Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି: ଶକ୍ତି ମନ୍ତ୍ରୀ
ଆଜିର ଖବର

ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି: ଶକ୍ତି ମନ୍ତ୍ରୀ

January 19, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶକ୍ତି ମନ୍ତ୍ରୀ
ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି: ଶକ୍ତି ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକ (ଡିସକମ ଏବଂ ବିଦ୍ୟୁତ ବିଭାଗ) 2024-25 ଆର୍ଥିକ ବର୍ଷରେ ସାମୂହିକ ଭାବେ 2,701 କୋଟି ଟଙ୍କାର ସକାରାତ୍ମକ ଟିକସ ପରବର୍ତ୍ତୀ ଲାଭ (ପିଏଟି) ହାସଲ କରିଛନ୍ତି। ଏହା ବିଦ୍ୟୁତ କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି। 2024-25 ବର୍ଷରେ ଉପରୋକ୍ତ ପରିମାଣର ଲାଭ ହୋଇଥିବା ବେଳେ 2023-24ରେ 25,553 କୋଟି ଟଙ୍କା ଏବଂ 2013-14ରେ 67,962 କୋଟି ଟଙ୍କାର କ୍ଷତି ହୋଇଥିଲା।

ଏ ସମ୍ପର୍କରେ କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ବିଦ୍ୟୁତ ବିତରଣ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ବିତରଣ କ୍ଷେତ୍ରରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏକାଧିକ ପଦକ୍ଷେପ ଗ୍ରହଣ କରାଯିବା ଫଳରେ ଏହା ସମ୍ଭବ ହୋଇପାରିଛି। ଏହି ସଫଳତା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଦୂରଦୃଷ୍ଟିକୁ ମଧ୍ୟ ଶ୍ରେୟ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ମନୋହର ଲାଲ କହିଛନ୍ତି, ଭାରତ ନିଜର ଅଭିବୃଦ୍ଧି କରିବା ସହିତ ବିଶ୍ୱ ଅଭିବୃଦ୍ଧିକୁ ମଧ୍ୟ ଆଗେଇ ନେଉଛନ୍ତି। ଏହି କ୍ଷେତ୍ରରେ ଶକ୍ତି କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ଶକ୍ତି କ୍ଷେତ୍ରରେ ଆବଶ୍ୟକ ସଂସ୍କାର ଗ୍ରହଣ କରିବା ଲାଗି ସରକାର ସଂକଳ୍ପବଦ୍ଧି ରହିଛନ୍ତି। ଏହା ଦେଶର ଆର୍ଥିକ ଅଭିବୃଦ୍ଧିକୁ ସମର୍ଥନ କରିବା ସହିତ ବିକଶିତ ଭାରତ ଦିଗରେ ଜାରି ରହିଥିବା ଯାତ୍ରାରେ ମଧ୍ୟ ଯୋଗଦାନ ଦେଉଛି।

ପରିବର୍ଦ୍ଧିତ ବିତରଣ କ୍ଷେତ୍ର ଯୋଜନା ଅଧୀନରେ ଭିତ୍ତିଭୂମି ଆଧୁନିକୀକରଣ ଏବଂ ସ୍ମାର୍ଟ ମିଟରିଂ ବ୍ୟବସ୍ଥା ଜରିଆରେ ଆର୍ଥିକ ସ୍ଥିତିରେ ସୁଧାର ଅଣାଯାଇଛି। ଆର୍ଥିକ ଓ ପରିଚାଳନାଗତ ଶୃଙ୍ଖଳାକୁ ପ୍ରୋତ୍ସାହିତ କରିବା ଲାଗି ଶକ୍ତି କ୍ଷେତ୍ରର ସଂସ୍ଥାଗୁଡ଼ିକୁ ଆର୍ଥିକ ଶକ୍ତି ପ୍ରଦାନ କରିବା ଲାଗି ଅତିରିକ୍ତ ବିବେକପୂର୍ଣ୍ଣ ମାନଦଣ୍ଡ ଲାଗୁ କରାଯାଇଛି। ସମ୍ପୂର୍ଣ୍ଣ ଖର୍ଚ୍ଚ ଅସୁଲି, ବିବେକପୂର୍ଣ୍ଣ ଶୁଳ୍କ ଢାଞ୍ଚା ଏବଂ ପାରଦର୍ଶୀ ଅନୁଦାନ ଆକାଉଣଟିଂ ଲାଗି ବିଦ୍ୟୁତ ନିୟମରେ ସଂଶୋଧନ କରାଯାଇଛି। ଉନ୍ନତ ଆର୍ଥିକ ପରିଚାଳନା ଲାଗି ବିଦ୍ୟୁତ ବିତରଣ (ଆକାଉଣ୍ଟିଂ ଏବଂ ଅତିରିକ୍ତ ପ୍ରକଟୀକରଣ) ନିୟମ, 2025 କାର୍ଯ୍ୟକାରୀ କରାଯାଇଛି। ସେହିପରି ବିଳମ୍ବିତ ପଇଠ ପାଇଁ ସର୍ଚ୍ଚାର୍ଜ ନିୟମ ଲାଗୁ ସହିତ ଗୁରୁତ୍ୱପୂର୍ଣ୍ଣ ଶକ୍ତି ସଂସ୍କାର କାର୍ଯ୍ୟକାରୀ କରୁଥିବା ରାଜ୍ୟଗୁଡ଼ିକୁ ପ୍ରୋତ୍ସାହନ ଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ସଂସ୍କାରଗୁଡ଼ିକ ଫଳରେ ଅନେକ ବର୍ଷ ପରେ ବିତରଣ କମ୍ପାନୀଗୁଡ଼ିକର ଲାଭ ବଢ଼ିବା ସହିତ ଅନ୍ୟାନ୍ୟ କାର୍ଯ୍ୟଦକ୍ଷତା ମଧ୍ୟ ବୃଦ୍ଧି ପାଇଛି। ବିଗତ କିଛି ବର୍ଷ ମଧ୍ୟରେ ମୋଟ୍‌ ବୈଷୟିକ ଏବଂ ବାଣିଜ୍ୟିକ (ଏଟି ଏଣ୍ଡ ସି) କ୍ଷତି ମଧ୍ୟ ହ୍ରାସ ପାଇଛି। ଏହି କ୍ଷତି  2013-14ରେ 22.62ରୁ ହ୍ରାସ ପାଇ 2024-25 ରେ 15.04ରେ ପହଞ୍ଚିଛି। ଏହା ବ୍ୟତୀତ ଖର୍ଚ୍ଚ ଅସୁଲିରେ ମଧ୍ୟ ସୁଧାର ଆସିଛି । ଯୋଗାଣର ହାରାହାରୀ ଖର୍ଚ୍ଚ-ହାରାହାରୀ ରାଜସ୍ୱ ପ୍ରାପ୍ତି (ଏସିଏସ-ଏଆରଆର) ବ୍ୟବଧାନ 2013-14ରେ 0.78 କିଲୋୱାଟ୍‌-ଘଣ୍ଟାରୁ 2024-25ରେ 0.06 କିଲୋୱାଟ୍‌ ଘଣ୍ଟାକୁ ହ୍ରାସ ପାଇଛି । ବିଳମ୍ବିତ ପଇଠ ପାଇଁ ସର୍ଚ୍ଚାର୍ଜ ନିୟମ ଭଳି ସଂସ୍କାର କାରଣରୁ ଉତ୍ପାଦନ କମ୍ପାନୀଗୁଡ଼ିକର ଦେୟ ବକେୟା ରାଶି ମଧ୍ୟ 96 ପ୍ରତିଶତ ହ୍ରାସ ପାଇଛି । 2022ରେ ଏହା 1,39,947 କୋଟି ଟଙ୍କା ଥିବା ବେଳେ ବର୍ତ୍ତମାନ ହ୍ରାସ ପାଇ 2026ରେ ମାତ୍ର 4,927 ଟଙ୍କା ରହିଛି । ଅନ୍ୟପକ୍ଷରେ ବିତରଣ ସଂସ୍ଥାଗୁଡ଼ିକର ପୈଠ ଚକ୍ର 2020-21 ଆର୍ଥିକ ବର୍ଷରେ 178 ଦିନରୁ ହ୍ରାସ ପାଇ 2024-25ରେ 113 ଦିନରେ ପହଞ୍ଚିଛି।

ଗତ ଏକ ଦଶନ୍ଧି ମଧ୍ୟରେ ସାରା ଦେଶରେ ବିଦ୍ୟୁତ ବଣ୍ଟନ ସଂସ୍ଥାଗୁଡ଼ିକର କାର୍ଯ୍ୟଦକ୍ଷତାକୁ ଉନ୍ନତ କରିବା ପାଇଁ ଶକ୍ତି ମନ୍ତ୍ରଣାଳୟ ଦୃଢ଼ ପ୍ରୟାସ କରିଛି। ବିଭିନ୍ନ ନୀତିଗତ ପଦକ୍ଷେପ ବ୍ୟତୀତ, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ବ୍ୟାପକ ଆଲୋଚନା ବଣ୍ଟନ କ୍ଷେତ୍ର ସଂସ୍କାର ଉପରେ ମନ୍ତ୍ରଣାଳୟ ଧ୍ୟାନ ଦେଇଛି।

ବିଦ୍ୟୁତ ବିତରଣ କ୍ଷେତ୍ର ଶକ୍ତି ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026

ବିହାରର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିବେ ନୀତିଶ କୁମାର?: ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି

March 25, 2026

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026
Latest News

ଯୁଦ୍ଧକୁ ନେଇ ସାରା ବିଶ୍ୱ ଚିନ୍ତିତ, କିନ୍ତୁ ଭାରତ ପାଇଁ କିଛି ଭଲ ଖବର: ଜାଣନ୍ତୁ…

March 25, 2026

ଭାରତ ସରକାରଙ୍କ ବଡ଼ ପଦକ୍ଷେପ: ତିନି ମାସ ମଧ୍ୟରେ PNG ସଂଯୋଗ ନକଲେ ମିଳିବନି LPG

March 25, 2026

ବିହାରର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ମନୋନୀତ କରିବେ ନୀତିଶ କୁମାର?: ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି

March 25, 2026

ରତ୍ନ ଭଣ୍ଡାରର ଗଣତିମଣତି ଆରମ୍ଭ: ଜାଣନ୍ତୁ ଏହାର ପ୍ରକ୍ରିୟା ଏବଂ ପୂର୍ବରୁ କେତେ ଥିଲା ଅଳଙ୍କାର?

March 25, 2026

ପାକିସ୍ତାନରେ ଅଧିକ ଦରମା ସତ୍ତ୍ୱେ IPLରେ ଯୋଗଦେଲେ ଏହି ଖେଳାଳି: ଧୋନିଙ୍କ ସହିତ ଖେଳିବାକୁ ଆଗ୍ରହୀ

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.