Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ
ଆଜିର ଖବର

ଅନୁସୂଚିତ ଜନଜାତି ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ନାଲକୋର ପ୍ରୋଜେକ୍ଟ ଇନ୍ଦ୍ରଧନୁଷ

January 22, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Special Story on NALCO’s Indradhanush program
Special Story on NALCO’s Indradhanush program

ଭୁବନେଶ୍ଵର: NALCOର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ଆରମ୍ଭ ହୋଇଛି ପ୍ରୋଜେକ୍ଟ ଇନ୍ଦ୍ରଧନୁଷ। ଏହି କାର୍ଯ୍ୟକ୍ରମ ଅଧୀନରେ, NALCO କୋରାପୁଟ ଜିଲ୍ଲାର ଖଣି ଏବଂ ରିଫାଇନାରୀ କମ୍ପ୍ଲେକ୍ସର ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକର ଅନୁସୂଚିତ ଜନଜାତି ପିଲାମାନଙ୍କୁ ପୃଷ୍ଠପୋଷକତା ପ୍ରଦାନ କରିଆସୁଛି। ଯେଉଁମାନେ ସ୍କୁଲ ଛାଡିଛନ୍ତି କିମ୍ବା କେବେ ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିନାହାଁନ୍ତି, ସେମାନେ ଏବେ ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ – କିସରେ ରହି ମାଗଣାରେ ପ୍ରାଥମିକ ଶିକ୍ଷାଠାରୁ ଉଚ୍ଚ ଶିକ୍ଷା ଗ୍ରହଣ କରିପାରୁଛନ୍ତି। ସେମାନଙ୍କୁ ବୈଷୟିକ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି। ଏଥିପାଇଁ ନାଲକୋ ରହିବା, ଖାଇବା ଓ ସମସ୍ତ ଶୈକ୍ଷିକ ଖର୍ଚ୍ଚ ବହନ କରୁଛି।

ଏହି ପଦକ୍ଷେପରେ ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହୋଇପାରିଛନ୍ତି। ବଣ ଜଙ୍ଗଲ ଅଧ୍ୟୁଷିତ ଗାଁରେ ଶିକ୍ଷା ଗ୍ରହଣ କ୍ଷେତ୍ରରେ ଅସୁବିଧା ହେଉଥିଲା। ଏବେ ସହରରେ ଆସି ଶିକ୍ଷା ଗ୍ରହଣ ସହ ଖେଳକୁଦ, ବୃତ୍ତିଗତ ଶିକ୍ଷା ପାଇପାରୁଛନ୍ତି। ଏହା ସେମାନଙ୍କର ଆତ୍ମବିଶ୍ୱାସ ସୃଷ୍ଟି କରୁଛି। ଆଗାମୀ ଦିନରେ ସେମାନେ ଉଚ୍ଚତ୍ତର ଶିକ୍ଷା ହାସଲ କରିବା ନେଇ ଲକ୍ଷ୍ୟ ରଖିଛନ୍ତି।

ଶିକ୍ଷା ବ୍ୟତୀତ, ପ୍ରୋଜେକ୍ଟ ଇନ୍ଦ୍ରଧନୁଷ ଦକ୍ଷତା ବିକାଶ ଏବଂ ସାମଗ୍ରିକ ବ୍ୟକ୍ତିତ୍ୱ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଆସୁଛି। ଛାତ୍ରଛାତ୍ରୀମାନଙ୍କୁ ଏକ ଉତ୍ତମ ଭବିଷ୍ୟତ ଏବଂ ସମାଜର ମୁଖ୍ରସ୍ରୋତରେ ଅଂଶଗ୍ରହଣ ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରୁଛି।

ପ୍ରୋଜେକ୍ଟ ଇନ୍ଦ୍ରଧନୁଷ ମାଧ୍ୟମରେ, NALCO ଦୁର୍ଗମ ଅଞ୍ଚଳର ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ସାମାଜିକ ପରିବର୍ତ୍ତନ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଚାଲିଛି।

Indradhanush program NALCO Special Story
Share. Facebook Twitter LinkedIn Email WhatsApp Copy Link

Related Posts

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026
Latest News

ଶ୍ରମ କୋଡକୁ ବିରୋଧ କରୁଥିବା ଶ୍ରମିକ ସଂଗଠନର ନେତାମାନଙ୍କୁ ସମାଲୋଚନା କଲା ବିଜେପି

February 12, 2026

୨୦ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ପାଇଁ ସାମ୍ବାଦିକ ସମ୍ମିଳନୀ

February 12, 2026

ଭଞ୍ଜନଗର ପୋଲିସ୍ ଦ୍ଵାରା ପ୍ରଚୁର ପରିମାଣର ଗଞ୍ଜେଇ ଜବତ: ଦୁଇ ଗିରଫ

February 12, 2026

ସାଇବର ଠକେଇ ଓ ଅର୍ଥନୈତିକ ଅପରାଧକୁ ରୋକିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

February 12, 2026

ନିପୁଣ ଓଡ଼ିଶା ମିଶନ ସମ୍ବନ୍ଧୀୟ ରାଜ୍ୟସ୍ତରୀୟ ସମୀକ୍ଷା ଓ ଦିଗଦର୍ଶନ କର୍ମଶାଳା

February 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.