ଭୁବନେଶ୍ଵର: ମାନବ ସେବା କ୍ଷେତ୍ରରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଏକ ଅଗ୍ରଣୀ ସଂଗଠନ ଭାବରେ ସମଗ୍ର ଦେଶରେ ପରିଚିତ। ଶ୍ରୀ ସତ୍ୟ ସାଇ ବାବା ମାନବ ସମାଜକୁ ଦେଇଥିବା ସେବା, ମୂଲ୍ୟବୋଧ, ଭଲପାଇବା ଆଦି ମାନବ ସମାଜ ର ହିତସାଧନ କରିଚାଲିଛି। ଏହି ବର୍ଷ କୁ ଭଗବାନ୍ ଶ୍ରୀ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକ ବର୍ଷ ରୂପେ ସମଗ୍ର ବିଶ୍ବରେ ପାଳନ କରାଯାଉଛି।
ଚଳିତ ବର୍ଷ ମଧ୍ୟ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଓଡିଶା ପକ୍ଷରୁ ପଚାଶ ତମ ରାଜ୍ୟ ସମ୍ମିଳନୀ ସହ ଦିବ୍ୟ ପାଦୁକା ଯାତ୍ରା ରଥର ସମାବର୍ତ୍ତନ ଉତ୍ସବ ଦିବ୍ୟ ଓ ଭବ୍ୟ ପରିବେଶ ରେ ପାଳନ କରାଯାଉଛି। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ରାଜ୍ୟର ପ୍ରତ୍ୟେକ କୋଣ ଅନୁକୋଣରୁ ବିଭିନ୍ନ ସମିତି ଭଜନ ମଣ୍ଡଳୀ ସହ ଅନେକ ସାଇ ଆଶ୍ରିତ ହଜାର ହଜାର ଶ୍ରଦ୍ଧାଳୁ, ସେବାଦଳ ଭାଇ ମାନକ ସହ ଓ ବିଶିଷ୍ଟ ଅତିଥିମାନେ ଯୋଗଦେବେ।
ଭୁବନେଶ୍ଵର ସାଇ ଜନନୀ ଠାରେ ଆଜିଠାରୁ ୨୨ ତାରିଖ ଯାଏ ୧୦୦ ଘଣ୍ଟା ଅଖଣ୍ଡ ଭଜନ ସହ ୧୦୦ ଘଣ୍ଟା ବେଦ ପାଠ ପରେ ସମଗ୍ର ଓଡ଼ିଶା ପରିଭ୍ରମଣ କରି ଆସିଥିବା ଦିବ୍ୟ ପାଦୁକା ସ୍ଥାପନ କରାଯିବ। ସରସ୍ଵତୀ ପୂଜା ୨୩ ତାରିଖ ରେ ଏହି କାର୍ଯ୍ୟକ୍ରମର ଉଦଯାପନୀ ସମାରୋହ ରହିଛି।


