Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପଞ୍ଚାୟତିରାଜ ବିଭାଗର ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ
ଆଜିର ଖବର

ପଞ୍ଚାୟତିରାଜ ବିଭାଗର ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ

January 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
High-Level Expenditure Review Meeting of the Panchayati Raj Department
High-Level Expenditure Review Meeting of the Panchayati Raj Department

ଭୁବନେଶ୍ଵର: ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନସ୍ଥ ଉନ୍ନୟନ ଯୋଜନା ଓ ପ୍ରକଳ୍ପଗୁଡ଼ିକର ସଠିକ୍ କାର୍ଯ୍ୟାନ୍ୱୟନ, ପ୍ରକଳ୍ପ-ଭିତ୍ତିକ ବଜେଟ୍ ବ୍ୟବହାର ଓ ସାମ୍ପ୍ରତିକ ସ୍ଥିତି ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବୁଧବାର ବିଭାଗ ପକ୍ଷରୁ ଏକ ଉଚ୍ଚସ୍ତରୀୟ ବ୍ୟୟ ସମୀକ୍ଷା ବୈଠକ ମାନ୍ୟବର ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।

ଏହି ସମୀକ୍ଷା ବୈଠକରେ ଚଳିତ ଆର୍ଥିକ ବର୍ଷରେ ଅନ୍ତ୍ଯୋଦୟ ଗୃହ ଯୋଜନା, ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା, ସହ ଅନ୍ୟାନ୍ୟ ମୁଖ୍ୟ ଗ୍ରାମୀଣ ଗୃହ ନିର୍ମାଣ ଓ ଗ୍ରାମୀଣ ଜଳ ଯୋଗାଣ ଯୋଜନାର ପ୍ରକଳ୍ପ-ଭିତ୍ତିକ ବଜେଟ୍ ବିନିଯୋଗ ଓ ବ୍ୟୟ ବ୍ୟବହାରକୁ ସବିସ୍ତୃତ ଭାବେ ସମୀକ୍ଷା କରାଯାଇଥିଲା। ଉପସ୍ଥିତ ଅଧିକାରୀମାନେ ପ୍ରକଳ୍ପଗୁଡ଼ିକର ଅଗ୍ରଗତି, ସ୍ଥିତି ଓ ବ୍ୟୟ ସମ୍ପର୍କିତ ସମସ୍ତ ତଥ୍ୟ ମାନ୍ୟବର ମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।

ଏହି ଅବସରରେ କମିଶନର-ତଥା-ଶାସନ ସଚିବ (ଭା.ପ୍ର.ସେ.) ଗିରିଶ ଏସ୍.ଏନ୍ ଯୋଜନାଗୁଡ଼ିକର ତ୍ବରିତ କାର୍ଯ୍ୟାନ୍ୱୟନ ପାଇଁ ରଣନୀତି ଉପସ୍ଥାପନ କରିଥିଲେ। ବୈଠକରେ ମାନ୍ୟବର ମନ୍ତ୍ରୀ ନାଏକ ଚଳମାନ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରି ପ୍ରକଳ୍ପ-ଭିତ୍ତିକ ବଜେଟ୍ ବ୍ୟବହାରକୁ ଗୁରୁତ୍ୱ ଦେବା, ସହିତ ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅଧିକାରୀମାନଙ୍କୁ କ୍ଷେତ୍ର ସ୍ତରରେ ଯାଇ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଯାଞ୍ଚ କରିବା ସହ ଆବଶ୍ୟକତା ଅନୁଯାୟୀ ଅନୁଦାନ ରାଶିର ସର୍ବୋତ୍ତମ ବ୍ୟବହାର ନିମନ୍ତେ ସ୍ପଷ୍ଟ କାର୍ଯ୍ୟଯୋଜନା ପ୍ରସ୍ତୁତ କରିବାକୁ ଆହ୍ୱାନ କରିଥିଲେ।

ଏହି ବୈଠକରେ ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ (ଭା.ପ୍ର.ସେ.) ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଶାସନ ସଚିବ (ଭା.ପ୍ର.ସେ.)ମଧୁସ୍ମିତା ସାମଲ, ସ୍ବତନ୍ତ୍ର ଶାସନ ସଚିବ (ଓ.ପ୍ର.ସେ.) ଶୁଭ୍ରା ମହାନ୍ତି, ସ୍ବତନ୍ତ୍ର ଶାସନ ସଚିବ (ଓ.ପ୍ର.ସେ.) ରାଜଶ୍ରୀ ସିଂ, ବିତ୍ତ ପରାମର୍ଶଦାତା-ତଥା-ସ୍ବତନ୍ତ୍ର ସଚିବ ମାନୁନାଥ ସେଠି, ବିତ୍ତ ପରାମର୍ଶଦାତା-ତଥା-ଅତିରିକ୍ତ ଶାସନ ସଚିବ ରଞ୍ଜିତା ମାହାନ୍ତି, ସର୍ବୋଚ୍ଚ ଯନ୍ତ୍ରୀ ଇଂ. ରତ୍ନାକର ସିଆଳଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

High-Level Expenditure Panchayati Raj Department review meeting
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026
Latest News

ଓଡ଼ିଶା ଆସିଲା କତାରରେ ମୃତ୍ୟୁବରଣ କରିଥିବା ଓଡ଼ିଆ ଶ୍ରମିକଙ୍କ ମୃତ ଶରୀର

March 13, 2026

ଭାରତୀୟ ନ୍ୟାୟ ସଂହିତା ପ୍ରଦର୍ଶନୀ ଉଦଯାପିତ

March 13, 2026

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.