ପୁରୀ: ପୁରୀ ଜିଲ୍ଲାରେ ପ୍ରଧାନଶିକ୍ଷକଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଏହି ସମସ୍ତ ପ୍ରଧାନଶିକ୍ଷକମାନଙ୍କୁ ସାପ କାମୁଡା ଓ ଜଳପ୍ରପାତ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ସଚେତନତା ପାଇଁ ପ୍ରଧାନଶିକ୍ଷକମାନଙ୍କୁ ୪୫୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଶିବିର ନେଇ କୌଣସି ସୂଚନା ଦେଇନଥିବାରୁ ଡିଇଓ ଏହି କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି।


