Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ
ଆଜିର ଖବର

ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

January 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ
ସିବିସି ଏବଂ ପିଆଇବି ଭୁବନେଶ୍ବର ପକ୍ଷରୁ ସ୍ୱଚ୍ଛତା ପଖୱାଡା ପାଳିତ

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା ପଖୱାଡା 2026 ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମ ପିଆଇବି ଏବଂ ସିବିସି (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର)ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ଏନଏବିଏମ-ପ୍ରସାର ଭାରତୀର ଉପମହାନିର୍ଦ୍ଦେଶକ ଶ୍ରୀ ଭି.ଏମ୍ ରତ୍ନ ପ୍ରସାଦ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନର ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା । 2 ଅକ୍ଟୋବର, 2014 ରେ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ମିଶନ ଆରମ୍ଭ କରାଯାଇଥିଲା। ଏହା ଏକ ସ୍ୱଚ୍ଛ ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ପରିମଳ, ସ୍ବଚ୍ଛତା ଏବଂ ଜନସାଧାରଣଙ୍କ ସମ୍ପୃକ୍ତି ଉପରେ ଗୁରୁତ୍ୱାରୋପ କରିଥିଲା।

କାର୍ଯ୍ୟକ୍ରମର ଅଂଶ ସ୍ୱରୂପ, ସିବିସି ଭୁବନେଶ୍ୱରର ବରିଷ୍ଠ କଳାକାରମାନେ ସ୍ୱଚ୍ଛତା ବିଷୟବସ୍ତୁ ଉପରେ ଏକ ନାଟକ ପରିବେଷଣ କରିଥିଲେ, ଯାହା ସୃଜନଶୀଳ ଅଭିବ୍ୟକ୍ତି ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ଦେଇଥିଲା ।କାର୍ଯ୍ୟକ୍ରମରେ ସଫାଇ ମିତ୍ର ତ୍ରିବେଣୀ ଦିଗାଲ ଏବଂ ମାନସ ରଞ୍ଜନ ନାୟକଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ସମ୍ମାନିତ କରାଯାଇଥିଲା।

କାର୍ଯ୍ୟକ୍ରମର ସମାପନ ଅବସରରେ ଏକ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା, ଏଥିରେ ସ୍ୱଚ୍ଛ ଭାରତ ମିଶନରେ କର୍ମଚାରୀମାନଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ସମର୍ପଣ ଭାବନା ଦେଖିବାକୁ ମିଳିଥିଲା।

ପିଆଇବି ଭୁବନେଶ୍ବର ଭାରତ ସରକାର ସିବିସି ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ସ୍ୱଚ୍ଛତା ପଖୱାଡା ପାଳିତ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026
Latest News

ଓଡ଼ିଶା ଗସ୍ତରେ ଚେନ୍ନାଇ ଗଣମାଧ୍ୟମ ପ୍ରତିନିଧି ଦଳ

February 7, 2026

ସରକାରୀ କର୍ମଚାରୀଙ୍କ ଯାତ୍ରା ଭତ୍ତା ଦାବି ପାଇଁ ମୋଟର କ୍ୟାବ୍ ଭଡ଼ା ଦର ନିର୍ଦ୍ଧାରଣ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ

February 7, 2026

ସ୍ୱତନ୍ତ୍ର ଏଆଇ ପାର୍କ ପ୍ରତିଷ୍ଠା କରିବ ଓଡ଼ିଶା: ସର୍ବମ ସହିତ ସ୍ୱାକ୍ଷର କଲା ବୁଝାମଣାପତ୍ର

February 7, 2026

ରାଜ୍ୟରେ ଶକ୍ତି ସଂରକ୍ଷଣ ପଦକ୍ଷେପକୁ ଆଗକୁ ବଢ଼ାଇବା ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ

February 7, 2026

ପାକିସ୍ତାନ ସୀମାରେ ଅବସ୍ଥିତ ‘ଗୁରନାମ ’ ଏବଂ’ ବୋବିଆ ’ ବିଓପି ପରିଦର୍ଶନ କଲେ ଅମିତ ଶାହ

February 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.