Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୧ ତାରିଖରୁ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବ ତିନି ଦିନିଆ ଜାତୀୟ ନାଟ୍ୟ ମହୋତ୍ସବ
ଆଜିର ଖବର

୨୧ ତାରିଖରୁ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବ ତିନି ଦିନିଆ ଜାତୀୟ ନାଟ୍ୟ ମହୋତ୍ସବ

January 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୨୧ ତାରିଖରୁ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବ ତିନି ଦିନିଆ ଜାତୀୟ ନାଟ୍ୟ ମହୋତ୍ସବ
୨୧ ତାରିଖରୁ ଭଞ୍ଜ କଳା ମଣ୍ଡପରେ ଅନୁଷ୍ଠିତ ହେବ ତିନି ଦିନିଆ ଜାତୀୟ ନାଟ୍ୟ ମହୋତ୍ସବ

ଭୁବନେଶ୍ଵର: ପ୍ରବୀଣ ଅଭିନେତା ସ୍ବର୍ଗତ ଅଜିତ ଦାସଙ୍କ ଜନ୍ମ ଦିବସକୁ ସ୍ମରଣୀୟ କରିବା ପାଇଁ ତାଙ୍କ ଦ୍ୱାରା ପ୍ରତିଷ୍ଠିତ “ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍ ଅଫ୍ ଥିଏଟର” (AJIT) ତା’ର ୧୪ତମ ଅଜିତ ଜାତୀୟ ନାଟ୍ୟ ମହୋତ୍ସବ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି। ଯାହା ଜାନୁଆରୀ ୨୧ରୁ ଜାନୁଆରୀ ୨୩ ସନ୍ଧ୍ୟା ୬ଘଟିକା ୩୦ମିନିଟ ସମୟରେ ଭଞ୍ଜକଳା ମଣ୍ଡପରେ ପାରିବେଶିତ ହେବ। ନାଟ୍ୟ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଗୌହାଟି ସ୍ଥିତ ଏକ ନାଟ୍ୟ ଅନୁଷ୍ଠାନ ପୂର୍ବରଙ୍ଗାର କଳାକାରଙ୍କ ଦ୍ୱାରା ଆସାମୀ ଭାଷାର ନାଟକ ‘ବାସବଦତ୍ତ’ ନାଟକ ପ୍ରଦର୍ଶିତ ହେବ। ଯାହା ପ୍ରଖ୍ୟାତ ନାଟ୍ୟକାର ଗୁଣାକାର ଦେବ ଗୋସ୍ୱାମୀଙ୍କ ଦ୍ୱାରା ନିର୍ଦ୍ଦେଶିତହୋଇଛି।

ନାଟ୍ୟ ମହୋତ୍ସବର ଉଦଘାଟନୀ ସନ୍ଧ୍ୟାରେ ବରିଷ୍ଠ ଅଭିନେତା ଅନ୍ତର୍ଯ୍ୟାମୀ ପଣ୍ଡା ଏବଂ ଯୁବ କଳାକାର କେକେ ଙ୍କୁ “ଅଜିତ ନାଟ୍ୟ ସମ୍ମାନ” ଏବଂ “ଅଜିତ ଯୁବ ନାଟ୍ୟ ସମ୍ମାନ”ରେ ସମ୍ମାନିତ କରାଯିବ। ଦ୍ୱିତୀୟ ସନ୍ଧ୍ୟାରେ ନାଟ୍ୟ ପ୍ରେମୀଙ୍କୁ ବିକ୍ରମ କୁମାର ସାହୁଙ୍କ ନିର୍ଦ୍ଦେଶନାରେ ପୁରୀର ଏକ ପ୍ରସିଦ୍ଧ ନାଟ୍ୟ ଅନୁଷ୍ଠାନ ରଙ୍ଗଶାଳାର କଳାକାରମାନଙ୍କ ଦ୍ୱାରା ମଞ୍ଚସ୍ଥ ଓଡ଼ିଆ ନାଟକ ‘ନିସିଧ କାଖ୍ୟା’ ପରିବେଷଣ କରାଯିବ। ସେହି ସନ୍ଧ୍ୟାରେ ପ୍ରସିଦ୍ଧ ନାଟ୍ୟ ବ୍ୟକ୍ତିତ୍ୱ ପିତାମ୍ବର ସେନାପତିଙ୍କୁ ‘ଅଜିତ ନାଟ୍ୟ ସମ୍ମାନ’ରେ ସମ୍ମାନିତ କରାଯିବ। ସେହିଭଳି ୨୩ ତାରିଖ ଅର୍ଥାତ ଉଦଯାପନୀ ସନ୍ଧ୍ୟାରେ ଦୀପକ ରଞ୍ଜନ ପତି (ଅମନ)ଙ୍କ ନିର୍ଦ୍ଦେଶନାରେ ଅଜିତ (AJIT) ର ନିଜସ୍ୱ ନାଟକ ‘ସମକାଳ’ ପରିବେଷଣ ହେବ। ସମାପନା ସମାରୋହରେ, ବରିଷ୍ଠ କଳାକାର ପ୍ରେମାଞ୍ଜନ ପରିଡାଙ୍କୁ “ଅଜିତ ନାଟ୍ୟ ସମ୍ମାନ” ଏବଂ ପ୍ରଣୟ ଜେଠୀଙ୍କୁ “ଅଜିତ ସାମ୍ବାଦିକ ସମ୍ମାନ” ପ୍ରଦାନ କରାଯିବ ବୋଲି ଅଜିତ ନାଟ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରିଛନ୍ତି। ଦ୍ଵିତୀୟ ଏବଂ ତୃତୀୟ ସନ୍ଧ୍ୟାରେ ପରିବେଷଣ ହେବାକୁ ଥିବା ଦୁଇଟି ନାଟକର ନାଟ୍ୟକାର ହେଉଛନ୍ତି ଶଙ୍କର ପ୍ରସାଦ ତ୍ରିପାଠୀ।

ତେବେ ଜାନୁଆରୀ ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଭଞ୍ଜ କଳା ମଣ୍ଡପରେ ବହୁ ସଂଖ୍ୟାରେ ନାଟ୍ୟପ୍ରେମୀ ଏକାଠି ହୋଇ ନାଟ୍ୟ ମନସ୍କ ହେବା ପାଇଁ ଅଜିତ ନାଟ୍ୟ ଅନୁଷ୍ଠାନର ସମ୍ପାଦିକା ଡଃ ମାୟା ଦାସ ନିମନ୍ତ୍ରଣ କରିଛନ୍ତି।

ଅଜିତ ଦାସ ଜାତୀୟ ନାଟ୍ୟ ମହୋତ୍ସବ ଭଞ୍ଜ କଳା ମଣ୍ଡପ
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.