ଭୁବନେଶ୍ଵର: ଭୁବନେଶ୍ଵରରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ନେଇ ଦୁଇ ଦିନିଆ ଜାତୀୟ ଚିନ୍ତନ ଶିବିର ଆରମ୍ଭ ହୋଇଛି। ଏହି ଶିବିରକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଉଦଘାଟନ କରିଛନ୍ତି।
ଏହି ଶିବିରରେ ଦେଶର ୨୮ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ବିଶେଷଜ୍ଞ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଛନ୍ତି। ଶିବିରରେ ମୁଖ୍ୟତଃ ୬ଟି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ଉପରେ ସମୀକ୍ଷା କରାଯିବ। ଶିବିରରେ ଯୋଗ ଦେଇ ଶ୍ରୀ ମହାଲିଙ୍ଗ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ଆଗାମୀ ୩ ଦିନ ମଧ୍ୟରେ କରାଯିବ। ଯେଉଁ ଯୋଗ୍ୟ ଲାଭାର୍ଥୀମାନଙ୍କର ଏପର୍ଯ୍ୟନ୍ତ ଆୟୁଷ୍ମାନ ଭାରତ କାର୍ଡ ତିଆରି ହୋଇନାହିଁ, ସେମାନେ ଡିଜିଟାଲ ମାଧ୍ୟମରେ ନିଜ ତଥ୍ୟ ଯାଞ୍ଚ କରିବା ସହ ଆବେଦନର ସ୍ଥିତି ଜାଣିପାରିବେ ବୋଲି ସେ କହିଛନ୍ତି।
ଏହି ଉଦ୍ଦେଶ୍ୟରେ ୩ଟି ଗୁରୁତ୍ୱପୂର୍ଣ୍ଣ MOU ସ୍ୱାକ୍ଷରିତ ହୋଇଛି। ଏହି ପଦକ୍ଷେପ ଫଳରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼, ସ୍ୱଚ୍ଛ ଏବଂ ସହଜଗମ୍ୟ କରାଯିବ ବୋଲି ଆଶା କରାଯାଉଛି।


