Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ
ଆଜିର ଖବର

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

January 14, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ
ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଗସ୍ତରେ ଆସିଥିବା ଜର୍ମାନ ଚାନ୍ସେଲର ଫ୍ରେଡରିକ୍‌ ମର୍ଜଙ୍କୁ କିଛି ମୂଲ୍ୟବାନ ଉପହାର ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଉପହାରରେ ରହିଛି ଡାଇମଣ୍ଡ ଡିଏ 62 ପ୍ରୋପେଲର୍‌ ଏୟାରକ୍ରାଫ୍ଟର ହାତ ତିଆରି ପିତ୍ତଳ ପ୍ରତିକୃତି। ଏହାକୁ ଉତ୍ତର ପ୍ରଦେଶ ମୁରାଦାବାଦର କୁଶଳୀ ଶିଳ୍ପୀମାନେ ତିଆରି କରିଛନ୍ତି। ଏହି କ୍ଷୁଦ୍ର ବିମାନ କଳାକୃତିରେ ସୁନାର ପ୍ରଲେପ ଦିଆଯାଇଛି। ଦକ୍ଷତା, ସୁରକ୍ଷା ଏବଂ ଉନ୍ନତ ଡିଜାଇନ ପାଇଁ ପ୍ରସିଦ୍ଧ ଜର୍ମାନ ବିମାନ ଡିଜାଇନ୍‌ ଏବଂ ଭାରତୀୟ ଧାତୁ ଶିଳ୍ପର ବୈଶିଷ୍ଟ୍ୟ ଏହି ପ୍ରତିକୃତିରେ ଦେଖିବାକୁ ମିଳିଛି। ଏହି କଳାକୃତି ଭାରତ ଏବଂ ଜର୍ମାନୀ ମଧ୍ୟରେ ଥିବା ଆପୋସ ସହଯୋଗ, ସହଭାଗୀ ମୂଲ୍ୟବୋଧ, ଦୃଢ଼ ଏବଂ ପ୍ରଗତିଶୀଳ ଭାଗିଦାରୀକୁ ଦର୍ଶାଉଛି।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଜର୍ମାନ ଚାନ୍ସେଲରଙ୍କୁ ଗୋଟିଏ କଷ୍ଟମ୍‌ ପାଇଲଟ୍‌ ଲଗ୍‌ ବୁକ୍‌ ମଧ୍ୟ ଉପହାର ଦେଇଛନ୍ତି। ଉନ୍ନତ ମାନର ଚମଡ଼ାରେ ତିଆରି ଏହି ଲଗବୁକ୍‌ ନିଜର ଦୀର୍ଘସ୍ଥାୟିତ୍ୱ ଏବଂ ସୁନ୍ଦର ଡିଜାଇନ୍‌ ପାଇଁ ପରିଚିତ। ଏଥିରେ ହାଲୁକା ସୁନାର ସ୍ପର୍ଶ ମଧ୍ୟ ଦିଆଯାଇଛି। ଭାରତର କୁଶଳୀ କାରିଗରଙ୍କ ଦ୍ୱାରା ନିର୍ମିତ ଏହି ଉପହାର ଦେଶର ଉତ୍କୃଷ୍ଟ ଚମଡ଼ା କାରିଗରୀ ଏବଂ ସମସାମୟିକ ଡିଜାଇନକୁ ପ୍ରତିନିଧିତ୍ୱ କରିଥାଏ। ଏହା ଦୀର୍ଘସ୍ଥାୟିତ୍ୱ, ନିଖୁଣ କାରିଗରୀ, ସଠିକତା, ଦୂରଦୃଷ୍ଟି ଏବଂ ସତର୍କ ପ୍ରୟାସର ପ୍ରତୀକ।

ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଜର୍ମାନ ଚାନ୍ସେଲରଙ୍କୁ ମିଳିଥିବା ଉପହାରରେ କାନ୍ଥରେ ଲଗାଯାଉଥିବା ସୁନ୍ଦର ରେଶମ ଗୁଡ଼ି ମଧ୍ୟ ରହିଛି । ଏହି ଗୁଡ଼ିକୁ ପଟୋଲା ସିଲ୍କ ବା ରେଶମ କପଡ଼ାରେ ତିଆରି କରାଯାଇଛି। ପଟୋଲା ସିଲ୍କ ହେଉଛି ଗୁଜରାଟ ପାଟନରେ ତିଆରି ହେଉଥିବା ଲୋକପ୍ରିୟ କପଡ଼ା ମଧ୍ୟରୁ ଅନ୍ୟତମ। ଏହାକୁ ଦୁର୍ଲଭ ଡବଲ ଇକତ୍‌ ଜ୍ଞାନକୌଶଳରେ ବୁଣାଯାଇଛି। ଏହି କପଡ଼ା ଉଚ୍ଚମାନର ସଠିକତା, ଧୈର୍ଯ୍ୟ ଏବଂ ଦୂରଦୃଷ୍ଟିର ପ୍ରତୀକ। ଏହାର ଦୁଇ ପାର୍ଶ୍ୱରେ ଅତ୍ୟନ୍ତ ନିଖୁଣ ଏବଂ ସନ୍ତୁଳିତ ଡିଜାଇନ୍‌ ରହିଛି। ଏଥିରେ ଥିବା ପାରମ୍ପରିକ ଜ୍ୟାମିତ୍ୟିକ ଏବଂ ଫୁଲ ପ୍ୟାଟର୍ଣ୍ଣ ସନ୍ତୁଳନ, ଦୀର୍ଘସ୍ଥାୟିତ୍ୱ ଏବଂ ସଦ୍ଭାବକୁ ଦର୍ଶାଇଥାଏ। ଏହା ଭାରତରେ ଗୁଡ଼ି ଉଡ଼ାଇବାର ସାଂସ୍କୃତିକ ପରମ୍ପରାକୁ ଆକାଂକ୍ଷା ଏବଂ ସ୍ୱାଧୀନତା ସହ ଯୋଡ଼ିଥାଏ। ଏହି ଉପହାର ଭାରତ ଏବଂ ଜର୍ମାନୀ ମଧ୍ୟରେ ଥିବା ସମ୍ପର୍କର ସୂକ୍ଷ୍ମ ସାଂସ୍କୃତିକ ଦିଗକୁ ମଧ୍ୟ ଦର୍ଶାଇଥାଏ। ଏହା ଭାରତର ପୁରୁଣା କାରିଗରୀକୁ ଜର୍ମାନୀର ଇଞ୍ଜିନିୟରିଂ ଉତ୍କର୍ଷ, ଢାଞ୍ଚାଗତ ସ୍ପଷ୍ଟତା ଏବଂ ପ୍ରକ୍ରିୟା ପ୍ରତି ସମ୍ମାନର ମୂଲ୍ୟବୋଧ ସହ ଯୋଡ଼ିଥାଏ।

ଜର୍ମାନ ଚାନ୍ସେଲର ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ଉପହାର ଫ୍ରେଡରିକ୍‌ ମର୍ଜ ଭାରତ ଗସ୍ତ ଭାରତୀୟ କଳାକୃତି ମୂଲ୍ୟବାନ ଉପହାର
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା

February 7, 2026

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ୭ ଫେବୃୟାରୀର ରାଶିଫଳ

February 7, 2026

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026
Latest News

ବିଜେପିରେ ଯୋଗଦେଲେ ଶତାଧିକ ବିଜେଡି ନେତା

February 7, 2026

ଆଜି ସାତୋଟି ରାଶି ପାଇଁ ରହିଛି ଧନ ଯୋଗ, ଜାଣନ୍ତୁ ୭ ଫେବୃୟାରୀର ରାଶିଫଳ

February 7, 2026

Tata Steel Result: ନିଟ୍ ଲାଭ ୧୩% ହ୍ରାସ ପାଇ ୨,୬୮୯ କୋଟି ଟଙ୍କାରେ ପହଞ୍ଚିଲା

February 6, 2026

ମାଓବାଦ ବିରୋଧୀ ଅଭିଯାନରେ ଓଡ଼ିଶା ପୋଲିସର ବଡ଼ ସଫଳତା: ୧୯ ମାଓବାଦୀଙ୍କ ଆତ୍ମସମର୍ପଣ

February 6, 2026

ଭାରତୀୟ ରେଳବାଇରେ ୨୦୧୪-୧୫ ଏବଂ ୨୦୨୪-୨୫ ମଧ୍ୟରେ ୫.୦୮ ଲକ୍ଷ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

February 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.