ଭୁବନେଶ୍ଵର: ବିଜେପି ହେଉଛି ବିଶ୍ୱର ସବୁଠାରୁ ବଡ଼ ରାଜନୈତିକ ଦଳ। ଦେଶର ୨୧ ରାଜ୍ୟରେ ବିଜେପି ଏବଂ ଏନଡିଏର ସରକାର ଅଛି। ଓଡ଼ିଶାବାସୀଙ୍କ ସହଯୋଗରେ ରାଜ୍ୟରେ ବିଜେପି ସରକାର ୧୭ ମାସ ପୂରଣ କରିଛି। ଦଳର ବିଚାରଧାରା ଉପରେ ଅନୁପ୍ରାଣିତ ହୋଇ ବିଜେପିରେ ନୂତନ କାର୍ଯ୍ୟକର୍ତ୍ତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏହିକ୍ରମରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ମିଶ୍ରଣ ପର୍ବରେ ଯାଜପୁର ଓ ଭଦ୍ରକ ଜିଲ୍ଲାର ଅନେକ କାର୍ଯ୍ୟକର୍ତ୍ତା ବିଜେପିରେ ସାମିଲ ହୋଇଛନ୍ତି।
ଏହି ମିଶ୍ରଣ ପରେ ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଦଳର ସଂଗଠନ ଆହୁରୀ ଶକ୍ତିଶାଳୀ ହୋଇଯାଇଛି। ଲୋକମାନଙ୍କ ସମସ୍ୟାର ସମାଧାନ କରିବା ଦାୟିତ୍ୱ। ସମସ୍ତେ ଏକ ମନ, ଏକ ପ୍ରାଣ ହୋଇ ରାଜ୍ୟ ଓ ଦଳକୁ ଯଶସ୍ୱୀ କରିବା ବୋଲି ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।
ଏହି ଅବସରରେ ଯାଜପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ନଳିନୀପ୍ରଭା ଜେନା, ବଡ଼ଚଣା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ପୂର୍ବତନ ସାଂସଦ ରିତା ତରାଇ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହାସହିତ ରସୁଲପୁର ବ୍ଲକ ଅଧ୍ୟକ୍ଷ ଅରୁଣ କୁମାର ରାଉତ, ଧର୍ମଶାଳା ବିଜେଡି ସଭାନେତ୍ରୀ ବିଶ୍ୱବନ୍ଦନା ଜେନା, ଯାଜପୁର ଜିଲ୍ଲା ଯୁବ ବିଜେଡି ସଭାପତି କ୍ଷୀତିଶ ନାୟକ, ସମିତିସଭ୍ୟା ଖିରାବଦ୍ଧି ତନୟା ମଲିକ, ପୂର୍ବତନ ସମିତି ସଭ୍ୟା ଗୀତାଞ୍ଜଳି ପ୍ରଧାନ, ଧର୍ମଶାଳା ବିଜେଡି ଯୁବ ସଂଗଠକ ସନ୍ତୋଷ ତରାଇ, ଆଦିତ୍ୟ ପ୍ରସାଦ ପୃଷ୍ଟି ଓ ଧର୍ମଶାଳା ସାମାଜିକ ଗଣମାଧ୍ୟମ ସଂଯୋଜିକା ଚିନ୍ମୟୀ ବେହୁରା ପ୍ରମୁଖ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି ।
ଯାଜପୁର ଜିଲ୍ଲାର ୧୬ ଜଣ ଜିଲ୍ଲା ପରିଷଦ ସଦସ୍ୟ ବିଜେପିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ସେମାନେ ହେଲେ ବଡଚଣା ବ୍ଲକ ୧୮ନଂ ଜୋନ୍ର ସସ୍ମିତା ମହାନ୍ତି, ୨୦ନଂ ଜୋନ୍ର ଜୟଶ୍ରୀ ସାମଲ; ଧର୍ମଶାଳା ବ୍ଲକ ୧୧ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସୁଧାଂଶୁ ସାହୁ, ୧୩ନଂ ଜୋନ୍ର ସ୍ମୁତିରେଖା ବେହେରା, ୧୫ନଂ ଜୋନ୍ର ଚକ୍ରଧର ବେହେରା, ୩୪ନଂ ଜୋନ୍ର ମମତା ଖୁଂଟିଆ; କୋରେଇ ବ୍ଲକ ୩୫ନଂ ଜୋନ୍ର ଶଶୀରେଖା ପୃଷ୍ଟି; ବରୀ ବ୍ଲକ ୩୧ନଂ ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟ ବିନୋଦ କୁମାର ମାଝୀ, ୩୬ନଂ ଜୋନ୍ର ଭାରତୀ ବିଶ୍ୱାଳ; ସୁକିନ୍ଦା ବ୍ଲକ ୮ନଂ ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ସାମନ୍ତି ରାଣୀ ରାଉତ, ୯ନଂ ଜୋନ୍ର ଟିନା ହାଇବ୍ରୁ, ୩୮ନଂ ଜୋନ୍ର ସାଧୁ ଚରଣ ଡ୍ୟୁ, ୩୯ନଂ ଜୋନ୍ର ପ୍ରତାପ ପଟ୍ଟନାୟକ; ପୁରୁଣା ବଡଚଣା ବ୍ଲକ ୧୬ନଂ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ଯଚିନ୍ଦ୍ର ନାୟକ, ୧୯ନଂ ଜୋନ୍ର ଅରବିନ୍ଦ ସାମଲ ଓ ୩୩ ନଂ. ଜୋନ୍ର ଶିଶିର ମହାନ୍ତି । ଏହାଛଡ଼ା ଜେନପୁର ଗ୍ରାମ ପଂଚାୟତରୁ ୧୪, ଗଡ଼ମାଧପୁର ୧୮, ସମ୍ପାରୁ ୪୪, ମୂୂଳାପାଳରୁ ୩୦, ତରଞ୍ଜିଆ ପଂଚାୟତରୁ ୨୨ଜଣ ବିଜେପିରେ ଯୋଗଦେଇଥିଲେ ।
ସେହିପରି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବବୁଲୁ ମହାଲିକ, ଏସ୍କେ ନିଆମଦ୍, ଶରତ ଚନ୍ଦ୍ର ରାଉତ, ଏସ୍କେ ଆଫରତ୍, ଏସ୍କେ ଇବ୍ରାହିମ୍, ଏସ୍କେ ଫିରୋଜ, ଏସ୍କେ ଜୁନାଦ, ଏସ୍କେ ସାଦମ୍, ଫାତମା, ଏସ୍କେ ଫାଜରୁଲ, ଏସ୍କେ ମଣି, ରମାକାନ୍ତ ଦାସ, କମଳକାନ୍ତ ସାମଲ, ସୁକାନ୍ତ ସାମଲ, ନିଶିକାନ୍ତ ନାୟକ, ଏସ୍କେ ଗେଡୁ, ଏସ୍କେ କେଟାବଡି, କାଳୁ ଶାହା, ଏସ୍କେ ରେକର୍ଡ, ଏସ୍କେ କଲିମ୍, ଏସ୍କେ ଅବଦୁଲ, ଏସ୍କେ ବାପୁନ, ଏସ୍କେ ଜାନୁ, ଏସ୍କେ କାଳିଆ, ଏସ୍କେ କିଷାନ, ଏସ୍କେ ରହିମ୍, ଏସ୍କେ ଜାବିର୍, ଏସ୍କେ ଲାଲୁ, ଏସ୍କେ ତବାରେକ୍, ଏସ୍କେ ସାଡା, ଏସ୍କେ ଆବୁ, ନବାବ୍ ଖାନ୍, ଏସ୍କେ ରିଆଜ୍, ଏସ୍କେ ପୁଟା, ଏସ୍କେ ସିଆରୁଜିନ୍, ହେମନ୍ତ ନାୟକ, ଜୋଗେନ୍ଦ୍ର ନାୟକ, ସୂର୍ଯ୍ୟମଣି ସେଠୀ, ସୁକୁମାର ମଇତ୍ରି, ପ୍ରଶାନ୍ତ ତ୍ରିପାଠୀ, ବିକ୍ରମ କେଶରୀ ମହାନ୍ତି; ମୋଟୋ ଗ୍ରାମ ପଂଚାୟତର ଅଶୋକ କୁମାର ରାଉଳ, ପ୍ରଣବ ବଳ, ପ୍ରମୋଦ ମହାନ୍ତି, ଜିତେନ୍ଦ୍ର ସାମଲ, ରାଜେନ୍ଦ୍ର ନାୟକ ପ୍ରମୁଖ ବିଜେଡି ଛାଡି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ଶ୍ରୀ ସାମଲ ସମସ୍ତ ନୂତନ ସଦସ୍ୟଙ୍କୁ ଟୋପି ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରିଛନ୍ତି। ଏହି ଅବସରରେ ଯାଜପୁର ସାଂସଦ ରବିନାରାୟଣ ବେହେରା, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ଅମର କୁମାର ନାୟକ, ହିମାଂଶୁ ଶେଖର ସାହୁ ଆକାଶ ଦାସ ନାୟକ, ରାଜ୍ୟ ଉପସଭାପତି ବିଷ୍ଣୁ ଦାସ, ରାଜ୍ୟ ସାଧାରଣ ସମ୍ପାଦକ ସୀମାଂଚଳ ଖଟେଇ, ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକ, ରାଜ୍ୟ ସମ୍ପାଦକ ସରୋଜ କୁମାର କର, ଯାଜପୁର ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ, ଯାଜପୁର ପୂର୍ବତନ ଜିଲ୍ଲା ସଭାପତି ଗୌତମ ରାୟ, ବରୀ ବିଧାୟକ ପ୍ରାର୍ଥୀ ଉମେଶ ଚନ୍ଦ୍ର ଜେନା, ଭଦ୍ରକ ଜିଲ୍ଲା ସଭାପତି ଭଗବାନ ପଣ୍ଡା, ଭଦ୍ରକ ଜିଲ୍ଲା ଉପସଭାପତି କିଶୋର ନାୟକ, ଭଦ୍ରକ ଜିଲ୍ଲା ସାଧାରଣ ସମ୍ପାଦକ କମଳାକାନ୍ତ ସୁତାର ପ୍ରମୁଖ ଉପସ୍ଥିତ ଥିଲେ।


