Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ
ଆଜିର ଖବର

ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

January 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ
ଓଡ଼ିଶା@୨୦୩୬ ଠାରୁ ଦୋକାନ ବଜାର ପର୍ଯ୍ୟନ୍ତ: ପିଏମ୍ ଶ୍ରୀ ଉତ୍ସବରେ ଛାତ୍ର ପ୍ରତିଭାର ପ୍ରଦର୍ଶନ

ରଣପୁର: ରଣପୁର ସ୍ଥିତ ପିଏମ୍ ଶ୍ରୀ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟ ସ୍ତରୀୟ ପିଏମ୍ ଶ୍ରୀ ଉତ୍ସବ ଅତ୍ୟନ୍ତ ଆନନ୍ଦ ଓ ଉତ୍ସାହମୟ ପରିବେଶରେ ପାଳିତ ହୋଇଯାଇଛି। ଓଡ଼ିଶାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ୱଳନ ସହ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଅବସରରେ ରଣପୁର ବିଜ୍ଞାପିତ ପରିଷଦ ଅଧିକାରୀଣୀ ରଙ୍ଗୀନ ମହାନ୍ତି, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଗିରିଜା ଶଙ୍କର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଙ୍ଗନାଥ ମିଶ୍ର ଓ ପଞ୍ଚଶଖା ଶିକ୍ଷା ସେତୁ ସଭାପତି ନବ କିଶୋର ରାୟ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶିକ୍ଷୟତ୍ରୀ ଏଲିନା ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ଛାତ୍ରୀମାନେ ଶିକ୍ଷକ ବିରୁପାକ୍ଷ ମହାପାତ୍ରଙ୍କ ରଚିତ ସ୍ୱାଗତ ସଙ୍ଗୀତ ଗାନ କରି ସଭାକୁ ମନମୁଗ୍ଧ କରିଥିଲେ। ଏଥିରେ ଶିକ୍ଷକ ଭାସ୍କର ସ୍ୱାଇଁ ବାଦ୍ୟଯନ୍ତ୍ର ବାଦନରେ ସହଯୋଗ କରିଥିଲେ।

ମୁଖ୍ୟ ଅତିଥି ତାଙ୍କ ହସ୍ତରେ ସାହିତ୍ୟ ସୃଜନୀ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ମନୀଷା ପତି, ୨୦୨୫–୨୬ ଶିକ୍ଷାବର୍ଷର ମାଟ୍ରିକ ବ୍ଲକ ଟପ୍ପର ଆଦିତ୍ୟ ପ୍ରସାଦ ପତି ଓ ଜାତୀୟ ସ୍ତରର ଖେଳରେ ସୁନାମ ଅର୍ଜନ କରିଥିବା ରେବତୀ ମଲ୍ଲିକଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ।

କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ସଙ୍ଗୀତ ଗାନ ସହ ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ ପରିବେଷଣ ହୋଇଥିଲା। ସେଥିପାଇଁ “ଓଡ଼ିଶା@୨୦୩୬”, “ଛାତ୍ରଛାତ୍ରୀଙ୍କ ଦକ୍ଷତା ଗ୍ୟାଲେରୀ” ଓ “ଦୋକାନ ବଜାର” ନାମରେ ତିନୋଟି ବଡ଼ ପ୍ରଦର୍ଶନୀ ଷ୍ଟଲ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା।

“ଓଡ଼ିଶା@୨୦୩୬” ଷ୍ଟଲରେ ଛାତ୍ରଛାତ୍ରୀମାନେ ୨୦୩୬ ସୁଦ୍ଧା ଓଡ଼ିଶାର ସମ୍ଭାବ୍ୟ ଉନ୍ନତି ରୂପରେଖା ସମ୍ପର୍କିତ ପ୍ରକଳ୍ପ, ଚିତ୍ର ଓ ଲେଖା ପ୍ରଦର୍ଶନ କରିଥିଲେ। ଦକ୍ଷତା ଗ୍ୟାଲେରୀରେ ସୂଚନା ଓ ବୈଷୟିକ ବିଜ୍ଞାନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ନବଚିନ୍ତନ ଓ ସୃଜନଶୀଳତାର ପ୍ରତିଫଳନ ଦେଖିବାକୁ ମିଳିଥିଲା। “ଦୋକାନ ବଜାର” ଷ୍ଟଲରେ ପିଲାମାନେ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରି ଆତ୍ମନିର୍ଭରଶୀଳତାର ମୂଲ୍ୟବୋଧ ଶିଖିଥିଲେ।

ଉଦଯାପନୀ ସଭାରେ ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ମୁଖ୍ୟ ଅତିଥି ଓ ସାଂସଦ ପ୍ରତିନିଧି ପ୍ରିୟବ୍ରତ ପ୍ରହରାଜ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ।

ସମଗ୍ର କାର୍ଯ୍ୟକ୍ରମ ସଫଳ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ–ଶିକ୍ଷୟତ୍ରୀ, ପରିଚାଳନା କମିଟି ସଦସ୍ୟ–ସଦସ୍ୟା ଓ ବିଦ୍ୟାଳୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ।

ଓଡ଼ିଶା@୨୦୩୬ ଛାତ୍ର ପ୍ରତିଭାର ପ୍ରଦର୍ଶନ ପିଏମ୍ ଶ୍ରୀ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପିଏମ୍.ଶ୍ରୀ ଉତ୍ସବ
Share. Facebook Twitter LinkedIn Email WhatsApp Copy Link

Related Posts

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Latest News

ମଣିଶଙ୍କର ଆୟାରଙ୍କ ଉପରେ ବର୍ଷିଲେ ଉଦିତ ରାଜ: ଟିଏମସିରେ ଯୋଗଦେବା ପାଇଁ ଦେଲେ ପରାମର୍ଶ

February 23, 2026

ଦିଲ୍ଲୀର ଆର୍ମି ପବ୍ଲିକ୍ ସ୍କୁଲ୍ ଏବଂ ଏୟାର ଫୋର୍ସ ସ୍କୁଲ୍ କୁ ବୋମା ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.