ଭୁବନେଶ୍ଵର: ଓଡ଼ିଶାର ବିଶିଷ୍ଟ ଲେଖିକା, ପଦ୍ମବିଭୂଷଣ ପ୍ରତିଭା ରାୟଙ୍କ ପାଖକୁ ଆସିଛି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିମନ୍ତ୍ରଣ। ଜାନୁୟାରୀ ୨୬ ତାରିଖରେ ରାଷ୍ଟ୍ରପତି ଭବନରେ ଆୟୋଜିତ ହେବାକୁ ଥିବା ଆଟ ହୋମ ପାର୍ଟିରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଭବନରୁ ଶ୍ରୀମତୀ ରାୟଙ୍କ ନିକଟକୁ ନିମନ୍ତ୍ରଣ ଆସିଛି। ଯାହାକୁ ସୋମବାର ପୋଷ୍ଟାଲ ଟିମ୍ ତାଙ୍କ ପାଖରେ ପହଞ୍ଚାଇଛନ୍ତି। ନିମନ୍ତ୍ରଣ ପାଇ ଖୁସି ବ୍ୟକ୍ତ କରିଛନ୍ତି ପ୍ରତିଭା ରାୟ। ପୂର୍ବ ବର୍ଷ ନିମନ୍ତ୍ରଣ ପାଇ ସେ ରାଷ୍ଟ୍ରପତି ଭବନ ଯାଇଥିଲେ। ତେବେ ଚଳିତ ବର୍ଷ ନିମନ୍ତ୍ରଣ ପାଇବା ପରେ ସେ ଅତ୍ୟନ୍ତ ଆନନ୍ଦିତ ବୋଲି କହିଛନ୍ତି।


