ବାଣପୁର: ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନପ୍ରାପ୍ତ, ଓଡ଼ିଆ ଭାଷା ସାହିତ୍ୟର କାବ୍ୟ ପୁରୁଷ, ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୫ତମ ଜୟନ୍ତୀ ଅବସରରେ ଜନ୍ମମାଟି ସାମନ୍ତରାପୁରର ଜନସାଧାରଣ, କବି କୃଷ୍ଣଚନ୍ଦ୍ରପାଠାଗାର ଭୀମପୁର, ଚିଲିକା ସାହିତ୍ୟ ସମାଜ ବାଲୁଗାଁ ବାଣପୁର, ବାନାମ୍ବର ସରକାରୀ ହାଇସ୍କୁଲ ଭୀମପୁର, ଚିନ୍ତାମଣି ବାଳଚ଼ରଯୁବସେବା ସଂଘ ଭୀମପୁର, ଗୋପୀନାଥ ପାଠାଗାର, ଅନନ୍ତ ସ୍ଵାମୀ କୃଷକ ସେବା ସଂଗଠନ, ଗୁପ୍ତେଶ୍ଵର ପାଠାଗାର, ନେହେରୁ ସେବା ସଂଘ, ପରୀଡ଼ା ପାଠାଗାର, ସାହିତ୍ୟସିନ୍ଦୁରା ପରି ପ୍ରମୁଖ ଅନୁଷ୍ଠାନର ପ୍ରତିନିଧିଙ୍କ ସହିତ ବହୁ ସାରସ୍ଵତ ସାଧକ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କବିଙ୍କ କାଳଜୟୀ ପାଇକ କବିତା “ଏଇଯେ ଦିଶୁଛି ଲାଲ୍ମାଟିର ଖୋର୍ଦ୍ଧା ଗଡ଼” ଓଡ଼ିଶାର ଜନମାନସରେ ଚିରକାଳ ଜାଜୁଲ୍ୟମାନ ହୋଇରହିଥିବବୋଲି ମତପ୍ରକାଶ ପାଇଥିଲା।
ପ୍ରକାଶ ଥାଉକି ପ୍ରତିବର୍ଷ ପରିଚଳିତବର୍ଷ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ କବି କୃଷ୍ଣଚନ୍ଦ୍ରପାଠାଗାରଙ୍କ ମିଳିତ ଆନୁକୂଲ୍ୟରେ ଚଳିତ ଜାନୁଆରୀ ୨୧ ତାରିଖ କବିଙ୍କ ପୂଣ୍ୟତିଥିରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଜନ୍ମମାଟିରେ ଅନୁଷ୍ଠିତ ହେବ ବୋଲି ସଂପାଦକ ଡ଼ଃ.ଚାନ୍ଦ କିଶୋର ତ୍ରିପାଠୀଙ୍କଠାରୁ ପ୍ରକାଶ।


