ଚିଲିକା: ଆଜି ଏକତା ପରିଷଦ ଟ୍ରଷ୍ଟ ଓ ଓଡ଼ିଆର୍ଟର ମିଳିତ ଉଦ୍ୟମରେ ଓଡ଼ିଆର୍ଟ ଠାରେ ରାଷ୍ଟ୍ରୀୟ ପର୍ଯ୍ୟଟନ ଦିବସ ଓ ରାଷ୍ଟୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଓଡ଼ିଆର୍ଟ ଠାରୁ ବଡକୁଳ ଯାଏଁ ସୁସ୍ଥ ପର୍ଯ୍ୟଟନ ଓ ଭୋଟର ଜାଗରଣ ଶୋଭାଯାତ୍ରା କରାଯାଇଥିଲା ଓ ପରେ ଓଡ଼ିଆର୍ଟ ର ସଭାଗୃହରେ ସାଧାରଣ ସଭା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଆମ ଐତିହ୍ୟ, ସଂସ୍କୃତି ଓ ପରମ୍ପରାର ସୁରକ୍ଷା ଓ ସୁସ୍ଥ ପର୍ଯ୍ୟଟନ କ୍ଷେତ୍ରରେ ଆମ ଭୂମିକା ଓ ଭୋଟର ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଏକତା ପରିଷଦ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ସନ୍ଧ୍ୟା ଦେବୀଙ୍କ ସଭାପତିତ୍ୱରେ ସଭା ସଂଚଳନ କରାଯାଇଥିଲା।
ଉକ୍ତ ସଭାରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟ ସିନ୍ଦୁରାର ସଂଚାଳକ ଗୋଲଖ ବିହାରୀ ପରିଡା ଓ କଲ୍ୟାଣ ଅନୁଷ୍ଠାନର ସମ୍ପାଦକ ରଙ୍କନାଥ ସେଠି ଯୋଗ ଦେଇଥିଲେ। ଓଡ଼ିଆର୍ଟ ର ସାଂସ୍କୃତିକ ସଂଚାଳକ ସୁଶାନ୍ତ ଦାସ ସଭା ସଂଯୋଜନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଓକିଲ ସଙ୍ଘ ସଦସ୍ୟ ରବୀନ୍ଦ୍ର ମାନସିଂ, ସାମାଜିକ କର୍ମୀ ବୀରେନ୍ଦ୍ର ବେହେରା, ଟୁନିଦାସ, ରଞ୍ଜନ ପ୍ରଧାନ ରିଙ୍କି ବେହେରା, ସମୀକ୍ଷା ସାମନ୍ତରାୟଙ୍କ ଅନେକ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ, ତଥା ଶିକ୍ଷକ ଶିକ୍ଷିକା ସହ ଶତାଧିକ ନାଗରିକ ମଧ୍ୟ ଯୋଗ ଦେଇଥିଲେ।


