Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର
ଆଜିର ଖବର

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର
ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ (ଏବିଡିଏମ) ଅନ୍ତର୍ଗତ ସ୍ୱାସ୍ଥ୍ୟ ରେକର୍ଡ ଲିଙ୍କେଜ୍ ବର୍ଗରେ ଏମ୍ସ ଭୁବନେଶ୍ୱରକୁ ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ କରାଯାଇଛି। ଏହି ପ୍ରତିଷ୍ଠାନ ସ୍ୱାସ୍ଥ୍ୟ ରେକର୍ଡ ଲିଙ୍କେଜ୍ କ୍ଷେତ୍ରରେ ଜାତୀୟ ସ୍ତରରେ ଏକ ନମ୍ବର ସ୍ଥାନ ହାସଲ କରିଛି, ଯାହା ଭାରତର ଡିଜିଟାଲ୍ ସ୍ୱାସ୍ଥ୍ୟ ପରିବର୍ତ୍ତନ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନଏଚଏ) ଦ୍ୱାରା ଚଳିତ ମାସ ୧୯ ଏବଂ ୨୦ରେ, ଭୁବନେଶ୍ୱରରେ ଅନୁଷ୍ଠିତ ଚିନ୍ତନ ଶିବିରରେ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର (ଡ.) ଆଶୁତୋଷ ବିଶ୍ୱାସ ଏବଂ ଆଇଟି କମିଟି ଅଧ୍ୟକ୍ଷ ଡ. ମନୋଜ କୁମାର ମହାନ୍ତି, ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ଅନୁ ଗର୍ଗଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ। ଏନଏଚଏ ସିଇଓ ଡ. ସୁନୀଲ କୁମାର ବର୍ଣ୍ଣୱାଲ, ରାଜସ୍ଥାନର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ଗାୟତ୍ରୀ ରାଠୋର, ମେଘାଳୟର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ ସମ୍ପଥ କୁମାର, ଓଡ଼ିଶାର ସ୍ୱାସ୍ଥ୍ୟ ସଚିବ ଅଶ୍ୱଥୀ ଏସ୍, ଡ. ବୃନ୍ଧା ଡି. ଏବଂ ଏନଏଚଏ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

ଦୁଇ ଦିନିଆ ଚିନ୍ତନ ଶିବିରରେ ଦେଶବ୍ୟାପୀ ବରିଷ୍ଠ ନୀତି ନିର୍ଦ୍ଧାରକ ଏବଂ ସ୍ୱାସ୍ଥ୍ୟ ପ୍ରଶାସକମାନେ ଏବିଡିଏମ ଅଧୀନରେ ଡିଜିଟାଲ୍ ସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକର ଅଗ୍ରଗତି ସମୀକ୍ଷା ଏବଂ ଭବିଷ୍ୟତ ରୋଡମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଏକତ୍ରିତ ହୋଇଥିଲେ। ୨୭ଟି ରାଜ୍ୟ ଏବଂ ୭ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଜୀ’ଙ୍କ ବଳିଷ୍ଠ ମାର୍ଗଦର୍ଶନରେ, ଏମ୍ସ ଭୁବନେଶ୍ୱର ନାଗରିକ-କୈନ୍ଦ୍ରିକ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଡିଜିଟାଲ୍ ସ୍ୱାସ୍ଥ୍ୟ ପଦକ୍ଷେପଗୁଡ଼ିକୁ ଆଗକୁ ବଢାଇବାରେ ବିଶେଷ ପ୍ରଯତ୍ନ କରିଚାଲିଥିବା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରକାଶ କରିଛନ୍ତି।

ଏମ୍ସ ଭୁବନେଶ୍ୱର ଏବିଡିଏମ କାର୍ଯ୍ୟାନ୍ୱୟନରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି, ଯେଉଁଥିରେ ୪୨ ଲକ୍ଷ ସ୍ୱାସ୍ଥ୍ୟ ରେକର୍ଡ ଲିଙ୍କେଜ୍, ୧୯ ଲକ୍ଷ ଆଭା ଟୋକନ୍ ସୃଷ୍ଟି ଅନ୍ତର୍ଭୁକ୍ତ। ବିଲିଂକୁ ସୁଗମ କରିବା, ରୋଗୀଙ୍କ ଧାଡ଼ି ହ୍ରାସ କରିବା ଏବଂ ହସ୍ପିଟାଲ ଦକ୍ଷତା ବୃଦ୍ଧି କରିବା ପାଇଁ ସ୍କାନ ଏବଂ ପେ ସୁବିଧାର ସଫଳ କାର୍ଯ୍ୟାନ୍ୱୟନ ମଧ୍ୟ କରାଯାଇଛି।

ଏହି ପଦକ୍ଷେପଗୁଡ଼ିକ ରୋଗୀଙ୍କ ସୁବିଧାରେ ଉଲ୍ଲେଖନୀୟ ଉନ୍ନତି ଆଣିଛି, କାଗଜବିହୀନ କାର୍ଯ୍ୟପ୍ରବାହ ସୁନିଶ୍ଚିତ କରିଛି ଏବଂ ଚିକିତ୍ସାର ନିରନ୍ତରତାକୁ ସୁଦୃଢ଼ କରିଥିବା ଡାକ୍ତର ବିଶ୍ୱାସ କହିଛନ୍ତି।

ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ ଏମ୍‌ସ ଭୁବନେଶ୍ୱର ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.