Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଜାତୀୟ ମତଦାତା ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା ଏବଂ ସାଇକେଲ୍‌ ଶୋଭାଯାତ୍ରା
ଆଜିର ଖବର

ଆସନ୍ତାକାଲି ଜାତୀୟ ମତଦାତା ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା ଏବଂ ସାଇକେଲ୍‌ ଶୋଭାଯାତ୍ରା

January 24, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ଜାତୀୟ ମତଦାତା ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା ଏବଂ ସାଇକେଲ୍‌ ଶୋଭାଯାତ୍ରା
ଆସନ୍ତାକାଲି ଜାତୀୟ ମତଦାତା ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା ଏବଂ ସାଇକେଲ୍‌ ଶୋଭାଯାତ୍ରା

ଭୁବନେଶ୍ୱର: ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନ ମାଇ ଭାରତ – ମେରା ୟୁବା ଭାରତ ପକ୍ଷରୁ ‘‘ମୋ ଭାରତ ମୋ ଭୋଟ’’ ବାର୍ତ୍ତାକୁ ନେଇ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ଏବଂ ଜିଲ୍ଲା ମୁଖ୍ୟାଳୟରେ ଆସନ୍ତାକାଲି ଜାତୀୟ ଭୋଟର ଦିବସ ପଦଯାତ୍ରା ଏବଂ ‘ସନଡେଜ୍‌ ଅନ୍‌ ସାଇକେଲ୍‌’ ଶୋଭାଯାତ୍ରା ଆୟୋଜନ କରିବାକୁ ଯାଉଛି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୁବବର୍ଗଙ୍କ ବ୍ୟାପକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଭୁବନେଶ୍ୱର ଉପକଣ୍ଠ ମଦନପୁରସ୍ଥିତ ସନାତନ ହରିଚନ୍ଦନ ଡିଗ୍ରୀ ମହାବିଦ୍ୟାଳୟ ଠାରେ ମେରା ୟୁବା ଭାରତ ପକ୍ଷରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶକ ସହଯୋଗ ଯୋଗାଇଦେବ ବୋଲି ଆଜି ମାଇ ଭାରତ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଦେଶବ୍ୟାପୀ ଆୟୋଜନ କରାଯାଉଥିବା ଏହି ଯୁବ ସମାବେଶ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପ୍ରଥମ ଥର ମତଦାତାଙ୍କ ଉପରେ ବିଶେଷ ଧ୍ୟାନ ଦେଇ ସେମାନଙ୍କୁ ସଚେତନ କରିବା ଏବଂ ନିର୍ବାଚନୀ ପ୍ରକ୍ରିୟାରେ ସେମାନଙ୍କର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା। ମତଦାତା ସଚେତନତାକୁ ଶାରୀରିକ ସୁସ୍ଥତା ଏବଂ ଗୋଷ୍ଠୀ ସହଭାଗିତା ସହ ଯୋଡ଼ି ଏହି ପ୍ରୟାସ ଯୁବପିଢ଼ିଙ୍କ ନେତୃତ୍ୱରେ ଜାତୀୟ ମତଦାତା ଦିବସକୁ ଏକ ସକ୍ରିୟ ଗଣ ଆନ୍ଦୋଳନରେ ପରିଣତ କରିବ।

କାର୍ଯ୍ୟକ୍ରମ ଅବସରରେ ଯୁବ ନାଗରିକମାନଙ୍କୁ ମତଦାନର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଯିବ। ସେମାନଙ୍କୁ ମତଦାତା ପଞ୍ଜୀକରଣ ଏବଂ ନିର୍ବାଚନ ତାଲିକା ସଂଶୋଧନ ପାଇଁ ଉତ୍ସାହିତ କରାଯିବ। ଏଥିସହିତ ତୃଣମୂଳସ୍ତରରେ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଲାଗି ପ୍ରୟାସ କରାଯିବ। ନାଗରିକଙ୍କ ସମ୍ପୃକ୍ତି ସହିତ ଏହି ପଦଯାତ୍ରା ଏବଂ ସାଇକେଲ୍‌ ଶୋଭାଯାତ୍ରା ମତଦାତା ସଚେତନତାର ବାର୍ତ୍ତା ବାଣ୍ଟିବାରେ ଏକ ସୁଦୃଶ୍ୟ ଏବଂ ଅଂଶଗ୍ରହଣକାରୀ ମଞ୍ଚ ଭାବେ ସାବ୍ୟସ୍ତ ହେବ।

କାର୍ଯ୍ୟକ୍ରମରେ ମାଇ ଭାରତ ସ୍ୱେଚ୍ଛାସେବୀ ଏବଂ ପ୍ରଥମ ଥର ମତଦାତାମାନେ ଭାଗ ନେବେ। ଏହି ଅବସରରେ ପଦଯାତ୍ରା ଓ ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯିବା ସହିତ ନୂଆ ଭୋଟରଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଏହା ସହିତ ମତଦାତା ସଚେତନତା ମତବିନିମୟ, ଶପଥ ଗ୍ରହଣ ସମାରୋହ ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ସୂଚନାଯୋଗ୍ୟ, ଗଣତାନ୍ତ୍ରିକ କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ଭାଗିଦାରୀ ରାଷ୍ଟ୍ର ନିର୍ମାଣ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ସଚେତନତା, ଉତ୍ତରଦାୟିତ୍ୱ ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ସେମାନଙ୍କ ମଧ୍ୟରେ ଏକ ଆପଣାର ଭାବନା ସୃଷ୍ଟି କରିବା ସହିତ ଯୁବ ନାଗରିକମାନଙ୍କୁ ସଶକ୍ତ କରିବା ଗଣତନ୍ତ୍ରର ମୂଳଦୁଆକୁ ସୁଦୃଢ଼ କରିଥାଏ। ଏହି ପ୍ରୟାସ ସହିତ ଯୁବବର୍ଗ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଉତ୍ତରଦାୟୀ ନାଗରିକତାର ସଦଭାବନା ଦୂତ ରୂପେ କାର୍ଯ୍ୟ କରିବେ।

ବହୁ ସଂଖ୍ୟାରେ ଯୁବ ନାଗରିକ ଜାତୀୟ ମତଦାତା ଦିବସ ପଦଯାତ୍ରା ଏବଂ ସନଡେଜ୍‌ ଅନ୍‌ ସାଇକେଲ୍‌ କାର୍ଯ୍ୟକ୍ରମ – 2026ରେ ଯୋଗ ଦେଇ ଏହାକୁ ସଫଳ କରିବା ଲାଗି ମାଇ ଭାରତ ସଂସ୍ଥା ପକ୍ଷରୁ ନିବେଦନ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ମାଇ ଭାରତର ରାଜ୍ୟ ନିର୍ଦ୍ଦେଶକ ଶିବାଜୀ ଖରାତ୍‌, ଖୋର୍ଦ୍ଧା ଜିଲ୍ଲା ମାଇ ଭାରତ ଯୁବ ଅଧିକାରୀ ନିଖିଲ କୋକ୍କୁଲା, ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି, ସହାୟକ ନିର୍ଦ୍ଦେଶକ ମହେନ୍ଦ୍ର ପ୍ରସାଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ଜାତୀୟ ମତଦାତା ଦିବସ ଭାରତ ସରକାର ମୋ ଭାରତ ମୋ ଭୋଟ ସଚେତନତା ପଦଯାତ୍ରା ସାଇକେଲ୍‌ ଶୋଭାଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ବଡ ଶୁଭ ଖବର: ଜାଣନ୍ତୁ ଶନିବାର ରାଶିଫଳ

February 14, 2026

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026
Latest News

ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ବଡ ଶୁଭ ଖବର: ଜାଣନ୍ତୁ ଶନିବାର ରାଶିଫଳ

February 14, 2026

୨୦୨୫ରେ ଓଡ଼ିଶାରେ ଦୁଇ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡିଛି ଜିଓ ଏୟାରଫାଇବର: ଟ୍ରାଇ ତଥ୍ୟ

February 13, 2026

‘ସେବା ତୀର୍ଥ’କୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

February 13, 2026

ନିର୍ବାଚନ କମିଶନଙ୍କ କଠୋର ଆଭିମୁଖ୍ୟ: ବଙ୍ଗଳାରେ ଭୋଟର ତାଲିକାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ନିର୍ଦ୍ଦେଶ

February 13, 2026

ରାଷ୍ଟ୍ରୀୟ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନ୍ତର୍ଗତ ଜିଲ୍ଲା ସ୍ତରୀୟ ସଚେତନତା କର୍ମଶାଳା

February 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.