Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ଆଜିର ଖବର

ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର

January 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର
ବାଣପୁର: ମଝିରୁ ଭୁଶୁଡିଲା ପୋଲ, ଅଳ୍ପକେ ବର୍ତ୍ତିଲେ ହାଇୱା ଗାଡ଼ି ଚାଳକ ଓ ହେଲପର

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ତୋରସିଂହ ପଞ୍ଚାୟତ ନଛିପୁର ରଉପଡା ଗ୍ରାମ ମଝିରେ ଥିବା ଦୀର୍ଘ ଚାଳିଶି ବର୍ଷର ହାତୀ ନାଳ ପୋଲ ଆଜି ସକାଳୁ ଭୁଶୁଡିପଡ଼ିଛି। ଗ୍ରାମ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ପୋଲ ଦେଇ ପ୍ରାୟ ୨୦ ଖଣ୍ଡ ଗ୍ରାମର ଲୋକମାନେ ଯାତାୟାତ କରୁଥିବାବେଳେ କ୍ରମଶଃ ଏହା ଦୁର୍ବଳ ହୋଇଯାଇଥିଲା। ଆଜି ସକାଳ ପ୍ରାୟ ୯ ଟା ସମୟରେ ଏକ ମାଟି ବୋଝେଇ ହାଇୱା ଗାଡି ଯାହାର ନମ୍ବର ଓଡ଼ି-୦୨-ସିଡି-୭୦୫୨ ଉକ୍ତ ବ୍ରିଜ ଦେଇ ଯାଉଥିବାବେଳେ ହଠାତ ବ୍ରିଜ ମଝି ଖୁଣ୍ଟଟି ଭୁସୁଡ଼ିଯାଇଥିଲା। ଯାହା ଫଳରେ ମାଟି ବୋଝେଇ ହାଇୱା ଗାଡିଟି ବ୍ରିଜ ମଝିରେ ଫସି ଯାଇଥିଲା। ଘଟଣା ସ୍ଥଳରେ କାହାରି କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଛନ୍ତି। ଖବର ପାଇ ବାଣପୁର ପୋଲିସ ଓ ଅଗ୍ନୀଶମ ବିଭାଗ ପହଞ୍ଚି ଘଟଣା ସମ୍ପର୍କ ରେ ଅନୁଧ୍ୟାନ କରିଛନ୍ତି। 

ଅନ୍ୟପକ୍ଷରେ ଉକ୍ତ ବ୍ରିଜଟି ଅତି ଦୁର୍ବଳ ହୋଇଯାଇଥିବାରୁ ତାହାର ନିକଟରେ ଆଉ ଏକ ନୁତନ ବ୍ରିଜ ଓ ରାସ୍ତା ନିର୍ମାଣ କାର୍ଯ୍ୟ କିଛିମାତ୍ରାରେ ଆରମ୍ଭ ହୋଇ ଦୀର୍ଘ ମାସ ହେଲା ବନ୍ଦ ରହିଛି। ଏ ନେଇ ଗ୍ରାମ ଉନ୍ନୟନ ବିଭାଗୀୟ ସହକାରୀ ଯନ୍ତ୍ରୀ ସୁଶାନ୍ତ ମିଶ୍ରଙ୍କୁ ପଚାରିବାରୁ ଦୁର୍ବଳ ବ୍ରିଜ ଜାଣିବା ସତ୍ତ୍ୱେ ଓଭରଲୋଡ଼ ହାଇୱା ଏହା ଉପର ଦେଇ ଯିବାରୁ ଏପରି ହୋଇଥିବା କହିଛନ୍ତି। ଅନୁରୂପ ଭାବେ ନୁତନ ବ୍ରିଜଟିର ନିର୍ମାଣ ପାଇଁ ପୁନଶ୍ଚ ଶୀଘ୍ର ଟେଣ୍ଡର ହୋଇ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।

ବାଣପୁର ମଝିରୁ ଭୁଶୁଡିଲା ପୋଲ ହାଇୱା ଗାଡ଼ି
Share. Facebook Twitter LinkedIn Email WhatsApp Copy Link

Related Posts

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026
Latest News

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026

ରାଜ୍ୟସଭା ନିର୍ବାଚନ ପାଇଁ ବଢିବ ସମସ୍ୟା!: ହ୍ରାସ ପାଉଛି ମଧ୍ୟପ୍ରଦେଶରେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା

April 3, 2026

କିପରି ମନୋନୀତ ହେବେ ବିହାରର ନୂତନ ମୁଖ୍ୟମନ୍ତ୍ରୀ?: ପୂର୍ବତନ ସାଂସଦଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

April 3, 2026

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.