Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୬ ତମ ଜାତୀୟ ମତଦାତା ଦିବସ ଲୋକସେବା ଭବନରେ ପାଳିତ
ଆଜିର ଖବର

୧୬ ତମ ଜାତୀୟ ମତଦାତା ଦିବସ ଲୋକସେବା ଭବନରେ ପାଳିତ

January 23, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha Observes 16th National Voters’ Day at Lok Seva Bhavan
Odisha Observes 16th National Voters’ Day at Lok Seva Bhavan

ଭୁବନେଶ୍ଵର: ୧୬ ତମ ଜାତୀୟ ମତଦାତା ଦିବସ ଗୁରୁବାର ଲୋକସେବା ଭବନରେ ପାଳିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ କାର୍ଯ୍ୟାଳୟର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ସଂକଳ୍ପ ପାଠ କରାଇଥିଲେ। ପ୍ରତିବର୍ଷ ସମଗ୍ର ଦେଶରେ ଜାନୁଆରୀ ୨୫ ତାରିଖରେ ଜାତୀୟ ମତଦାତା ଦିବସ ପାଳନ କରାଯାଉଥିବା ବେଳେ ଏ ବର୍ଷ ଜାନୁଆରୀ ୨୫ ତାରିଖ ରବିବାର ଏବଂ ପୂର୍ବବର୍ତ୍ତୀ ୨୩ ଓ ୨୪ ତାରିଖ ସରକାରୀ ଛୁଟି ଦିବସ ପଡୁଥିବାରୁ ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଆଧାରରେ ରାଜ୍ୟବ୍ୟାପୀ ଆଜି ଜାତୀୟ ମତଦାତା ଦିବସ ପାଳନ ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଥିଲା।

ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ରହିଛି- ‘ମୋ ଭାରତ ମୋ ଭୋଟ’ । ଭାରତର ନାଗରିକ ଭାବରେ ଗଣତନ୍ତ୍ରରେ ନିଜର ପୂର୍ଣ୍ଣ ଆସ୍ଥା ରଖ, ନିଜ ଦେଶର ଗଣତାନ୍ତ୍ରିକ ପରମ୍ପରାର ମର୍ଯ୍ୟାଦା ବଜାୟ ରଖୁବା ତଥା ମୁକ୍ତ, ଅବାଧ ଏବଂ ଶାକ୍ତିପୂର୍ଣ୍ଣ ନିର୍ବାଚନର ଗରିମାକୁ ଅକ୍ଷୁର୍ଣ ରଖ, ନିର୍ଭିକ ହୋଇ, ଜାତି, ବର୍ଶ, ଗୋଷ୍ଠୀ, ଭାଷା ଅଥବା ଅନ୍ୟ କୌଣସି ପ୍ରଲୋଭନରେ ପ୍ରଭାବିତ ନ ହୋଇ ପ୍ରତ୍ୟେକ ନିର୍ବାଚନରେ ନିଜ ମତାକାର ସାବ୍ୟସ୍ତ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ।

ଏହି ଶପଥ ପାଠ କାର୍ଯ୍ୟକ୍ରମ ସମୟରେ ଭନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ସମେତ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, ଯୋଜନା ଓ ସଂଯୋଜନ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇ ମତଦାତା ଦିବସର ସଂକଳ୍ପ ପାଠ କରିଥିଲେ । ସେହିପରି ଲୋକସେବା ଭବନ ଏବଂ ଖାରବେଳ ଭବନସ୍ଥିତ ବିଭିନ୍ନ ବିଭାଗର କାର୍ଯ୍ୟାଳୟରେ ମଧ୍ୟ ମତଦାତାଙ୍କ ସଂକଳ୍ପପାଠ କରାଯାଇଛି।

Lok Seva Bhavan National Voters’ Day
Share. Facebook Twitter LinkedIn Email WhatsApp Copy Link

Related Posts

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026
Latest News

ଦୃଢ଼ ଡିଜିଟାଲ ଭିତ୍ତିଭୂମି ଦ୍ୱାରା ଡିଜିଟାଲ ଅନ୍ତର୍ଭୁକ୍ତିକୁ ଆଗେଇ ନେଉଛି ଡିଜିଟାଲ ଇଣ୍ଡିଆ: ଅଶ୍ୱିନୀ ବୈଷ୍ଣବ

March 12, 2026

କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀଙ୍କ ଦ୍ୱାରା ‘ଭାରତ ଟେକ୍ସ ୨୦୨୬’ ଶୁଭାରମ୍ଭ

March 12, 2026

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.