ଖୋର୍ଦ୍ଧା: ଗତ ୧୭ ତାରିଖରୁ ଜିଲ୍ଲା ସଦର ମହକୁମା ଟି ଏଲ ସି ରୋଡ଼ ବି ଡି ଏ ପଡ଼ିଆରେ ଆରମ୍ଭ ହୋଇଥିବା ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳାର ଆଜି ଷଷ୍ଠ ସନ୍ଧ୍ୟାରେ ନୃତ୍ୟ ପ୍ରଣାମ, ଭୁବନେଶ୍ୱର, ଖୋର୍ଦ୍ଧା ପାଇକ ଆଖଡ଼ା, ଖୋର୍ଦ୍ଧା, ନୃତ୍ୟାୟନ, ଖୋର୍ଦ୍ଧା, ମୁଭସ ଲାଇକ କଲ୍ଚରାଲ ଏକାଡେମୀ ଏବଂ ପ୍ରତିଭା, କଳାହାଣ୍ଡି ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନଦ୍ଵାରା ନୃତ୍ୟ ସଙ୍ଗୀତ ଏବଂ ଗାୟିକା ଅନ୍ତରା ଚକ୍ରବର୍ତ୍ତୀଙ୍କ ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେଇଥିଲା। ଓଡ଼ିଶାର ବିଶ୍ୱ ବିଦିତ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତିର ରାଜ୍ୟ ଏବଂ ଓଡ଼ିଆ ଅସ୍ମିତା ର କିମ୍ବଦନ୍ତୀ ଓଡ଼ିଶାର ବିଭିନ୍ନ ଜିଲ୍ଲାର ପାରମ୍ପାରିକ ସମ୍ବଲ ପୁରୀ ନୃତ୍ୟ ଓ ସଙ୍ଗୀତ ଦର୍ଶକ ମାନଙ୍କୁ ବେଶ ମନୋରଞ୍ଜନ କରିଥିଲା।
ମୁଖ୍ୟ ଅତିଥି ଭାବେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ସମ୍ମାନିତ ଅତିଥି ଭାବେ ମୁଖ୍ୟ କାର୍ଯ୍ୟ ନିର୍ବାହୀ, ଓର୍ମାଷ ନୀଳକଣ୍ଠ ରଥ,ଉପ ନିର୍ଦ୍ଦେଶକ ଯୋଜନା ଅଶୋକ କୁମାର ବେହେରା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରବି ନାରାୟଣ ସେନାପତି ଯୋଗଦେଇ ସାଂସ୍କୃତିକ ଅନୁଷ୍ଠାନ ମାନଙ୍କୁ ସମ୍ମାନିତ କରି ପଲ୍ଲୀଶ୍ରୀ ମେଳାର ବିକଶିତ ଓଡ଼ିଶା ଏବଂ ବିକଶିତ ଭାରତ ନିର୍ମାଣ ରେ ସମସ୍ତ ଗ୍ରାମୀଣ ଉତ୍ପାଦ, କାରିଗରୀ କୌଶଳ, ଐତିହ୍ୟ ଓ ପରମ୍ପରା, ସଂସ୍କୃତି, ଓଡ଼ିଆର ଅସ୍ମିତା ବାଜାୟରଖି ମହିଳା ଓ ଯୁବଶକ୍ତିକୁ ଶସକ୍ତ କରିବ ବୋଲି ଉଦବୋଧନ ଦେଇଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଙ୍କ ପ୍ରତ୍ୟକ୍ଷ ପରିଚାଳନାରେ ସମସ୍ତ ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।
ଖୋର୍ଦ୍ଧା ଜିଲ୍ଲାର ପାଇକ ମାନଙ୍କର ବୀରତ୍ୱର ଗାଥା ପାଇକ ଯୋଦ୍ଧା ଯୁଦ୍ଧ ତଥା ପାଇକ ଆଖଡ଼ା ନୃତ୍ୟ ବହୁ ସଂଖ୍ୟାରେ ଦର୍ଶକ ମାନେ ଉପଭୋଗ କରି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲାର ବହୁ ଦୂରଦୂରାନ୍ତରୁ ମା ମାନେ ଏବଂ ଜନସାଧାରଣ ମେଳା କୁ ଆଗମନ ହେବାସହ ବହୁ ଜନ ସମାବେଶ ଦେଖିବାକୁ ମିଳିଥିଲା।
୨୩ ତାରିଖ ପର୍ଯ୍ୟନ୍ତ ଏହି ପଲ୍ଲୀଶ୍ରୀ ମେଳା ଓ ସୁଭଦ୍ରା ମେଳା ଅନୁଷ୍ଠିତ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ହୋଇଥିବା ବେଳେ ଜନ ସାଧାରଣ ମାନେ ଗ୍ରାମୀଣ ଉତ୍ପାଦ କ୍ରୟ କରିବାରେ ସୁଯୋଗ ପାଇ ପାରିବେ। ପଞ୍ଚମ ସନ୍ଧ୍ୟାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବୁଦ୍ଧିଜୀବୀ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।


