ଖୋର୍ଦ୍ଧା: କାଳଜୟୀ ଲେଖକ ଓ କବି ମହାପୁରୁଷ ବଙ୍କିମ ଚନ୍ଦ୍ର ଚାଟାର୍ଜୀଙ୍କ ବନ୍ଦେ ମାତରଂ ସ୍ଲୋଗାନ ର ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ସମାରୋହ ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ୍ ହଲ୍ ଠାରେ ଗତକାଲି ଅନୁଷ୍ଠିତ ହୋଇଯାଇଅଛି। ଖୋର୍ଦ୍ଧା ବ୍ଲକ ଓ ପୌର ପରିଷଦ ଖୋର୍ଦ୍ଧା ପ୍ରଶାସନ ମିଳିତ ଆନୁକୁଲ୍ୟରେ ଏବଂ ପୌର ପରିଷଦ ନିର୍ବାହୀ ଅଧିକାରୀ ରିଜ୍ୱାନ କାକ୍ଵାବ ଙ୍କ ପୋରହିତ୍ୟରେ ଅନୁଷ୍ଠିତ ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋର୍ଦ୍ଧା ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରି ନିଜ ଅଭିଭାଷଣରେ କହିଲେ ବଙ୍କିମ ଚନ୍ଦ୍ର ଜଣେ ମହାନ ଜ୍ଞାନୀ ଗୁଣୀ କାଳଜୟୀ ଲେଖକ ଥିଲେ। ମହାପୁରୁଷ ବଙ୍କିମଙ୍କର ସ୍ଲୋଗାନ ବାଜିଲେ ଦେଶ ଭକ୍ତି ଓ ଦେଶ ମାତୃକାର ସେବା କରିବାକୁ ମନରେ ଅସରନ୍ତି ସ୍ପୃହା ଜାଗ୍ରତ ହୋଇଥାଏ। ତାଙ୍କର ଏହି ମହାନ ପ୍ରତିଭା ର ୧୫୦ ବର୍ଷ ପୂର୍ତ୍ତି କୁ ସରକାର ଆତ୍ମ ନିର୍ଭର ଭାରତ ଓ ସ୍ୱଦେଶୀ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଓ ଆପଣେଇବାକୁ ଆମେ ଆଜି ସଂକଳ୍ପ ନେଇ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ନିର୍ମାଣ କୁ ସାକାର କରି ସାରା ବିଶ୍ବକୁ ଆମର ଅଖଣ୍ଡ ଭାରତ ର ଆତ୍ମ ନିର୍ଭର ଭାରତ ଶ୍ରେଷ୍ଠତା କୁ ପ୍ରତିପାଦିତ କରିବାକୁ ଆହ୍ଵାନ ଦେଇଥିଲେ।
ସମ୍ମାନିତ ଅତିଥି ଭାବେ ମାନ୍ୟବର ସାଂସଦ, ଭୁବନେଶ୍ୱର ଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ହୋତା, ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଉପାଧ୍ୟକ୍ଷ ଶୌର୍ଯ୍ୟ ରଞ୍ଜନ ମହାନ୍ତି, ଅଧ୍ୟକ୍ଷା, ପଂଚାୟତ ସମିତି, ଖୋର୍ଦ୍ଧା ଶ୍ରୀମୟୀ ପ୍ରିୟଦର୍ଶିନୀ ପ୍ରମୁଖ ଯୋଗ ଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଦିବସ ଉପଲକ୍ଷେ ଆତ୍ମ ନିର୍ଭର ଭାରତ ସ୍ୱଦେଶୀ ସଂକଳ୍ପ ପତ୍ର ସମସ୍ତଙ୍କୁ ପାଠ କରାଇବା ସହ ବ୍ଲକ୍ ସ୍ତରୀୟ ଓ ପୌରାଞ୍ଚାଳ ସ୍ତରୀୟ ଅନୁଷ୍ଠିତ କୃତୀ ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରିଥିଲେ। ଦିବସରେ ବହୁ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ର ଛାତ୍ରୀ, ଅଭିଭାବକ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।


