାଷଣ ପ୍ରଦାନ କରିଥିଲେ।

ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ପରିବହନ ଅଧିକାରୀ ଅରବିନ୍ଦ କୁମାର ନାୟକ,ଜିଲ୍ଲା ପରିଷଦ ସଦସ୍ୟ ଅନାଦି ସାହୁ, ବେଗୁନିଆ ପଂଚାୟତ ସମିତି ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ସ୍ଥାନୀୟ ସରପଞ୍ଚ ସତ୍ୟ ନାରାୟଣ ପ୍ରଧାନ, ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିୟାର ସିଂହ,ଓ .ଆର. ଟି .ସି. ମ୍ୟାନେଜର ଲିଜାରାଣି ସାହୁ, ବେଗୁନିଆ ତହସିଲଦାର ଆଦିତ୍ୟ ଦୀପଙ୍କର ଷଡ଼ଙ୍ଗୀ ଯୋଗଦେଇ ନିଜ ନିଜ ବକ୍ତବ୍ୟରେ ଅଞ୍ଚଳ ବାସି ଅଟଳ ଅତ୍ୟାଧୁନିକ ବସଷ୍ଟାଣ୍ଡ ଯୋଜନାର ସୁବିଧା ଉପଲବ୍ଧ କରିବାକୁ ଉଦବୋଧନ ଦେଇ ଏହାର ପରିଷ୍କାର ତଥା ପରିଛନତା ପ୍ରତି ପ୍ରତ୍ୟେକ ଯାତ୍ରୀ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ମାନ୍ୟବର ବିଧାୟକ, ବେଗୁନିଆ ପ୍ରଦୀପ କୁମାର ସାହୁ, ପ୍ରଶାନ୍ତ କୁମାର ଜଗଦେବ ଏହାକୁ ରିମୋଟ ଦବାଇ ଫଳକ ଉଦ୍ଘାଟନ କରିଥିଲେ। ଓଡ଼ଗାଁ ଅଟଳ ବସଷ୍ଟାଣ୍ଡ ର ଟର୍ମିନାଲ ଭବନ, ମାର୍କେଟ କମ୍ପ୍ଲେକ୍ସ, ଯାନ ଧୋଇବା ରାମ୍ପ ଏବଂ ପମ୍ପ ହାଉସ,ଇଲେକ୍ଟ୍ରି ଯାନ ଚାର୍ଜିଂ ସ୍ଥଳି, ନିରାପତ୍ତା ପ୍ରକୋଷ୍ଠ, ଚତୁର୍ପାର୍ଶ୍ୱ ପାଚେରୀ ପ୍ରବେଶ ଓ ପ୍ରସ୍ଥାନ ବାଟ କୁ ନେଇ ସମୁଦାୟ ୧୫୯୦୩.୨୪ ବର୍ଗଫୁଟ ପରିଧିରେ ୬ କୋଟି ୯୭ ଲକ୍ଷ ବ୍ୟୟ ଅଟକଳ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଅଦ୍ୟାବଧି ୪ କୋଟି ୫ ଲକ୍ଷ ଖର୍ଚ୍ଚ କରାଯାଇ ଅତ୍ୟାଧୁନିକ ସେବା ପ୍ରଦାନର ସମସ୍ତ ବ୍ୟବସ୍ଥା ଅତିଥି ମାନେ ବୁଲି ଦେଖିବା ସହ ଓ ଏସ ଆର ଟି ସି ର ନୂତନ ବସ୍ କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

ସାଧାରଣ ସଭା ର ମଞ୍ଚ ପରିଚାଳନା ବ୍ଲକ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା ସମ୍ପାଦନ କରିଥିବା ବେଳେ ଶେଷରେ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବେଗୁନିଆ ବ୍ଲକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନୈତିକ ନେତୃବୃନ୍ଦ, ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା,ଓ ଏସ ଆର ଟି ସି ଅଧିକାରୀ ଓ କର୍ମଚାରୀ ତଥା ବହୁ ଜନ ସମାବେଶ ହୋଇଥିଲା।

ଓଡଗାଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସୋମବାର ପୂର୍ବାହ୍ନ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ଏନିମେସନ ଚଳଚ୍ଚିତ୍ର ନୀଲୁ ପାଇଁ ବିଶ୍ୱସ୍ତରୀୟ ସଫଳତା ଆଣି ଦେଲା ୱେଭ୍ସ ଫିଲ୍ମ ବଜାର

January 13, 2026

ବିଭିନ୍ନ ବିଦ୍ୟାଳୟରେ ବନ୍ଦେ ମାତରମ ସାମୁହିକ ସଙ୍ଗୀତ ଗାନ

January 13, 2026

ଜେଏନୟୁର ୯ମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

January 13, 2026

ବସ୍ ସ୍କୁଟି ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ

January 13, 2026
Latest News

ଓଡ଼ଗାଁ ଅଟଳ ବସ୍ ଷ୍ଟାଣ୍ଡ ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଲୋକାର୍ପିତ

January 13, 2026

ଭାରତୀୟ ଏନିମେସନ ଚଳଚ୍ଚିତ୍ର ନୀଲୁ ପାଇଁ ବିଶ୍ୱସ୍ତରୀୟ ସଫଳତା ଆଣି ଦେଲା ୱେଭ୍ସ ଫିଲ୍ମ ବଜାର

January 13, 2026

ବିଭିନ୍ନ ବିଦ୍ୟାଳୟରେ ବନ୍ଦେ ମାତରମ ସାମୁହିକ ସଙ୍ଗୀତ ଗାନ

January 13, 2026

ଜେଏନୟୁର ୯ମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ

January 13, 2026

ବସ୍ ସ୍କୁଟି ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଦୁଇ ମୃତ

January 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.