Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଆଜିର ଖବର

ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର

January 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତ ନଛିପୁର ରଉପଡା ଗ୍ରାମ ମଝିରେ ଥିବା ଦୀର୍ଘ ଚାଳିଶି ବର୍ଷର ହାତୀ ନାଳ ପୋଲ ଆଜି ସକାଳୁ ଭୁଶୁଡିପଡ଼ିଛି। ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ପୋଲ ଦେଇ ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକମାନେ ଯାତାୟାତ କରୁଥିବାବେଳେ କ୍ରମଶଃ ଏହା ଦୁର୍ବଳ ହୋଇଯାଇଥିଲା। ଆଜି ସକାଳ ପ୍ରାୟ ୯ ଟା ସମୟରେ ଏକ ମାଟି ବୋଝେଇ ହାଇୱା ଗାଡି ଯାହାର ନମ୍ବର ଓଡ଼ି-୦୨-ସିଡି-୭୦୫୨ ଉକ୍ତ ବ୍ରିଜ ଦେଇ ଯାଉଥିବାବେଳେ ହଠାତ ବ୍ରିଜ ମଝି ଖୁଣ୍ଟଟି ଭୁସୁଡ଼ିଯାଇଥିଲା। ଯାହା ଫଳରେ ମାଟି ବୋଝେଇ ହାଇୱା ଗାଡିଟି ବ୍ରିଜ ମଝିରେ ଫସି ଯାଇଥିଲା। ଘଟଣା ସ୍ଥଳରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଖବର ପାଇ ବାଣପୁର ପୋଲିସ ଓ ଅଗ୍ନୀଶମ ବିଭାଗ ପହଞ୍ଚି ଘଟଣା ସମ୍ପର୍କ ରେ ଅନୁଧ୍ୟାନ କରିଛନ୍ତି। 

ଅନ୍ୟପକ୍ଷରେ ଉକ୍ତ ବ୍ରିଜଟି ଅତି ଦୁର୍ବଳ ହୋଇଯାଇଥିବାରୁ ତାହାର ନିକଟରେ ଆଉ ଏକ ନୁତନ ବ୍ରିଜ ଓ ରାସ୍ତା ନିର୍ମାଣ କାର୍ଯ୍ୟ କିଛିମାତ୍ରାରେ ଆରମ୍ଭ ହୋଇ ଦୀର୍ଘ ମାସ ହେଲା ବନ୍ଦ ରହିଛି। ଏ ନେଇ ଗ୍ରାମ ଉନ୍ନୟନ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଶାନ୍ତ ମିଶ୍ରଙ୍କୁ ପଚାରିବାରୁ ଦୁର୍ବଳ ବ୍ରିଜ ଜାଣିବା ସତ୍ତ୍ୱେ ଓଭରଲୋଡ଼ ହାଇୱା ଏହା ଉପର ଦେଇ ଯିବାରୁ ଏପରି ହୋଇଥିବା କହିଛନ୍ତି। ଅନୁରୂପ ଭାବେ ନୁତନ ବ୍ରିଜଟିର ନିର୍ମାଣ ପାଇଁ ପୁନଶ୍ଚ ଶୀଘ୍ର ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

ବାଣପୁର ମଝିରୁ ଭୁଶୁଡିଲା ପୋଲ ହାଇୱା ଗାଡ଼ି
Share. Facebook Twitter LinkedIn Email WhatsApp Copy Link

Related Posts

ସତ୍ୟଧର୍ମ ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆରମ୍ଭ

January 25, 2026

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026

JioBlackRock Fund: ଜିଓ-ବ୍ଲାକରକ୍ ପକ୍ଷରୁ ‘ଜିଓ-ବ୍ଲାକରକ୍ ସେକ୍ଟର ରୋଟେସନ୍ ଫଣ୍ଡ’ ଶୁଭାରମ୍ଭ

January 25, 2026
Latest News

ଡ଼ଃ ଆର୍ ପୁଷ୍ପାଞ୍ଜଳିଙ୍କ ଗଳ୍ପ ସଙ୍କଳନ “ନିଜକୁ ନାୟିକା ମନେକରି” ର ଲୋକାର୍ପଣ

January 25, 2026

ସତ୍ୟଧର୍ମ ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆରମ୍ଭ

January 25, 2026

ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର

January 25, 2026

ଆଜି ଗୌହାଟିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦: ଜାଣନ୍ତୁ ମ୍ୟାଚ୍ ପୂର୍ବାନୁମାନ

January 25, 2026

ଆଜି ବଢିଲା ନା କମିଲା?: ଜାଣନ୍ତୁ ଜାନୁଆରୀ 25 ତାରିଖର ସୁନାର ମୂଲ୍ୟ

January 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.