Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବୃଦ୍ଧିକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ୱୀକୃତି
ଆଜିର ଖବର

ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବୃଦ୍ଧିକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ୱୀକୃତି

August 11, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବୃଦ୍ଧିକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ୱୀକୃତି
ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବୃଦ୍ଧିକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସ୍ୱୀକୃତି

ସମୀକ୍ଷା ବ୍ୟୁରୋ

ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ ପାଇଁ ସନ୍ତାନ ପାଳନ ଅବକାଶ ବା ଚାଇଲ୍ଡ କେୟାର ଲିଭ (ସିସିଏଲ) ଲାଭର ବିସ୍ତାର ଏବଂ ପ୍ରତିରକ୍ଷା ବଳର ମହିଳା ଅଧିକାରୀମାନଙ୍କ ପାଇଁ ସିସିଏଲ ପ୍ରାବଧାନରେ କିଛି ଅଧିକ ଛୁଟି ପ୍ରଦାନ କରିବାକୁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଘୋଷଣା କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି)ର ଆଦେଶ ଅନୁରୂପ କରାଯାଇଛି । ବର୍ତମାନର ପ୍ରତିରକ୍ଷା ବଳରେ ମହିଳା ଅଧିକାରୀମାନଙ୍କୁ ସିସିଏଲ ପ୍ରଦାନ କରାଯାଉଛି । ନିକଟରେ ଡିଓପିଟି କର୍ମଚାରୀମାନଙ୍କୁ ସିସିଏଲ ପ୍ରଦାନ କରିବା ବାବଦରେ କିଛି ସଂଶୋଧନ କରିଛି, ଯାହା ଅନ୍ତର୍ଗତ ଏପର୍ଯ୍ୟନ୍ତ ମହିଳା କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ସିସିଏଲକୁ ଏକଳ ପୁରୁଷ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି । ସିସିଏଲର ଲାଭ ନେବା ଉଦ୍ଦେଶ୍ୟରେ ୪୦ ପ୍ରତିଶତ ଦିବ୍ୟାଙ୍ଗ ପିଲାମାନଙ୍କ ମାମଲାରେ ପୂର୍ବରୁ ନିର୍ଦ୍ଧାରିତ ୨୨ ବର୍ଷର ଆୟୁ ସୀମାକୁ ମଧ୍ୟ ହଟେଇ ଦିଆଯାଇଛି । ଏତଦବ୍ୟତୀତ ଏକ ସମୟରେ ପ୍ରାପ୍ତ ହେଉଥିବା ସିସିଏଲର ନ୍ୟୁନତମ ଅବଧିକୁ ଏବେ ୧୫ ଦିନ ପରିବର୍ତେ ୫ ଦିନ କରିଦିଆଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପ୍ରତିରକ୍ଷା କର୍ମୀମାନଙ୍କୁ ସମାନ ଲାଭର ବିସ୍ତାର କରୁଥିବା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହାଫଳରେ ଏକଳ ପୁରୁଷ ସେବାକର୍ମୀ ସିସିଏଲର ଲାଭ ଉଠାଇ ପାରିବେ । ଏକକ ପୁରୁଷ ସରକାରୀ କର୍ମଚାରୀ ଏବଂ ପ୍ରତିରକ୍ଷା ବଳର ମହିଳା ଅଧିକାରୀ ମଧ୍ୟ ୪୦ ପ୍ରତିଶତ ଦିବ୍ୟାଙ୍ଗ ପିଲାମାନଙ୍କ ସମ୍ବନ୍ଧରେ ପିଲାମାନଙ୍କ ଆୟୁ ସୀମା ସହିତ ଜଡିତ କୌଣସି ବି ପ୍ରତିବନ୍ଧ ବିନା ସିସିଏଲର ଲାଭ ଉଠାଇ ପାରିବେ ।

Share. Facebook Twitter LinkedIn Email WhatsApp Copy Link

Related Posts

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Latest News

କୋହିଲି ଦେଲେ ‘ବିରାଟ’ ବିଜୟ: କ୍ରମାଗତ ଦ୍ଵିତୀୟ ଥର ଟାଇଟଲ ଜିତିଲା RCB

May 31, 2026

ମିଆଁମାରରେ ଭୟଙ୍କର ବିସ୍ଫୋରଣ : ୫୫ରୁ ଅଧିକ ଲୋକଙ୍କର ମୃତ୍ୟୁ

May 31, 2026

ରଥଯାତ୍ରା ଲାଗି ସ୍ଥିର ହେଲା ନୀତିନିର୍ଘଣ୍ଟ

May 31, 2026

ଡ୍ୟାମରେ ବୁଡି ନାବାଳକ ମୃତ

May 31, 2026

ସିରିଜ ଦୁର୍ଘଟଣା: ୩ ଗୁରୁତର

May 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.