ଭୁବନେଶ୍ଵର: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ଭୁବନେଶ୍ୱରସ୍ଥିତ ଓଡିଶା ବୈଷୟିକ ଏବଂ ଗବେଷଣା ବିଶ୍ୱବିଦ୍ୟାଳୟ-ଓୟୁଟିଆର୍ ର ତୃତୀୟ ସମାବର୍ତ୍ତନ ସମାରୋହରେ ଯୋଗ ଦେଇଛନ୍ତି। କୃତୀ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଓ ପଦକ ପ୍ରଦାନ କରିବା ସହିତ ସେମାନଙ୍କୁ ଉଦ୍ୟମିତା, ନୂତନ ଉଦ୍ଭାବନ ଏବଂ ଆଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଆଗକୁ ବଢିବା ଲାଗି ପରାମର୍ଶ ଦେଇଛନ୍ତି ରାଜ୍ୟପାଳ। ଚାକିରି ଖୋଜିବା ପରିବର୍ତ୍ତେ ନିଯୁକ୍ତିଦାତା ହେବାଲାଗି ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଶ୍ରୀ କମ୍ଭମପାଟି ଆହ୍ୱାନ ଦେଇଛନ୍ତି। ବିକଶିତ ଓଡିଶା ଏବଂ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ଲାଗି ଆଜୀବନ ଅଧ୍ୟୟନ, ନୈତିକ ନେତୃତ୍ୱ ଏବଂ ସମାଜ କଲ୍ୟାଣରେ ଯୋଗଦାନ ଦେବାକୁ ସେ ମତବ୍ୟକ୍ତ କରିଛନ୍ତି।


