Categories
ଆଜିର ଖବର ରାଜ୍ୟ ଖବର

ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବକୁ ସମ୍ବୋଧିତ କଲେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ୨୦୪୭ ପୂର୍ବରୁ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛୁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଟେକ୍ନୋଲୋଜି ବିକାଶର ଗତିକୁ ତ୍ୱରାନ୍ୱିତ କରିପାରିବ। ତେଣୁ ଟେକ୍ନୋକ୍ରାଟ୍ ଏବଂ ଇଞ୍ଜିନିୟରମାନେ ଭାରତକୁ ଏକ ବିକଶିତ ରାଷ୍ଟ୍ର ରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ।

ଛାତ୍ରଛାତ୍ରୀଙ୍କ ସଫଳତା ଯେପରି କେବଳ ସେମାନଙ୍କ ବ୍ୟକ୍ତିଗତ ସଫଳତା ଦ୍ୱାରା ମାପ କରାଯିବ ନାହିଁ ସେଥିପ୍ରତି ସଚେତନ ରହିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ଜୀବନ ଉପରେ ଏହାର ସକାରାତ୍ମକ ପ୍ରଭାବ ଦ୍ୱାରା ମଧ୍ୟ ଏହା ମାପ କରାଯିବା ଉଚିତ ବୋଲି ସେ କହିଛନ୍ତି। କେବଳ ବ୍ୟକ୍ତିଗତ ଲାଭ ପାଇଁ ନୁହେଁ ବରଂ ଦେଶର ପ୍ରଗତି ପାଇଁ ମଧ୍ୟ ଶ୍ରେଷ୍ଠତା ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ସେ ଅନୁରୋଧ କରିଥିଲେ। ସକାରାତ୍ମକ ପରିବର୍ତ୍ତନର ବାହକ, ବିବିଧତାର ସମର୍ଥକ ଏବଂ ସଚ୍ଚୋଟତାର ଚାମ୍ପିୟନ ହେବା ପାଇଁ ପ୍ରୟାସ କରିବାକୁ ସେ ସେମାନଙ୍କୁ ଅନୁରୋଧ କରିଥିଲେ।

ବୈଷୟିକ ଉନ୍ନତିକୁ ଗ୍ରହଣ କରିବା ସମୟରେ ଆମେ ଆମର ପାରମ୍ପରିକ ମୂଲ୍ୟବୋଧକୁ ଭୁଲିବା ଉଚିତ ନୁହେଁ ବୋଲି ରାଷ୍ଟ୍ରପତି କହିଥିଲେ। ଜାତୀୟ ଶିକ୍ଷା ନୀତି- ୨୦୨୦ରେ ମାତୃଭାଷା, ପରମ୍ପରା ଓ ସଂସ୍କୃତି ଉପରେ ଗୁରୁତ୍ୱ ଦିଆଯାଇଛି। ଦେଶର ବିକାଶ ସମଗ୍ର ମାନବଜାତି ପାଇଁ ସମାବେଶୀ ଓ ସମର୍ପିତ ହେବା ଦରକାର ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ବିକାଶକୁ ମାନବିକତା ଅନୁକୂଳ କରିବା ପାଇଁ ଆମ ସଂସ୍କୃତିରେ ଅନ୍ତର୍ନିହିତ ମୂଲ୍ୟବୋଧକୁ ସର୍ବଦା ମନେ ରଖିବା ଉଚିତ ବୋଲି ସେ କହିଥିଲେ।

Categories
ଆଜିର ଖବର

ଏନସିଆରଏଫ ଖସଡ଼ାକୁ ସର୍ବୋତ୍ତମ କରିବା ପାଇଁ ଜନ ପରାମର୍ଶର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ନୂଆଦିଲ୍ଲୀ ଠାରେ ସ୍କୁଲ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ସ୍କିଲିଂ ପାଇଁ ନ୍ୟାସନାଲ କ୍ରେଡ଼ିଟ୍ ଫ୍ରେମଓ୍ୱାର୍କ (ଏନସିଆରଏଫ) ଖସଡ଼ାକୁ ସର୍ବୋତ୍ତମ କରିବା ପାଇଁ ଜନ ପରାମର୍ଶର ଶୁଭାରମ୍ଭ କରିଛନ୍ତି। ଛାତ୍ରଛାତ୍ରୀ ଏବଂ ଯୁବବର୍ଗଙ୍କୁ ସଶକ୍ତ କରିବା ପାଇଁ ଜାତୀୟ ଶିକ୍ଷା ନୀତି (ଏନଇପି) ଅନ୍ତର୍ଗତ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ଏକ ବହୁମୁଖୀ ଉପକରଣ ବୋଲି ସେ କହିଛନ୍ତି।

ଜନଭାଗିଦାରୀ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ପ୍ରମୁଖ ସ୍ତମ୍ଭ। ଜାତୀୟ ଶିକ୍ଷା ନୀତି-୨୦୨୦କୁ ଜନଭାଗିଦାରୀରେ ପରିଣତ କରିବା ପାଇଁ ମଧ୍ୟ ମୋଦି ସରକାରଙ୍କ ପ୍ରଚେଷ୍ଟା ରହିଛି। ଜନସାଧାରଣଙ୍କ ସ୍ୱୀକୃତି ଅନୁସାରେ ପଲିସି ତିଆରି କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କକୁ ସର୍ବୋତ୍ତମ କରିବା ପାଇଁ ଆସନ୍ତା ୪୦ ଦିନ ପର୍ଯ୍ୟନ୍ତ ଏହି ଜନପରାମର୍ଶ ଲୋଡାଯାଇଛି। ଶ୍ରୀ ପ୍ରଧାନ ଦେଶର ସବୁ ଶିକ୍ଷାନୁଷ୍ଠାନ, ସ୍କୁଲ, ଆଇଟିଆଇ, ବୈଷୟିକ ଶିକ୍ଷାନୁଷ୍ଠାନ, କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ, ରାଜ୍ୟ ବିଶ୍ୱବିଦ୍ୟାଳୟକୁ ନିଜ ଓ୍ୱେବସାଇଟରେ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ପାଇଁ ନାଗରିକଙ୍କ ଠାରୁ ମତାମତ ନେବା ପାଇଁ ଅପିଲ୍ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ହେଉଛି ଆଗାମୀ ଭବିଷ୍ୟତ ପାଇଁ ଏବଂ ଜାତୀୟ ଶିକ୍ଷା ନୀତି ଅଧୀନରେ ଏହା ହେଉଛି ଏକ ବହୁମୁଖୀ ଉପକରଣ। ଭାରତ ସରକାର ଧନ୍ଦାମୂଳକ ଓ ସାଧାରଣ ଶିକ୍ଷା ପାଇଁ ଏକ ଜାତୀୟ କ୍ରେଡିଟ୍ ଆକ୍ୟୁମୁଲେସନ ଓ ଟ୍ରାନ୍ସଫର ଫ୍ରେମୱାର୍କ ବିକଶିତ କରିବାକୁ ଉଚ୍ଚ ସ୍ତରୀୟ କମିଟି ଗଠନ ପାଇଁ ମଞ୍ଜୁରୀ ଦେଇଥିଲେ। ଏହି କ୍ରେଡିଟ୍ ଫ୍ରେମୱାର୍କ ଶିକ୍ଷା ସହ ଧନ୍ଦାମୂଳକ ଶିକ୍ଷା ଅନୁସାରେ ଛାତ୍ରଛାତ୍ରୀ ମାନଙ୍କୁ କ୍ରେଡିଟ୍ ପ୍ରଦାନ କରିବ। ଛାତ୍ରଛାତ୍ରୀଙ୍କ ବିକାଶ, ସ୍କୁଲ, ଉଚ୍ଚ  ଶିକ୍ଷାନୁଷ୍ଠାନ ସହ ଧନ୍ଦାମୂଳକ  ଶିକ୍ଷା ଏବଂ ଅଭିଜ୍ଞତା ଆଧାରିତ ପାଠପଢ଼ା ମଧ୍ୟରେ ଏକତ୍ରିକରଣ କରାଯାଇ ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷାକୁ ମୁଖ୍ୟ ସ୍ରୋତକୁ ଆଣିବାରେ ନ୍ୟାସନାଲ କ୍ରେଡିଟ ଫ୍ରେମଓ୍ୱାର୍କ ଗେମ୍ ଚେଞ୍ଜର ହେବ।

ଅଧାରୁ ପାଠପଢା ଛାଡି ଦେଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷା ସହ ଯୋଡ଼ିବାରେ ସାହାଯ୍ୟ କରିବ। ଶିକ୍ଷାନୁଷ୍ଠାନ, ଦକ୍ଷତା ବିକାଶ ଅନୁଷ୍ଠାନ ଏବଂ କାର୍ଯ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ସ୍କିଲି, ରି-ସ୍କିଲିଂ, ଅପ ସ୍କିଲିଂ, ସ୍ୱୀକୃତି ଏବଂ ମୂଲ୍ୟାଙ୍କନରେ ଅନ୍ତର୍ଭୃକ୍ତ କରିବା ପାଇଁ ନ୍ୟାସନାଲ କ୍ରେଡିଟ୍ ଫ୍ରେମଓ୍ୱାର୍କ ସହାୟକ ହେବ। ପୂର୍ବରୁ ଏ ନେଇ ରାଜ୍ୟ ସରକାର, ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଏବଂ ଶିକ୍ଷା ଓ ଦକ୍ଷତା କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ସହ ପୂର୍ବରୁ ଅନେକ ଥର ଚର୍ଚ୍ଚା ଆଲୋଚନା ହୋଇଛି। ଶିକ୍ଷା, ଦକ୍ଷତା ବିକାଶ ଏବଂ ଅଭିଜ୍ଞତାକୁ ପ୍ରୋତ୍ସାହିତ କରିବା ପାଇଁ ସଂସ୍କାର ଆଣିବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ମତପ୍ରକାଶ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର, ଉଚ୍ଚ ଶିକ୍ଷା ସଚିବ ଓ ଦକ୍ଷତା ବିକାଶ, ଉଦ୍ୟମିତା ବିଭାଗର ସଚିବ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ନାକ୍ଟିଦେଉଳ ସ୍ନାତକ ମହା ଵିଦ୍ୟାଳୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ସମ୍ପର୍କରେ ପାଠଚକ୍ର

କନ୍ଦର୍ପ ବେହେରା
ରେଢ଼ାଖୋଲ: ନାକ୍ଟିଦେଉଳ ବ୍ଲକ୍ ଅନ୍ତର୍ଗତ ନାକ୍ଟିଦେଉଳ ସ୍ନାତକ ମହାଵିଦ୍ୟାଳୟ ଆନୁକୁଲ୍ୟ ରେ ଜାତୀୟ ଶିକ୍ଷା ନୀତି ୨୦୨୨ ସମ୍ପର୍କରେ କର୍ମଶାଳା ଓ ଶିକ୍ଷକ ପର୍ବ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଅଧ୍ୟାପକ ଦେବେଶ୍ ଵିଶ୍ଵାଳ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ଵେଳେ ଶିକ୍ଷା ବିଭାଗର ଅଧ୍ୟାପକ ଶେଷଦେଵ ଵିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ। କଲେଜର ଛାତ୍ରୀ ସିପ୍ରା ସାହୁ, ପଙ୍କଜିନି ଵେହେରା, ରଵିବାରୀ ମେଣ୍ଡୁଳି ଓ କରିସ୍ମା ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ପରିଵେଷଣ କରିଥିଲେ।

ମୁଖ୍ୟଅତିଥି ଭାଵରେ ନାକ୍ଟିଦେଉଳ କନିଷ୍ଠ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ ଉଦୟନାଥ ଗଡନାୟକ ଯୋଗଦେଇ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ମାନଙ୍କର ସହଯୋଗ ନହେଲେ ଜାତୀୟ ଶିକ୍ଷା ନୀତି ସଫଳ ହୋଇ ପାରିବ ନାହିଁ ଓ ପୁସ୍ତକ ରୁପକ ଛାତ୍ର ର ପ୍ରତ୍ୟେକ ପୃଷ୍ଠା ଯିଏ ପଢ଼ି ପାରିଛି ସିଏ ହିଁ ପ୍ରକୃତ ଗୁରୁ।

ମୁଖ୍ୟ ବକ୍ତା ଭାବରେ ଭୀମ ଭୋଇ ମହାଵିଦ୍ୟାଳୟ ରେଢାଖୋଲର ଓଡ଼ିଆ ବିଭାଗର ପ୍ରାଧ୍ୟାପକ ମନୋରଞନ ମହନ୍ତ ଯୋଗ ଦେଇ ମତ ଦେଇ ଥିଲେ ଯେ ବର୍ତ୍ତମାନର ପରିସ୍ଥିତି ପାଇଁ ପ୍ରଚଳିତ ଶିକ୍ଷା ଵ୍ୟଵସ୍ଥା ଦାୟୀ, ଗୁରୁ ହେଵାର ଯୋଗ୍ୟତା ହେଲା ଜୀବନର ପୂର୍ଣ୍ନତା ଅନୁଭଵ, ଶିକ୍ଷକ ସାଧକ ହେବା ଉଚିତ୍ ଓ ଶିକ୍ଷା ଯୁଗ୍ମ ତାଲିକାରେ ଥିବାରୁ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ ହେଵା କଷ୍ଟକର ହେଉଛି।

ସମ୍ମାନୀତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକ ଶିକ୍ଷାର ଭୂମିକା ଓ ସମସ୍ୟା ଵିଷୟରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପିକା ଆର୍ ପୁଷ୍ପାଞ୍ଜଳି, ଲିଟିନା ପ୍ରିୟଦର୍ଶିନୀ ଓ ଅଧ୍ୟାପକ ଵିନୋଦ ବିହାରୀ ପ୍ରଧାନ ସହଯୋଗ କରିଥିଲେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ମେଲବୋର୍ଣ୍ଣ ଠାରେ ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ରରେ କେନ୍ଦ୍ରମନ୍ତ୍ରୀ

ମେଲବୋର୍ଣ୍ଣ: ଜାତୀୟ ଶିକ୍ଷା ନୀତି ୨୦୨୦ କ୍ରିୟାନ୍ୱୟନ ସହ ଶିକ୍ଷା, ନବସୃଜନ, ଷ୍ଟାର୍ଟଅପ କ୍ଷେତ୍ରରେ ବ୍ୟାପକ ସଂସ୍କାର ଭାରତ ପାଇଁ ଅନେକ ସୁଯୋଗ ଆଣିଦେଇଛି ବୋଲି ଆଜି ଅଷ୍ଟ୍ରେଲିଆ ମେଲବୋର୍ଣ୍ଣ ସ୍ଥିତ କାଙ୍ଗନ ଇନଷ୍ଟିଚ୍ୟୁଟ୍ ଠାରେ ଭେଟ୍ : ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଭାରତର ଯୁବପିଢିଙ୍କୁ ଭବିଷ୍ୟତର କୌଶଳ ସହ ପ୍ରସ୍ତୁତି କରାଇବା ସହ ରୋଜଗାରକ୍ଷମ କରିବା, ସ୍କିଲିଂ ଆଉଟକମକୁ ବିକଶିତ କରିବା, ଶିଳ୍ପନୁଷ୍ଠାନ ଓ ଶିକ୍ଷା କ୍ଷେତ୍ରର ସଂଯୋଗୀକରଣକୁ ସୁଦୃଢ଼ କରିବା ଓ ଦକ୍ଷତା ଆବଶ୍ୟକତାକୁ ପୂରଣ କରିବା ଦିଗରେ ଅଷ୍ଟ୍ରେଲିଆର ସ୍କିଲିଂ ଷ୍ଟାଣ୍ଡାର୍ଡ ଏବଂ ସାର୍ଟିଫିକେସନ ଫ୍ରେମଓ୍ୱାର୍କକୁ ଭାରତରେ କିଭଳି ବ୍ୟବହାର କରାଯାଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଶ୍ରୀ ପ୍ରଧାନ କୁଶଳୀ ତଥା ଉଚ୍ଚ ଉତ୍ପାଦନକାରୀ ମାନବ ଶକ୍ତି ପାଇଁ ଭାରତକୁ ଏକ ବିଶ୍ୱସ୍ତରୀୟ ପେଣ୍ଠସ୍ଥଳିରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ଏବଂ ପ୍ରୟାସ ଉପରେ ଆଲୋକପାତ କରିଥିଲେ। ସେ ଏହା ବି କହିଥିଲେ ଯେ ଏକବିଂଶ ଶତାବ୍ଦୀରେ ଭାରତର ସବୁଠୁ ବଡ଼ ଶକ୍ତି ହେଉଛି ଏହାର ଯୁବବର୍ଗ। ଏକ ଦକ୍ଷ ଏବଂ କୁଶଳୀ ଭାରତ ଦେଶ ଓ ବିଶ୍ୱ ଅର୍ଥନୀତିରେ ମଧ୍ୟ ଯୋଗଦାନ ରଖିବ। ନୀତିଗତ ସଂସ୍କାର, ନବସୃଜନ ଏବଂ ଉଦ୍ୟମିତା ଦ୍ୱାରା ଭାରତରେ ଅଭୂତପୂର୍ବ ସୁଯୋଗ ସୃଷ୍ଟି କରାଯାଉଛି ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଦକ୍ଷତା ଅନୁଷ୍ଠାନ ଗୁଡ଼ିକ ସହ ଭାରତର ଭାଗିଦାରୀ ପାଇଁ ଥିବା ଆଗ୍ରହ ଉପରେ ମତପ୍ରକାଶ କରିଥିଲେ। ଦକ୍ଷତା ବିକାଶ କ୍ଷେତ୍ରରେ ଉଭୟ ଦେଶର ପ୍ରାଥମିକତାକୁ ଆଗକୁ ନେବା ଏବଂ ଅଷ୍ଟ୍ରେଲିଆରେ ଭାରତୀୟ ଯୁବବର୍ଗଙ୍କ ପାଇଁ ଅପାର ସମ୍ଭାବନା ସୃଷ୍ଟି କରିବା ପାଇଁ ଭାରତ ସହ ସହଯୋଗୀ ହେବା ପାଇଁ ଅଷ୍ଟ୍ରେଲିଆର ଇଚ୍ଛାବ୍ୟକ୍ତକୁ ପ୍ରଂଶସା କରିଥିଲେ ଶ୍ରୀ ପ୍ରଧାନ। ଉଭୟ ଦେଶରେ ଦକ୍ଷତା ମୂଲ୍ୟାଙ୍କନ, ଯୋଗ୍ୟତା ଏବଂ କୌଶଳ ମାନ୍ୟତା, ପାଠ୍ୟକ୍ରମ ବିକାଶ ଏବଂ ମାନବ ସମ୍ବଳର ବିକାଶରେ ମିଳିତ ଭାବରେ କାମ କରିବାର ଅପାର ସୁଯୋଗ ରହିଛି। ଆମ ଦେଶରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ମାନବ ସମ୍ବଳ ଆମକୁ ବିଶ୍ୱ ସ୍ତରରେ ଥିବା ସୁଯୋଗର ଲାଭ ନେବା ପାଇଁ ଅଧିକ ପ୍ରସ୍ତୁତ ରଖିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଅଷ୍ଟ୍ରେଲିଆର ଦକ୍ଷତା ବିକାଶ ଏବଂ ତାଲିମ ମନ୍ତ୍ରୀ ବ୍ରେନଡେନ ଓ’ କୋନ୍ନୋର ସହ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଦ୍ୱିପାକ୍ଷିକ ଆଲୋଚନାରେ ଯୋଗ ଦେଇଥିଲେ। ଉଭୟ ମନ୍ତ୍ରୀ ଦକ୍ଷତା ବିକାଶ କ୍ଷେତ୍ରରେ ଅଧିକ ସହଯୋଗୀ ହେବା ଏବଂ ଭବିଷ୍ୟତ ପାଇଁ ମାନବ ସମ୍ବଳ ପ୍ରସ୍ତୁତ କରିବା ଦିଗରେ ଏକ ଫଳପ୍ରଦ ଆଲୋଚନା ହୋଇଛି। ଦକ୍ଷତା ବିକାଶରେ ସହଯୋଗକୁ ମଜବୁତ କରିବା ଦିଗରେ ଥିବା ସୁଯୋଗର ଅନ୍ୱେଷଣ ପାଇଁ ଶ୍ରୀ ପ୍ରଧାନ କନ୍ନୋରଙ୍କୁ ଭାରତ ଆସିବା ପାଇଁ ନିମନ୍ତ୍ରଣ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ବେନଡିଗୋ କାଙ୍ଗନ ଇନଷ୍ଟିଚ୍ୟୁଟରେ ଥିବା ଅଟୋମୋଟିଭ୍ ସେଣ୍ଟର ଅଫ୍ ଏକ୍ସଲେନ୍ସ ମଧ୍ୟ ପରିଦର୍ଶନ କରିଥିଲେ। ଏହା ପରେ ମେଲବୋର୍ଣ୍ଣ ସ୍ଥିତ ଡିକିନ ବିଶ୍ୱବିଦ୍ୟାଳୟ ଗସ୍ତ ବିଶ୍ୱବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଶିକ୍ଷାନୁଷ୍ଠାନର ଶିଳ୍ପଭିତ୍ତିକ ଡିଜାଇନ ପାଠ୍ୟକ୍ରମ, ଗବେଷଣା ଡିଗ୍ରୀ ଉପରେ ବିସ୍ତୁତ ଭାବେ ବୁଝିଥିଲେ।

ଏହି ଅବସରରେ ଅଷ୍ଟ୍ରେଲିଆରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟ, ଦକ୍ଷତା ବିକାଶ ଅନୁଷ୍ଠାନ ଓ ଡିକିନ ବିଶ୍ୱବିଦ୍ୟାଳୟକୁ ଭାରତରେ ଥିବା ସମ୍ଭାବନାକୁ ଅନ୍ୱଷଣ କରିବା ପାଇଁ ସ୍ୱାଗତ କରିଥିଲେ। ଏହାସହ ଉଭୟ ଦେଶର ନାଗରିକଙ୍କ ମଙ୍ଗଳ ପାଇଁ ଏବଂ ଉଭୟ ଦେଶକୁ ଶିକ୍ଷା ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ମେକାନିଜିମ ପ୍ରସ୍ତୁତ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି।

ପରେ ସନ୍ଧ୍ୟାରେ ଶ୍ରୀ ପ୍ରଧାନ ମେଲବୋର୍ଣ୍ଣରେ ରହୁଥିବା ଓଡିଆ ଓ ଭାରତୀୟଙ୍କ ସହିତ ଆଲୋଚନା କରିଛନ୍ତି।

ପ୍ରକାଶ ଯେ, ଭବିଷ୍ୟତ ପାଇଁ ଦକ୍ଷତା ବିକଶିତ ନୀତି ଆଲୋଚନା ଚକ୍ରରେ ଭିକ୍ଟୋରିଆନ ସ୍କିଲ୍ସ ଅଥୋରିଟିର ସିଇଓ କ୍ରେଗ୍ ରୋବର୍ଟସନ, ବେନଡିଗୋ କାଙ୍ଗନ ଇନଷ୍ଟିଚ୍ୟୁଟର ସିଇଓ ସାଲ୍ଲି କରଟେନ ଏବଂ ଅଷ୍ଟ୍ରେଲୀୟ ଦକ୍ଷତା ପରିସଂସ୍ଥାନର ନେତୃମଣ୍ଡଳିମାନେ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ଜାତୀୟ ଶିକ୍ଷା ନୀତି ପ୍ରସ୍ତୁତି ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଏବଂ ନୀତି ଆୟୋଗ ଉପାଧ୍ୟକ୍ଷ

ନୂଆଦିଲ୍ଲୀ/ଭୁବନେଶ୍ୱର: ନୂଆଦିଲ୍ଲୀ ଶାସ୍ତ୍ରଭବନ ସ୍ଥିତ ଶିକ୍ଷା ମନ୍ତ୍ରଣାଳୟରେ ନୀତି ଆୟୋଗ ଉପାଧ୍ୟକ୍ଷ ଡା. ସୁମନ କେ ବେରୀ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ୍ କରିଛନ୍ତି। ଏହି ବୈଠକରେ ଜାତୀୟ ଶିକ୍ଷା ନୀତି-୨୦୨୦ ଯୋଜନାବଦ୍ଧ କ୍ରିୟାନ୍ୱୟନ ଏବଂ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ଏହାର ପ୍ରସ୍ତୁତି ଉପରେ ଆଲୋଚନା ହୋଇଛି। ସେହିପରି ଭବିଷ୍ୟତର ଶିକ୍ଷାଦାନ, ପାଠପଢ଼ା, ସମସାମୟିକ ଦକ୍ଷତା ବିକାଶ ଏବଂ ନବସୃଜନ ଓ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବା ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା କରାଯାଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ଏହି ଆଲୋଚନା କାଳରେ ଡକ୍ଟର ବେରୀ ନୀତି ଆୟୋଗ ଦ୍ୱାରା ସମ୍ବନ୍ଧୀୟ ସମସ୍ତ ପ୍ରସ୍ତୁତି କାର୍ଯ୍ୟକ୍ରମ ଗୁଡ଼ିକର ବିବରଣୀ ଉପରେ ଆଲୋକପାତ କରିଛନ୍ତି। ନୀତି ଆୟୋଗଙ୍କ ଦ୍ୱାରା ନିକଟରେ ପ୍ରକାଶିତ “ଇଣ୍ଡିଆ ଇନୋଭେସନ୍ ଇଣ୍ଡେକ୍ସ” ରିପୋର୍ଟ ବିଷୟରେ  ଡା. ବେରୀ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ବୈଠକରେ ଏକ ଜ୍ଞାନ ଆଧାରିତ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ନବସୃଜନର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ଅଟଳ ଇନୋଭେସନ୍ ମିଶନ୍ ମାଧ୍ୟମରେ ବିଦ୍ୟାଳୟରୁ ଶିଳ୍ପ କାରଖାନା ଯାଏଁ ନବସୃଜନକୁ ପ୍ରୋତ୍ସାହିତ କରିବାରେ ନୀତି ଆୟୋଗଙ୍କ ଭୂମିକାକୁ ପ୍ରଶଂସା କରିଥିଲେ। ସେହିପରି ଦେଶରେ ଉତ୍ପାଦନ କ୍ଷେତ୍ରରେ ନବସୃଜନ ଏବଂ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।

ଏହି ସାକ୍ଷାତକାରରେ ଡକ୍ଟର ବେରୀ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଆସନ୍ତା ଅଗଷ୍ଟ ୭ ତାରିଖରେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ‘ପରିଚାଳନା ପରିଷଦ’ର ସପ୍ତମ ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ।

ଏହି ବୈଠକରେ ନୀତି ଆୟୋଗର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଦେଶର ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ସର୍ବୋଚ୍ଚ ସ୍ତରରେ ଏକ ବ୍ୟାପକ ସହମତି ଭିତ୍ତିରେ ବିଭିନ୍ନ ଯୋଜନା ଉପରେ କ୍ରିୟାନ୍ୱୟନ ପାଇଁ ଏକ ରୋଡମ୍ୟାପ୍ ଏବଂ ଫଳାଫଳ ଆଧାରିତ ଯୋଜନା ଚୂଡ଼ାନ୍ତ କରାଯିବ।

Categories
ଆଜିର ଖବର ଜାତୀୟ ଖବର

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ନୂତନ ଏକାଡ଼େମିକ୍ ସୁବିଧାର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ହାଇଦ୍ରାବାଦ: ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁସାରେ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଉଚିତ୍ ବୋଲି ସୋମବାର ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ନୂତନ ଏକାଡ଼େମିକ୍ ସୁବିଧା ଗୁଡିକୁ ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟରେ ଡ଼ିଜିଟାଲ ଲର୍ଣ୍ଣିଂ ଏବଂ ଟ୍ରେନିଂ ରିସୋର୍ସେସ ଏବଂ ସ୍କୁଲ ଅଫ୍ ଫିଜିକ୍ସ ଏଣ୍ଡ୍ ସ୍କୁଲ ଅଫ୍ ଇଞ୍ଜିନିୟରିଂ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜିର ଉଦଘାଟନ କରିଛନ୍ତି। ଏହାସହ ଇଂରାଜି ଏବଂ ବିଦେଶୀ ଭାଷା ବିଶ୍ୱବିଦ୍ୟାଳୟ(ଇଫ୍‌ଲୁ)ରେ ଅଡ଼ିଟୋରିୟମ ସହ ଏକ ବହୁମୁଖୀ ଇନଡ଼ୋର୍ ସ୍ପୋର୍ଟ୍ସ କମ୍ପଲେକ୍ସ ଏବଂ ଓପନ୍ ଆମ୍ପିଥିଏଟର ଲୋକାର୍ପଣ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ହେଇଛି ଅନେକ ନୂଜନ ଆଇଡ଼ିଆର ସମାହାର। ଜାତୀୟ ଶିକ୍ଷା ନୀତି-୨୦୨୦ ସୃଜନ ପ୍ରତିଭା ଏବଂ ଗଭୀର ଚିନ୍ତନକୁ ପ୍ରାଧାନ୍ୟ ଦେଇଥାଏ । ଏହି ଶିକ୍ଷା ନୀତି ଆଧାରରେ ଆମର ବିଶ୍ୱବିଦ୍ୟାଳୟ ଗୁଡ଼ିକ ନବସୃଜନ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଦରକାର। ଏହାସହ ବିଶ୍ୱବିଦ୍ୟାଳୟ ବୈଶ୍ୱିକ ନାଗରିକ ତିଆରି କରିବା, ସମସ୍ତ ଭାରତୀୟ ଭାଷାକୁ ଗୁରୁତ୍ୱ ଦେବା ସହ ମାନବତାର କଲ୍ୟାଣ ପାଇଁ ଆମର ସଭ୍ୟତା ସଂଯୋଗକୁ ଦୃଢ଼ୀଭୂତ କରିବା ଦିଗରେ ବ୍ରତୀ ହେବା ଦରକାର।

ଛାତ୍ରଛାତ୍ରୀ ଓ ଶିକ୍ଷାବିତଙ୍କୁ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜାତୀୟ ଶିକ୍ଷା ନୀତି ଭାରତକୁ ଜ୍ଞାନ ଆଧାରିତ ଅର୍ଥନୀତି ଭାବରେ ପ୍ରତିଷ୍ଠିତ କରିବ। ତେଣୁ ନିଜକୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ପାଇଁ ନିଜର ସାମର୍ଥ୍ୟକୁ ବୃଦ୍ଧି କରିବା ସହ ଯୁବ ସମାଜକୁ ଦକ୍ଷତା ସହ ଯୋଡ଼ିବାକୁ ହେବ। ଯୁବବର୍ଗଙ୍କୁ ସଠିକ୍ ଦକ୍ଷତା ପ୍ରଦାନ କରାଗଲେ ଆର୍ôଥକ ଅଭିବୃଦ୍ଧି ହାସଲ ହୋଇପାରିବ। ଏହାବ୍ୟତିତ ଆମେ ସମସ୍ତେ ଆମର ଆଂଚଳିକ ଭାଷାକୁ ଗୁରୁତ୍ୱ ଦେବା ଉଚିତ୍। କାରଣ ସବୁ ଭାରତୀୟ ଭାଷା ଆମର ରାଷ୍ଟ୍ରଭାଷା। ଓଡିଆ, ହିନ୍ଦୀ, ଆସାମୀ, ତେଲୁଗୁ, ପଞ୍ଜାବୀ, ମରାଠୀ, ଗୁଜୁରାଟୀ ଭଳି ସବୁ ଆଂଚଳିକ ଭାଷା ଆମର ରାଷ୍ଟ୍ରୀୟ ଭାଷା ବୋଲି ସେ ମତବ୍ୟକ୍ତ କରିଛନ୍ତି।

ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟ ଶିକ୍ଷାକୁ ଅଧିକ ସୁଦୃଢ଼, ବହୁମୁଖୀ ଶିକ୍ଷା ଏବଂ ବହୁ-ଶୃଙ୍ଖଳିତ କରିବା ପାଇଁ ଅନେକ ପରୀକ୍ଷଣରେ ସଂପୃକ୍ତ ହେବା ନେଇ ଶ୍ରୀ ପ୍ରଧାନ ଖୁସିବ୍ୟକ୍ତ କରିଥିଲେ।

Categories
ଆଜିର ଖବର ଜାତୀୟ ଖବର

ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଂଟର କମ୍ପଲେକ୍ସ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ହାଇଦ୍ରାବାଦ/ଭୁବନେଶ୍ୱର: ଦୀର୍ଘ ୩୪ ବର୍ଷ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପ୍ରଣୀତ ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦(ଏନଇପି) ବିଶ୍ୱର ପରିବର୍ତିତ ଦୃଶ୍ୟପଟ୍ଟରେ ଭାରତକୁ ଶିଖରରେ ରଖିବା ପାଇଁ ଏକ ରୋଡ଼ମ୍ୟାପ୍ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଆଇଆଇଟି ହାଇଦ୍ରାବାଦ ଠାରେ ଟେକ୍ନୋଲୋଜି ଇନୋଭେସନ ପାର୍କ ଓ ରିସର୍ଚ୍ଚ ସେଂଟର କମ୍ପଲେକ୍ସ ଉଦ୍‌ଘାଟନ  ସହ ବିଭିଆର୍ ମୋହନ ରେଡ୍ଡୀ ନବସୃଜନ ଏବଂ ଉଦ୍ୟମିତା ସ୍କୁଲର ଶିଳାନ୍ୟାସ କରିବା ଅବସରରେ ଏହା କହିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଗ୍ରୀନକୋ ସ୍କୁଲ୍ ଅଫ୍ ସଷ୍ଟେନେବଲ ସାଇନ୍ସ ଏଣ୍ଡ୍ ଟେକ୍ନୋଲୋଜି ପ୍ରତିଷ୍ଠା ପାଇଁ ଆଇଆଇଟି ହାଇଦ୍ରାବାଦ୍ ଏବଂ ଗ୍ରୀନକୋ ଗ୍ରୁପ୍ ମଧ୍ୟରେ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଥିଲା।

ଆଇଆଇଟି ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଶିଳ୍ପ ବିପ୍ଳବ ୪.୦ ରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଯାଉଛି। ଏହି ସମୟରେ ଭାରତ କେବଳ ଏକ ଉପଭୋକ୍ତା ରାଷ୍ଟ୍ର ହୋଇ ରହିବ ନାହିଁ। ତେଣୁ ଆମକୁ ଆତ୍ମନିର୍ଭର ହେବା ସହ ବିଶ୍ୱ କଲ୍ୟାଣ ପାଇଁ କାମ କରିବାକୁ ନୂତନ ମଡ଼େଲ ଏବଂ ନବସୃଜନକୁ ଆପଣାଇବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତର ପରିକଳ୍ପନାକୁ ଆମକୁ ସାକାର କରିବାକୁ ହେବ। ଦକ୍ଷତା ବିକାଶ ଆଜୀବନ ପ୍ରକିୟା ହୋଇଥିବାରୁ ଜାତୀୟ ଶିକ୍ଷା ନୀତିରେ ଶିକ୍ଷା ବ୍ୟବସ୍ଥା ସହ ଦକ୍ଷତା ବିକାଶକୁ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି।

ଆଇଆଇଟି ହ୍ରାଇଦ୍ରାବାଦ୍ ଭାରତକୁ ବୈଶ୍ୱିକ ବ୍ରାଣ୍ଡ୍ ଭାବରେ ସ୍ଥାପିତ କରିବା ସହ ଅମୃତ କାଳ ସମୟରେ ଏକ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପଥ ପରିଷ୍କାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ଅନୁଷ୍ଠାନ ସାମାଜର ଆବଶ୍ୟକତାକୁ ପୂରଣ କରିବା ସହ ବିଶ୍ୱର ସମସ୍ୟାକୁ ସମାଧାନ କରିବା ଦିଗରେ ନିଜର ଭୂମିକାକୁ ପ୍ରତିପାଦିତ କରିବା ଦରକାର। ଆଇଆଇଟି ହାଇଦ୍ରାବାଦ୍ ଶିକ୍ଷା ପ୍ରଦାନ କରିବା ସହ ଦକ୍ଷତା ବିକାଶ ଓ ଉଦ୍ୟମୀ ପ୍ରସ୍ତୁତ କରିବା ଦିଗରେ କାର୍ଯ୍ୟ କରିବାକୁ କେନ୍ଦ୍ରମନ୍ତ୍ରୀ ଆହ୍ୱାନ କରିଛନ୍ତି।

ଶିଳ୍ପ ବିପ୍ଳବ ୪.୦ ଓ ଏକବିଂଶ ଶତାବ୍ଦୀରେ ପରିବର୍ତିତ ରୋଜଗାର ସୁଯୋଗକୁ ଗୁରୁତ୍ୱ ଦେଇ ଆଇଆଇଟି ହାଇଦ୍ରାବାଦରେ ଏକ ବିଶ୍ୱମାନର ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରୋତ୍ସାହନ କରିଛନ୍ତି। ଏହାସହ ଟେକ୍ନୋଲୋଜିର ବହୁଳ ବ୍ୟବହାର ଦ୍ୱାରା ଭାରତୀୟ ଭାଷା ବିବିଧତାର ପ୍ରଚାରପ୍ରସାର କରିବା ପାଇଁ ସେ କହିଛନ୍ତି।