Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତୀୟ ପୁରସ୍କାର ପାଇବାକୁ ଓଡ଼ିଶାର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମନୋନିତ
ଆଜିର ଖବର

ଜାତୀୟ ପୁରସ୍କାର ପାଇବାକୁ ଓଡ଼ିଶାର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମନୋନିତ

January 23, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜାତୀୟ ପୁରସ୍କାର ପାଇବାକୁ ଓଡ଼ିଶାର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମନୋନିତ
ଜାତୀୟ ପୁରସ୍କାର ପାଇବାକୁ ଓଡ଼ିଶାର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମନୋନିତ

ଭୁବନେଶ୍ୱର: ସାରା ଦେଶର 800 ରୁ ଅଧିକ ବିଦ୍ୟାଳୟରେ ଅନୁଷ୍ଠିତ ମଡେଲ ଯୁବ ଗ୍ରାମ ସଭା କାର୍ଯ୍ୟକ୍ରମରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲା ହିର୍ଲିସ୍ଥିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଦ୍ୱିତୀୟ ପୁରସ୍କାର ହାସଲ କରିଛି। ତୃଣମୂଳ ସ୍ତରରେ ଛାୟା ଗ୍ରାମସଭା ଆୟୋଜନ କରି ଏଥିରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସାମିଲ କରିବା ଜରିଆରେ ଅଂଶଗ୍ରହଣକାରୀ ସ୍ଥାନୀୟ ପ୍ରଶାସନକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ସାରା ଦେଶରୁ ଛଅଟି ଦଳ ସଫଳତା ହାସଲ କରିଛନ୍ତି। ତିନୋଟି ଜବାହର ନବୋଦୟ ବିଦ୍ୟାଳୟ ଏବଂ ତିନୋଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ଦଳକୁ ପୁରସ୍କାର ପାଇଁ ଚୟନ କରାଯାଇଛି। ଏଥିମଧ୍ୟରୁ ହିର୍ଲି ଏକଲବ୍ୟ ବିଦ୍ୟାଳୟ ମଧ୍ୟ ପୁରସ୍କାର ପାଇବାକୁ ମନୋନିତ ହୋଇଛି।

ମଡେଲ ଯୁବ ଗ୍ରାମ ସଭା କାର୍ଯ୍ୟକ୍ରମ ଅନ୍ତର୍ଗତ ଛାୟା ଗ୍ରାମସଭା ଆୟୋଜନ କରିଥିବା ବିଦ୍ୟାଳୟଗୁଡ଼ିକ ମଧ୍ୟରେ ଶ୍ରେଷ୍ଠ ବିଦ୍ୟାଳୟକୁ ଆସନ୍ତା 28 ତାରିଖରେ ଏହି ପୁରସ୍କାର ପ୍ରଦାନ କରାଯିବ। ସୂଚନାଯୋଗ୍ୟ, ଶିକ୍ଷା ମନ୍ତ୍ରଣାଳୟ (ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ) ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ସହଯୋଗରେ ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦ୍ୱାରା 30 ଅକ୍ଟୋବର 2025ରେ ନୂଆଦିଲ୍ଲୀରେ ପ୍ରଥମ ‘ମଡେଲ ଯୁବ ଗ୍ରାମ ସଭା’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ‘‘ଆଦର୍ଶ ଯୁବ ଗ୍ରାମ ସଭା’’ ଏକ ଅଭିନବ ନାଗରିକ ସଚେତନତା ପଦକ୍ଷେପ ଯାହାର ଲକ୍ଷ୍ୟ ଯୁବ ନାଗରିକଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ସାର୍ବଜନୀନ ଦାୟିତ୍ୱକୁ ପ୍ରୋତ୍ସାହନ ଯୋଗାଇଦେବା।

ଓଡିଶା ଜାତୀୟ ପୁରସ୍କାର ମଡେଲ ଯୁବ ଗ୍ରାମ ସଭା କାର୍ଯ୍ୟକ୍ରମ ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

August 30, 2026

ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ: ସମନ୍ୱୟ ସମିତି

August 30, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ବୈଠକ

August 30, 2026
Latest News

ଦିବ୍ୟାଙ୍ଗଙ୍କ ସମ୍ମାନାର୍ଥେ ‘ଆମକୁ କରନା ଥଟ୍ଟା ମଜା’ କାର୍ଯ୍ୟକ୍ରମ ଆୟୋଜିତ

August 30, 2026

ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ: ଖଟରେ ବୁହାହେଲେ ଅସୁସ୍ଥ ମହିଳା

August 30, 2026

ସରକାର ଶିକ୍ଷାର କଣ୍ଠରୋଧ ନ କରି ସମସ୍ୟା ସମାଧାନରେ ସହାୟକ ହୁଅନ୍ତୁ: ସମନ୍ୱୟ ସମିତି

August 30, 2026

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ପ୍ରୟାସ’ ବୈଠକ

August 30, 2026

ଭାରତଠାରୁ ୧୦ ଲକ୍ଷ ବ୍ୟାରେଲ ତେଲ ଆମଦାନୀ କଲା ରୁଷ: ଜାଣନ୍ତୁ କାରଣ

August 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.