ନୂଆଦିଲ୍ଲୀ: ତେଲେଙ୍ଗାନା ସରକାର ଏକ ନୂତନ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଯେଉଁଥିରେ ପିତାମାତାଙ୍କ ଯତ୍ନ ନେଉନଥିବା ସନ୍ତାନଙ୍କ ପାଇଁ ସମସ୍ୟା ବଢିବ। ଏହି ଆଇନରେ ସେହି ସନ୍ତାନଙ୍କ ଦରମାରୁ ୧୦% କାଟି ଦିଆଯିବ, ଯେଉଁମାନେ ନିଜ ମାତାପିତାଙ୍କର ଯତ୍ନ ନେବ ନାହିଁ। ଏହି ଟଙ୍କା ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହେବ। ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ସୋମବାର ଦିନ କହିଛନ୍ତି ଯେ, ବୃଦ୍ଧ ପିତାମାତାଙ୍କ ଦ୍ୱାରା ସେମାନଙ୍କ ପୁଅମାନଙ୍କ ବିରୁଦ୍ଧରେ ଦାଖଲ କରାଯାଇଥିବା ଅଭିଯୋଗକୁ ଗମ୍ଭୀରତାର ସହ ନିଆଯିବ ଏବଂ ସେମାନଙ୍କ ଦରମାର ୧୦% ସିଧାସଳଖ ସେମାନଙ୍କ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯିବା ଉଚିତ।


