Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
ଆଜିର ଖବର

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

January 16, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
'ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା' କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ
'ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା' କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ଅପାର ସମ୍ଭାବନା ଯଥା ପ୍ରାକୃତିକ ସମ୍ପଦ, ପ୍ରତିଭାବାନ ଯୁବଶକ୍ତି, ସୁଦୀର୍ଘ ବେଳାଭୂମିର ବନ୍ଦର ଏବଂ ନୂତନ ଯୁଗର ବୈଷୟିକ ଜ୍ଞାନକୌଶଳକୁ ପାଥେୟ କରି ଏକ ସମୃଦ୍ଧ ଅର୍ଥନୈତିକ ଅଧ୍ୟାୟ ସୃଷ୍ଟି କରିବା ଆଜି ସମୟର ଆହ୍ୱାନ। ଓଡ଼ିଶାକୁ କେବଳ କଞ୍ଚାମାଲ ଯୋଗାଣକାରୀ ରାଜ୍ୟ ଭାବେ ନୁହେଁ, ବରଂ ଏକ ‘ଜ୍ଞାନ-ଆଧାରିତ ଅର୍ଥନୀତି’ ଓ ‘ମ୍ୟାନୁଫ୍ୟାକ୍ଚରିଂ ହବ୍’ ଭାବେ ଗଢ଼ି ତୋଳିବା ପାଇଁ ଆଗେଇ ଆସିବାକୁ ଉଦ୍ୟୋଗୀ ସମାଜକୁ ଆହ୍ୱାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଭୁବନେଶ୍ୱର ଠାରେ ଆଜି ଆୟୋଜିତ ‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି, ରାଜ୍ୟର ଅପାର ସମ୍ଭାବନାର ସଠିକ୍ ଉପଯୋଗ ହିଁ ଓଡ଼ିଶାକୁ ଆଗାମୀ ଦିନରେ ଏକ ସମୃଦ୍ଧଶାଳୀ ଅର୍ଥନୈତିକ ଶକ୍ତି ଭାବେ ଉଭା କରିବ। ବିଜ୍ଞାନ ଓ ବୈଷୟିକ କୌଶଳର ପ୍ରୟୋଗ ମାଧ୍ୟମରେ ସ୍ଥାନୀୟ ସମ୍ବଳକୁ ରୋଜଗାରକ୍ଷମ କରିବା ଏବଂ ବିଶ୍ୱସ୍ତରୀୟ ବଜାର ସହ ଯୋଡ଼ିବା ଆଜିର ସମୟର ସବୁଠାରୁ ବଡ଼ ଆବଶ୍ୟକତା।

ନୂତନ ଯୁଗର ଅର୍ଥନୀତିରେ ଓଡ଼ିଶାର ଅପାର ସମ୍ଭାବନା ରହିଥିବା ଦର୍ଶାଇ ସେ କହିଛନ୍ତି ଯେ, ରାଜ୍ୟ ଏବେ କେବଳ ଲୁହାପଥରରୁ ଷ୍ଟିଲ୍ ତିଆରି କରିବାରେ ସୀମିତ ନରହି ‘ସ୍ପେଶାଲିଟି ଷ୍ଟିଲ୍’ ଓ ଉଚ୍ଚମାନର ମ୍ୟାନୁଫ୍ୟାକ୍ଚରିଂ ଦିଗରେ ଆଗେଇବା ଆବଶ୍ୟକ । ବିଶେଷ କରି କ୍ରିଟିକାଲ ମିନେରାଲ୍ସ, ସେମିକଣ୍ଡକ୍ଟର, ଶକ୍ତି, ଏଗ୍ରିଟେକ୍, ଏଡୁଟେକ୍, ପ୍ରତିରକ୍ଷା ବୈଷୟିକ ଜ୍ଞାନକୌଶଳ ଏବଂ ଫିନଟେକ୍ କ୍ଷେତ୍ରରେ ଓଡ଼ିଶା ନୂଆ ଇତିହାସ ରଚିବାକୁ ଯାଉଛି। କୋରାପୁଟରେ ବକ୍ସାଇଟ୍ ବର୍ଜ୍ୟବସ୍ତୁରୁ ‘ଗ୍ୟାଲିୟମ’ ପ୍ରସ୍ତୁତ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି, ଯାହା ସେମିକଣ୍ଡକ୍ଟର ଦୁନିଆରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅପରପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ପରିକଳ୍ପନାରେ ଓଡ଼ିଶା କେନ୍ଦ୍ରବିନ୍ଦୁରେ ରହିଛି । ରାଜ୍ୟର ବନ୍ଦର, ପ୍ରାକୃତିକ ସମ୍ପଦ ଏବଂ ବୈଷୟିକ ଜ୍ଞାନକୌଶଳର ସଠିକ୍ ସମନ୍ୱୟ ରକ୍ଷା କରି ଓଡ଼ିଶାକୁ ଏକ ‘ଜ୍ଞାନ ଆଧାରିତ ଅର୍ଥନୀତି’ ଏବଂ ବିଶ୍ୱସ୍ତରୀୟ ‘ମ୍ୟାନୁଫ୍ୟାକ୍ଚରିଂ ହବ୍’ ଭାବେ ଗଢ଼ିବାକୁ ସେ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଓ ସମ୍ବଲପୁର ଭଳି ଶିକ୍ଷାନୁଷ୍ଠାନର ପ୍ରତିଭାମାନଙ୍କୁ ନେଇ ଆମେ ଏକ ବଡ଼ ଇକୋସିଷ୍ଟମ ତିଆରି କରୁଛୁ।

ଓଡ଼ିଶା କେବଳ କଞ୍ଚାମାଲ ଯୋଗାଣକାରୀ ନହୋଇ ମୂଲ୍ୟଯୁକ୍ତ ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟି ଉପରେ ଗୁରୁତ୍ୱ ଦେବା ଉଚିତ୍ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଆମର ଯୁବଶକ୍ତି ହେଉଛି ଆମର ବଡ଼ ପୁଞ୍ଜି । ସେମାନଙ୍କ ପାଖରେ ନୂତନ ଚିନ୍ତାଧାରା, ଶକ୍ତି ଏବଂ ଆଗ୍ରହ ରହିଛି । ସେମାନଙ୍କୁ ନୂତନ ଯୁଗର ଦକ୍ଷତା ସହ ଗଢ଼ି ତୋଳିଲେ, ଆମେ ୨୦୩୬ ସୁଦ୍ଧା “ବିକଶିତ ଓଡ଼ିଶା” ର ସ୍ୱପ୍ନ ସାକାର କରିପାରିବା । ସମସ୍ତ ଉଦ୍ୟୋଗୀମାନଙ୍କୁ ଆଗାମୀ ୧୦ ବର୍ଷର ଲକ୍ଷ୍ୟକୁ ଆଖି ଆଗରେ ରଖି କେବଳ ବ୍ୟବସାୟ ନୁହେଁ, ବରଂ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ ଶ୍ରୀ ପ୍ରଧାନ ଆନୁରୋଧ କରିଛନ୍ତି ।

ଦେଶର ଅର୍ଥନୀତି ଉପରେ ଆଲୋକପାତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ସମୃଦ୍ଧ ହେଉଛି । ବିଶ୍ୱର ଭୂ-ରାଜନୈତିକ ଅସ୍ଥିରତା ସତ୍ତ୍ୱେ ଆଜି ଭାରତର ଅର୍ଥନୀତି ସମୃଦ୍ଧ ହେଉଛି । ୧୯୪୭ ମସିହା ସ୍ୱାଧୀନତା ପରଠାରୁ ୨୦୧୪ ପର୍ଯ୍ୟନ୍ତ ଆମ ଦେଶ ୨ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିଥିଲା । ମାତ୍ର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ୨୦୧୪ ରୁ ୨୦୨୪ ପର୍ଯ୍ୟନ୍ତ,  ଅର୍ଥାତ୍ ମାତ୍ର ୧୦ ବର୍ଷ ମଧ୍ୟରେ ଭାରତ ଆଉ ୨ ଟ୍ରିଲିୟନ ଡଲାର ଯୋଡ଼ିପାରିଛି । ଆଜି ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଛି, ଯାହା ପ୍ରଧାନମନ୍ତ୍ରୀଙ୍କ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତିର ପରିଣାମ ।

‘ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା’ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ଉଦ୍ୟୋଗୀଙ୍କୁ ସମ୍ମାନିତ କରିଛନ୍ତି। ପୁରସ୍କାର ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଟାଇମ୍ସ ଅଫ୍ ଇଣ୍ଡିଆ ଦେଶର ଏକ ଦାୟିତ୍ୱବାନ ମିଡିଆ ହାଉସ୍ ଭାବରେ କେବଳ ଖବର ପ୍ରକାଶ କରେ ନାହିଁ, ବରଂ ସମାଜରେ ଥିବା ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣି ସେମାନଙ୍କୁ ପ୍ରୋତ୍ସାହିତ କରିଥାଏ । ଆଜି ପୁରସ୍କାର ଗ୍ରହଣ କରିଥିବା ବ୍ୟକ୍ତିବିଶେଷମାନେ  କେବଳ ‘ଓ୍ୱେଲଥ୍ କ୍ରିଏଟର’ ନୁହଁନ୍ତି, ବରଂ ଆମ ରାଜ୍ୟ ପାଇଁ ପ୍ରେରଣାର ଉତ୍ସ। ସେମାନଙ୍କ ପ୍ରୟାସରେ ଓଡ଼ିଶାର ସମୃଦ୍ଧ ପ୍ରାକୃତିକ ସମ୍ପଦ ଏବଂ ଉତ୍କୃଷ୍ଟ ମାନବ ସମ୍ବଳ ଆମକୁ ବିଶ୍ୱ ମାନଚିତ୍ରରେ ଏକ ସ୍ୱତନ୍ତ୍ର ପରିଚୟ ଦେବ ବୋଲି ସେ ମତପ୍ରକାଶ କରିଥିଲେ।

'ଟାଇମ୍ସ ବିଜନେସ୍ ଆୱାର୍ଡ-ଓଡ଼ିଶା ଧର୍ମେନ୍ଦ୍ର ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ପୁଣି ଥରେ ସୁନା ଏବଂ ରୂପା ମୂଲ୍ୟରେ ବୃଦ୍ଧି: ଜାଣନ୍ତୁ ଆଜିର ଦର

March 20, 2026

କେରଳରେ କେତେ ଆସନ ଜିତିବ ବିଜେପି?: ଆଶ୍ଚର୍ଯ୍ୟ ହେବେ ଶଶି ଥରୁରଙ୍କ ଉତ୍ତର ଶୁଣି

March 20, 2026
Latest News

ସବୁଠାରୁ ଶକ୍ତିଶାଳୀ ଚୁମ୍ବକ ତିଆରି କରିବ ଭାରତ: ମୋଦି ସରକାରଙ୍କ ବଡ଼ ଯୋଜନା

March 20, 2026

ପଖାଳ ଦିବସ ଅବସରରେ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

March 20, 2026

ପୁଣି ଥରେ ସୁନା ଏବଂ ରୂପା ମୂଲ୍ୟରେ ବୃଦ୍ଧି: ଜାଣନ୍ତୁ ଆଜିର ଦର

March 20, 2026

କେରଳରେ କେତେ ଆସନ ଜିତିବ ବିଜେପି?: ଆଶ୍ଚର୍ଯ୍ୟ ହେବେ ଶଶି ଥରୁରଙ୍କ ଉତ୍ତର ଶୁଣି

March 20, 2026

ଦ୍ୱିତୀୟ ଦିନ ସକାଳ ୧୦ଟା ସୁଦ୍ଧା ସମସ୍ତ ରେକର୍ଡ ଭାଙ୍ଗିଲା ‘ଧୁରନ୍ଧର ୨’: ଅତିକ୍ରମ କଲା ୧୫୦ କୋଟି

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.