ରାୟପୁର: ବସ୍ ଓଲଟି ନଅ ଜଣଙ୍କର ମୃତ୍ୟୁ ହୋଥିବା ବେଳେ ଅନେକ ଆହତ ହୋଇଛନ୍ତି। ସମସ୍ତ ଯାତ୍ରୀ ଛତିଶଗଡ଼ରୁ ଲୋଧ ଗାଁରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ।
ସୂଚନା ଅନୁଯାୟୀ, ବସ୍ ଯୋଗେ କିଛି ଲୋକ ଛତିଶଗଡ଼ର ବଳରାମପୁରରୁ ମହୁଆଡାଣ୍ଡ ବ୍ଲକର ଲୋଧ ଗାଁର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ବଙ୍ଗଳାଦାରା ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଯାହାଫଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୩୦ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମହୁଆଡାଣ୍ଡ ଏବଂ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଗୁରୁତର ଆହତ ତିରିଶ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ RIMS ପଠାଯାଇଛି।


