କଟକ: କଟକର ମହାନଦୀ ରିଭରଫ୍ରଣ୍ଟ ପ୍ରକଳ୍ପର ସମୀକ୍ଷା କରିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର। ପ୍ରକଳ୍ପ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଆରମ୍ଭ ପାଇଁ ଆଇନଗତ ଅନୁମୋଦନ, ଟେଣ୍ଡର ପ୍ରକ୍ରିୟା ଏବଂ ସମସ୍ତ ପ୍ରସ୍ତୁତି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ସମ୍ପୃକ୍ତ ଏଜେନ୍ସିଗୁଡ଼ିକୁ ମନ୍ତ୍ରୀ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ୧୫୦ କୋଟି ଟଙ୍କା ବ୍ୟୟରେ, ମହାନଦୀ ପାର୍ଶ୍ୱରେ ୪୨୬ ଏକର ଅଞ୍ଚଳରେ ହେବାକୁ ଥିବା ଏହି ପ୍ରକଳ୍ପକୁ ତିନୋଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। ବୈଠକରେ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


