Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି
ଆଜିର ଖବର

୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

January 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି
୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ ସମାରୋହରେ ଯୋଗଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି (୨୫ ଜାନୁଆରୀ, ୨୦୨୬) ରେ ଆୟୋଜିତ ୧୬ତମ ଜାତୀୟ ଭୋଟଦାତା ଦିବସ ପାଳନ ସମାରୋହରେ  ଯୋଗଦେଇ ଉଦବୋଧନ ଦେଇଛନ୍ତି।

ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଲେ ଯେ, ଆମ ଗଣତନ୍ତ୍ରର ଶକ୍ତି ଏହାର ବିଶାଳତାରେ ନୁହେଁ, ବରଂ ଏହାର ଗଣତାନ୍ତ୍ରିକ ଭାବନାର ଗଭୀରତାରେ ରହିଛି। ଏପରିକି ବରିଷ୍ଠତମ ଭୋଟର, ଦିବ୍ୟାଙ୍ଗ ଭୋଟର ଓ ଦୂର୍ଗମ ସ୍ଥାନରେ ରହୁଥିବା ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରନ୍ତି। ସେ ସଚେତନ ଭୋଟର ଓ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ନେତୃତ୍ବରେ ନିର୍ବାଚନ ବ୍ୟବସ୍ଥାରେ ସଂପୃକ୍ତ ସମସ୍ତଙ୍କୁ ପ୍ରସଂଶା କରିଥିଲେ, ଯେଉଁମାନେ ମତଦାନ ଅଧିକାର ସାବ୍ୟସ୍ତର ଏପରି ଅନୁକରଣୀୟ ଉଦାହରଣ ରଖିଛନ୍ତି।

ରାଷ୍ଟ୍ରପତି କହିଥିଲେ ଯେ, ଜନତାଙ୍କ ଅଂଶଗ୍ରହଣ ତୃଣମୂଳ ସ୍ତରରେ ଗଣତନ୍ତ୍ରର ଆତ୍ମାକୁ ବ୍ୟବହାରିକ ରୂପ ଦେଇଥାଏ। ସେ କହିଛନ୍ତି, “କୌଣସି ଭୋଟର ଯେପରି ପଛରେ ନପଡ଼ିବେ” ଲକ୍ଷ୍ୟ ହାସଲ ପାଇଁ ନିର୍ବାଚନ ଆୟୋଗ ଅନେକ ପ୍ରୟାସ କରିଛନ୍ତି। ଭୋଟର ସଚେତନତା ବୃଦ୍ଧି କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଚଳିତ ବର୍ଷ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଚୟନ ହୋଇଥିବା ବିଷୟବସ୍ତୁ, “ମୋ ଭାରତ, ମୋ ଭୋଟ: ଭାରତୀୟ ଗଣତନ୍ତ୍ରର କେନ୍ଦ୍ରରେ ଭାରତୀୟ ନାଗରିକ”, ଆମ ଗଣତନ୍ତ୍ରର ଭାବନାକୁ ପ୍ରତିଫଳିତ କରେ ଏବଂ ଆମ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଭୋଟଦାନ ଅଧିକାରର ଗୁରୁତ୍ୱକୁ ରେଖାଙ୍କିତ କରେ।

ରାଷ୍ଟ୍ରପତି କହିଥିଲେ ଯେ, ଭୋଟ ଦେବା କେବଳ ଏକ ରାଜନୈତିକ ଅଭିବ୍ୟକ୍ତି ନୁହେଁ। ଏହା ନିର୍ବାଚନର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ନାଗରିକଙ୍କ ବିଶ୍ୱାସର ପ୍ରତିଫଳନ। ଏହା ନାଗରିକମାନଙ୍କ ପାଇଁ ସେମାନଙ୍କର ଆକାଂକ୍ଷା ପ୍ରକାଶ କରିବାର ଏକ ମାଧ୍ୟମ। ସମସ୍ତ ପ୍ରାପ୍ତବୟସ୍କ ନାଗରିକଙ୍କୁ ବିନା କୌଣସି ଭେଦଭାବରେ ପ୍ରଦାନ କରାଯାଇଥିବା ଭୋଟ ଦେବାର ଅଧିକାର ଆମର ରାଜନୈତିକ ଏବଂ ସାମାଜିକ ନ୍ୟାୟ ଏବଂ ସମାନତାର ସାମ୍ବିଧାନିକ ଆଦର୍ଶକୁ ପ୍ରତିପାଦିତ କରେ। ଆମ ସମ୍ବିଧାନରେ ନିହିତ “ଗୋଟିଏ ବ୍ୟକ୍ତି, ଗୋଟିଏ ଭୋଟ” ବ୍ୟବସ୍ଥା ଆମର ସମ୍ବିଧାନ ପ୍ରଣୟତାଙ୍କ ସାଧାରଣ ଲୋକଙ୍କ ଜ୍ଞାନ ଉପରେ ଦୃଢ଼ ବିଶ୍ୱାସର ପରିଣାମ ଥିଲା। ଆମ ଦେଶର ଭୋଟରମାନେ ସେମାନଙ୍କର ବିଶ୍ୱାସକୁ ସତ୍ୟ ପ୍ରମାଣିତ କରିଛନ୍ତି, ଏବଂ ଭାରତୀୟ ଗଣତନ୍ତ୍ର ବିଶ୍ୱ ସ୍ତରରେ ଏକ ଅସାଧାରଣ ଉଦାହରଣ ଭାବରେ ସମ୍ମାନ ଅର୍ଜନ କରିଛି।

ରାଷ୍ଟ୍ରପତି କହିଥିଲେ ଯେ, ଭୋଟ ଦେବାର ଅଧିକାର ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ, ସମସ୍ତ ବୟସ୍କ ନାଗରିକ ସେମାନଙ୍କର ସାମ୍ବିଧାନିକ କର୍ତ୍ତବ୍ୟକୁ ମନେ ରଖି ନିଜର ମତାଧିକାର ପ୍ରୟୋଗ କରିବା ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ। ସେ ବିଶ୍ୱାସ ପ୍ରକାଶ କରିଥିଲେ ଯେ ସମସ୍ତ ଭୋଟର, ପ୍ରଲୋଭନ, ଅଜ୍ଞତା, ଭୁଲ ସୂଚନା, ପ୍ରଚାର ଏବଂ ପକ୍ଷପାତରୁ ମୁକ୍ତ ହୋଇ, ସେମାନଙ୍କର ବିବେକର ଶକ୍ତିରେ ଆମର ନିର୍ବାଚନ ବ୍ୟବସ୍ଥାକୁ ସୁଦୃଢ଼ କରିବେ।

ରାଷ୍ଟ୍ରପତି ଦେଶର ସମସ୍ତ ଯୁବ ଭୋଟରଙ୍କୁ ସେମାନଙ୍କର ଭୋଟର ପରିଚୟପତ୍ର ପାଇଥିବା ଅଭିନନ୍ଦନ ଜଣାଇ କହିଥିଲେ ଯେ, ଏହି କାର୍ଡ ସେମାନଙ୍କୁ ବିଶ୍ୱର ସର୍ବବୃହତ ଏବଂ ସବୁଠାରୁ ଗତିଶୀଳ ଗଣତନ୍ତ୍ରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାର ଅମୂଲ୍ୟ ଅଧିକାର ପ୍ରଦାନ କରେ। ସେ କହିଛନ୍ତି ଯେ, ଆଜିର ଭୋଟରମାନେ ଭାରତର ଭବିଷ୍ୟତର ନିର୍ମାତା। ରାଷ୍ଟ୍ରପତି ବିଶ୍ୱାସ ପ୍ରକାଶ କରିଛନ୍ତି, ଦେଶର ସମସ୍ତ ଯୁବ ଭୋଟର ଦାୟିତ୍ୱପୂର୍ଣ୍ଣ ଭାବରେ ସେମାନଙ୍କର ମତଦାନ ଅଧିକାର ବ୍ୟବହାର କରିବେ ଏବଂ ଦେଶ ନିର୍ମାଣରେ ଯୋଗଦାନ ଦେବେ।

୨୦୧୧ ମସିହାରୁ, ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରତିଷ୍ଠା ଦିବସକୁ ମନେ ପକାଇ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖରେ ‘ଜାତୀୟ ଭୋଟର ଦିବସ’ ପାଳନ କରାଯାଏ। ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଭୋଟରଙ୍କ ଗୁରୁତ୍ୱ ଉପରେ ଧ୍ୟାନ ଦେବା, ନିର୍ବାଚନ ବିଷୟରେ ନାଗରିକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସେମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରିବା।

ଜାତୀୟ ଭୋଟଦାତା ଦିବସ ଦ୍ରୌପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026
Latest News

ଆସନ୍ତା ରବିବାର ସନ୍ଧ୍ୟା ୬:୩୦ରୁ ଜୀ ସାର୍ଥକରେ ଓଡିଆ ଚଳଚ୍ଚିତ୍ର “ଇନ୍ସପେକ୍ଟର ସନା” 

February 20, 2026

ବ୍ରହ୍ମପୁର ରେଳ ଷ୍ଟେସନର ପୁନଃବିକାଶକୁ ମଞ୍ଜୁରୀ

February 20, 2026

ଇଣ୍ଡିଆ ଏଆଇ ସମ୍ମିଳନୀରେ ବିରୋଧ ପ୍ରଦର୍ଶନ: ଅନେକ ଯୁବ କଂଗ୍ରେସ କର୍ମୀ ଅଟକ

February 20, 2026

ଟ୍ରମ୍ପଙ୍କ ଇରାନକୁ ଚେତାବନୀ ପରେ କ’ଣ ରହିଛି ସୁନା ଏବଂ ରୂପା ମୂଲ୍ୟ?: ଜାଣନ୍ତୁ ଆଜିର ଦର

February 20, 2026

ବନ୍ଦେ ଭାରତ ଏକ୍ସପ୍ରେସ ଉପରକୁ ପଥର ମାଡ଼: ଯାତ୍ରା କରୁଥିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.