Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ମହାପ୍ରଭୃଙ୍କର ପଦ୍ମବେଶ: କାହିଁକି ହୁଏ ଏହି ବେଶ, କଣ ରହିଛି ଏହା ପଛର କିମ୍ବଦନ୍ତୀ?
ଆଜିର ଖବର

ଆଜି ମହାପ୍ରଭୃଙ୍କର ପଦ୍ମବେଶ: କାହିଁକି ହୁଏ ଏହି ବେଶ, କଣ ରହିଛି ଏହା ପଛର କିମ୍ବଦନ୍ତୀ?

January 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Jagannath Temple
ଆଜି ମହାପ୍ରଭୃଙ୍କର ପଦ୍ମବେଶ: କାହିଁକି ହୁଏ ଏହି ବେଶ, କଣ ରହିଛି ଏହା ପଛର କିମ୍ବଦନ୍ତୀ?

ପୁରୀ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୃଙ୍କ ପଦ୍ମ ବେଶ ଅନୁଷ୍ଠିତ ହେବ। ଆଜି ବଡସିଂହାର ବେଶ ବେଳେ ମହାପ୍ରଭୃଙ୍କ ନିକଟରେ ଲାଗି ହେବ ପଦ୍ମଫୁଲ। ଯାହାକୁ ପଦ୍ମବେଶ ବୋଲି କୁହାଯାଇଥାଏ। ଏହି ବେଶ ପାଇଁ ବଡଛତା ମଠ ତରଫରୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥାଏ। ତାହାକୁ ଦୟାଣମାଳି ସେବକମାନେ ଶ୍ରୀଜିୟୁଙ୍କୁ ପଦ୍ମବେଶ କରିଥାନ୍ତି।

ତେବେ ଆଜି ରାତିରେ ଏହି ବେଶ ହେବ। ମହାପ୍ରଭୃଙ୍କ ପହଡ ପୂର୍ବରୁ ଏହି ବେଶ କରାଯାଇ ତିନିଠାକୁର ବିଶ୍ରାମ କରିବେ। ଆସନ୍ତାକାଲି ଅବକାଶ ନିତି ପର୍ଯ୍ୟନ୍ତ ଏହି ବେଶ ରହିବ। ଫଳରେ ଭକ୍ତମାନେ ଆସନ୍ତାକାଲି ଭୋରରୁ ଏହି ବେଶକୁ ଦର୍ଶନ କରିବେ। ପ୍ରତିବର୍ଷ ମାଘ ଅମବାସ୍ୟାରୁ ଶ୍ରୀପଞ୍ଚମୀ ମଧ୍ୟରେ କୌଣସି ବୁଧବାର କିମ୍ବା ଶନିବାରରେ ଏହି ବେଶ କରାଯାଇଥାଏ।

ତେବେ ଏହି ବେଶ ପଛରେ ରହିଛି ଏକ କିମ୍ବଦନ୍ତୀ। କୁହାଯାଏ ଉତ୍କଳ ପ୍ରଦେଶରୁ ଶହଶହ ମାଇଲ ଦୂରରୁ ଜଣେ ହିନ୍ଦି ଭାଷୀ ଭକ୍ତ ଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ। ତାଙ୍କ ନାମ ହେଲା ମନୋହର ଦାସ। ସେ ଚାଲିଚାଲି ଆସୁଥିବାରୁ ବେଶ କଷ୍ଟ ଅନୁଭବ କରୁଥିଲେ। ରାସ୍ତାରେ ତାଙ୍କୁ ଭାରି ଶୋଷ ହେବାରୁ ପାଖରେ ଜଳ ପାଇବା ପାଇଁ ଡହଳବିକଳ ହେଲେ।

ହେଲେ ନିକଟରେ କୌଣସି ଜଳ ନ ମିଳିବାରୁ ସେ ତଳେ ପଡିଗଲେ। କିଛି ସମୟ ପରେ ସେ ଉଠିବା ପରେ ପାଖରେ ଏକ ପଦ୍ମ ପୋଖରୀ ଥିବାର ଦେଖିବାକୁ ପାଇଲେ। ଆଗ୍ରହରେ ସେ ସେଠାରୁ ପରିସ୍କାର ଜଳ ସେବନ କଲେ। ପୋଖରୀରେ ପଦ୍ମ ଫୁଲ ଦେଖି ସେ ଠାକୁରଙ୍କୁ ଦେବା ପାଇଁ ଇଚ୍ଛା କଲେ। କାନ୍ଧରେ ଥିବା ଏକ ମଇଳା ଗାମୁଛାରେ ତାହା ବାନ୍ଧି ଠାକୁରଙ୍କ ପାଇଁ ଆଣିଲେ।

ସେ ଶ୍ରୀଜିୟୁଙ୍କ ଦର୍ଶନ କରିବା ସହିତ ସେହି ଫୁଲକୁ ଲାଗି କରିବା ପାଇଁ ସେବକଙ୍କୁ ଅନୁରୋଧ କଲେ। ହେଲେ ସେବକମାନେ ଏକ ମଇଳା ଗାମୁଛାରେ ବନ୍ଧା ହୋଇଥିବା ମଉଳା ଫୁଲ ଲାଗି କରିବାକୁ ମନା କରିଦେଲେ। ଫଳରେ ମନୋହର ମନଦୁଃଖରେ ଫୁଳ ଧରି ମନ୍ଦିର ବାହାରକୁ ଆସି ବଡଛତା ମଠରେ ମନ ଦୁଃଖରେ ଶୋଇପଡିଲେ।

ରାତିରେ ଗଜପତିଙ୍କୁ ସ୍ବପ୍ନାଦେଶ ହେଲା ଯେ, ମନୋହରଠାରୁ ଫୁଲ ଆଣି ତାଙ୍କର ବଡସିଂହାର ବେଶରେ ଲାଗି କର। ମୋର ଭକ୍ତଙ୍କୁ ଅଭଡା ଖିରି ଦେଇ ତାହାର ମନ ସନ୍ତୁଷ୍ଠ କର। ସ୍ବପ୍ନାଦେଶ ପରେ ଗଜପତି ନିର୍ଦ୍ଦେଶ ଦେଲେ ସେହି ଫୁଲକୁ ଲାଗି କରିବା ପାଇଁ। ସେହି ସମୟ ଥିଲା ମାଘ ଅମବାସ୍ୟାରୁ ଶ୍ରୀପଞ୍ଚମୀ ଭିତରେ। ସେହିଦିନଠାରୁ ଶ୍ରୀଜିୟୁଙ୍କର ଏହି ପଦ୍ମବେଶ ଅନୁଷ୍ଠିତ ହୋଇ ଆସୁଛି।

ବଡସିଂହାର ବେଶ ମହାପ୍ରଭୃଙ୍କର ପଦ୍ମବେଶ ମାଘ ଅମବାସ୍ୟା ଶ୍ରୀପଞ୍ଚମୀ ଶ୍ରୀମନ୍ଦିର
Share. Facebook Twitter LinkedIn Email WhatsApp Copy Link

Related Posts

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Latest News

ଟି-୨୦ ବିଶ୍ୱକପ୍ ରେ ଭାରତର ଲଗାତାର ଦ୍ୱିତୀୟ ବିଜୟ: ନାମିବିୟା ୯୩ ରନରେ ପରାସ୍ତ

February 12, 2026

ଓମ୍ଫେଡ୍ ମୁଖ୍ୟାଳୟରେ କେନ୍ଦ୍ର ସମବାୟ ସଚିବ: କେନ୍ଦ୍ରୀୟ ସହାୟତା ଯୋଗାଇଦେବାକୁ ପ୍ରତିଶୃତି

February 12, 2026

“ମୁଁ ପ୍ରଧାନମନ୍ତ୍ରୀଙ୍କ କ୍ୟାରିଅରକୁ ନଷ୍ଟ କରିବାକୁ ଚାହୁଁନାହିଁ:” ଟ୍ରମ୍ପଙ୍କ ଭାଇରାଲ ଭିଡିଓ ଉପରେ MEAର ପ୍ରତିକ୍ରିୟା

February 12, 2026

ଏଣିକି ସମବାୟ କ୍ଷେତ୍ରରେ ମହିଳାଙ୍କୁ ଦିଆଯିବ ଗୁରୁତ୍ବ, କେନ୍ଦ୍ର ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

February 12, 2026

ପଞ୍ଜାବରେ ଅପରେସନ ଲୋଟସ୍!: ବିଜେପିରେ ଯୋଗଦେବା ପାଇଁ ଆପ ବିଧାୟକଙ୍କୁ ପ୍ରଲୋଭନ ଅଭିଯୋଗ

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.