Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ
ଆଜିର ଖବର

ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ

January 28, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ
ସର୍ବଭାରତୀୟ ‘ସମୃଦ୍ଧି’ ସମାରୋହ ୨୦୨୫-୨୬ ଉଦଘାଟିତ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ, କଳା ସମନ୍ୱୟ ଶିକ୍ଷା ମାଧ୍ୟମରେ ଅଭିଜ୍ଞତାଭିତ୍ତିକ ଶିକ୍ଷଣ ଓ ଆନନ୍ଦଦାୟୀ ଶ୍ରେଣୀଗୃହ ଗଠନର ଲକ୍ଷ୍ୟ ନେଇ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ସର୍ବଭାରତୀୟ କଳାଏକୀକୃତ ଶିକ୍ଷା ପଦ୍ଧତି ‘ସମୃଦ୍ଧି’ (୨୦୨୫–୨୬) ଉଦଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମ ୨୯ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଚାଲିବ।

ସିଆଇଇଟି-ଏନସିଇଆରଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପ୍ରସାଦ ବେହେରା ଏହି ସମାରୋହକୁ ଉଦଘାଟନ କରିଥିଲେ। ସେ କହିଥିଲେ ଯେ, ଦେଶର ସମୃଦ୍ଧ କଳା ଐତିହ୍ୟର ସଂରକ୍ଷଣ ଓ ପ୍ରୋତ୍ସାହନ ‘ସମୃଦ୍ଧି’ କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ। ବିଦ୍ୟାଳୟ ଶିକ୍ଷାର ପ୍ରତ୍ୟେକ ବିଷୟକୁ ଆକର୍ଷଣୀୟ କରିବା ପାଇଁ ଭାଷା ସହ କଳାର କୌଶଳ ଅତ୍ୟନ୍ତ ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ସ୍ୱାଗତ ଭାଷଣ ପ୍ରଦାନ ସହ, କଳା ଶିକ୍ଷକଙ୍କ ଆବଶ୍ୟକତା ଓ ଜାତୀୟ ଶିକ୍ଷା ନୀତି-୨୦୨୦ରେ ପ୍ରସ୍ତାବିତ କଳା ସମନ୍ୱୟ ଶିକ୍ଷାଦାନ ପଦ୍ଧତି ସମ୍ପର୍କରେ ଅବଗତ କରାଇଥିଲେ।

ପ୍ରାରମ୍ଭରେ ଏନସିଇଆରଟିର କଳା ଓ ସୌନ୍ଦର୍ଯ୍ୟବୋଧ ଶିକ୍ଷା ବିଭାଗର ଅଧ୍ୟକ୍ଷା ପ୍ରଫେସର ଜ୍ୟୋତ୍ସ୍ନା ତିୱାରୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସ୍ପଷ୍ଟ କରି, ଦେଶର ବିଭିନ୍ନ ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଶିକ୍ଷକ ପ୍ରତିନିଧି ଏବଂ ପ୍ରତିଷ୍ଠିତ କଳା ବିଶେଷଜ୍ଞମାନଙ୍କୁ ବିଚାରକ ଭାବେ ଯୋଗ ଦେଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।

‘ସମୃଦ୍ଧି’ର ଜାତୀୟ ସଂଯୋଜିକା ଡ଼. ଶର୍ବରୀ ବାନାର୍ଜୀ ଧନ୍ୟବାଦ ଜଣାଇ, ଓଡ଼ିଶା ପରି କଳା-ସଂସ୍କୃତିର ରାଜ୍ୟରେ ଏଭଳି ଜାତୀୟସ୍ତରୀୟ କଳାତ୍ମକ କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରିଥିଲେ।

ତିନି ଦିନିଆ ଏହି ସର୍ବଭାରତୀୟ ସମାରୋହରେ ଦେଶର ବିଭିନ୍ନ ପ୍ରଦେଶ, କେନ୍ଦ୍ରଶାସିତ ଅଞ୍ଚଳ, ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଓ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରାୟ ୯୮ ଜଣ ଶିକ୍ଷକ ପ୍ରତିନିଧି ଯୋଗ ଦେଇଥିଲେ। ଏହା ସହ କଳା ମାଧ୍ୟମରେ ଶିକ୍ଷାକୁ କିପରି ଅଧିକ ପ୍ରଭାବଶାଳୀ କରାଯାଇପାରିବ, ସେଥିରେ ପ୍ରତିଯୋଗିତା ମାଧ୍ୟମରେ ନିଜ ଦକ୍ଷତା ପ୍ରଦର୍ଶନ କରିବେ।

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରଫେସର ରମାକାନ୍ତ ମହାଳିକ ଓ ପ୍ରଫେସର ରଶ୍ମିରେଖା ସେଠୀ ଏହି ତିନିଦିନିଆ ସମାରୋହର ଆଞ୍ଚଳିକ ସଂଯୋଜକ ଭାବେ ସଂଯୋଜନା କରୁଛନ୍ତି।

‘ସମୃଦ୍ଧି’ ସମାରୋହ ଜାତୀୟ ଶିକ୍ଷା ନୀତି-୨୦୨୦
Share. Facebook Twitter LinkedIn Email WhatsApp Copy Link

Related Posts

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026
Latest News

ସୁପର-୮ ରେ ଟିମ୍ ଇଣ୍ଡିଆ ପାଇଁ ଅଗ୍ନି ପରୀକ୍ଷା!: ଜାଣନ୍ତୁ ଦକ୍ଷିଣ ଆଫ୍ରିକା ବିରୋଧରେ କ’ଣ ରହିଛି ରେକର୍ଡ?

February 19, 2026

ରାଜ୍ୟସଭାରେ ଦୁର୍ବଳ ହେବେ ବିରୋଧୀ, ଆହୁରୀ ମଜବୁତ ହେବ ବିଜେପି!: ଜାଣନ୍ତୁ ସମୀକରଣ

February 19, 2026

ବେଆଇନ ମୋରମ୍ ଚାଲାଣ ଅଭିଯୋଗରେ ହାଇୱା ଗାଡ଼ି ଜବତ

February 19, 2026

ସୁନା ୨ ହଜାରରୁ ଅଧିକ ଏବଂ ରୂପା ମଧ୍ୟ ୧୦ ହଜାରକୁ ବୃଦ୍ଧି: ଜାଣନ୍ତୁ ଆଜିର ମୂଲ୍ୟ

February 19, 2026

ପରାଜୟ ପରେ ଭାରତ ସମ୍ପର୍କରେ ବଡ ବିବୃତ୍ତି ଦେଲେ ନେଦରଲ୍ୟାଣ୍ଡସ୍ ଅଧିନାୟକ: କହିଲେ…..

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.