Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ରଣପୁର: ଜାତୀୟ ଶିକ୍ଷା ନୀତି -୨୦୨୦ ର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ
ଆଞ୍ଚଳିକ

ରଣପୁର: ଜାତୀୟ ଶିକ୍ଷା ନୀତି -୨୦୨୦ ର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ

July 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରଣପୁର: ଜାତୀୟ ଶିକ୍ଷା ନୀତି -୨୦୨୦ ର ଚତୁର୍ଥ ବାର୍ଷିକ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ଶିଷାନୁଷ୍ଠାନରେ ଶିଷା ସପ୍ତାହ କାର୍ଯ୍ୟକ୍ରମ ସୋମବାର ଠାରୁ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ ପ୍ରତ୍ୟେକ ଦିନକୁ ସ୍ଵତନ୍ତ୍ର ଭାବରେ ପାଳନ କରାଯିବ। ଏହି କ୍ରମରେ ପ୍ରଥମ ଦିନକୁ ଶିକ୍ଷଣ ସାମଗ୍ରୀ (ଟିଏଲଏମ୍) ଦିବସ ପାଳନ କରାଯାଇଛି।

ସ୍ଥାନୀୟ ପ୍ରସଙ୍ଗ ଓ ଏହାକୁ ଶ୍ରେଣୀ ଗୃହରେ କିପରି ବ୍ୟବହାର କରାଯାଇପାରିବ ସେ ନେଇ ଶିକ୍ଷକଙ୍କୁ ପ୍ରଶିକ୍ଷିତ କରାଯାଇଛି। ଶିକ୍ଷଣ ସାମଗ୍ରୀ ଦିବସ ପାଳନ କରିବାରେ ଉଦ୍ଦେଶ୍ୟ ହେଲା ବିଦ୍ୟାଥ୍ରୀଙ୍କ ଶିକ୍ଷଣ ପ୍ରକ୍ରିୟାକୁ ଆହୁରି ସହଜ କରିବା।

ଏହି ପ୍ରକ୍ରିୟାରେ ଉଭୟ ଶିକ୍ଷକ ଓ ଅଭିଭାବକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଶିକ୍ଷଣ ସାମଗ୍ରୀ ଦିବସ ଅବସରରେ ଛାତ୍ରଛାତ୍ରୀ, ଶିକ୍ଷକମାନେ ପୋଷ୍ଟର ପ୍ରସ୍ତୁତି, ପାଜ, ଥ୍ରୀ-ଡି ମଡେଲ, ୱାଲ ଚାଟ, ରିଡ଼ିଂ କ୍ଲବ୍ , କାଗଜରେ କଣ୍ଢେଇ ପ୍ରସ୍ତୁତ କରିବା, ଲୁଡୋ ଖେଳ ପ୍ରସ୍ତୁତି ଆଦି ବିଷୟବସ୍ତୁକୁ ନେଇ ନିଜ ପ୍ରତିଭା ଦେଖାଇବା ସହ ପିଲାମାନେ ଲେଖିଥିବା କବିତା ଓ କାହାଣୀକୁ ପ୍ରଦଶନ କରିଥିଲେ। ଏହି ଦିବସ ଛାତ୍ରଛାତ୍ରୀ, ଶିକ୍ଷକଶିକଷୟିତ୍ରୀ, ଅଭିଭାବକ ଓ ଗୋଷ୍ଠୀ ପାଇଁ ଏକ ସମ୍ବିଳିତ କାର୍ଯ୍ୟକ୍ରମ।

ଦ୍ଵିତୀୟ ଦିବସ ମଙ୍ଗଳବାର ଦିନ ମୌଳିକ ସାକ୍ଷରତା ଭାଷା ଓ ସଂଖ୍ୟାଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଯେପରିକି ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି, ଗଳ୍ପ କଥନ, କବିତା ଆବୃତ୍ତି , ଗଣିତ ଧନ୍ଦା, କୁହୁକ ଧନ୍ଦା ଆଦି କାର୍ଯ୍ୟକ୍ରମ କରାଯାଇଥିଲା। ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ନରସିଂହପୁର କ୍ଲଷ୍ଟରର ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟ, ନିହାଲପ୍ରସାଦ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟ, ହଂସରା ପ୍ରାଥମିକ ବିଦ୍ୟାଳୟ, ହଂସରା ଉଚ୍ଚ ପ୍ରାଥମିକ, ବ୍ରଜବଲ୍ଲଭପୁର ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ବିଦ୍ୟାଳୟ, ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନରସିଂହପୁର ଉଚ୍ଚ ବିଦ୍ୟାଳୟ ସମେତ ଦୁଇଟି କଲେଜରେ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲିଅଛି।

ବଜ୍ରକୋଟ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକଙ୍କ ତତ୍ୱାବଧାନରେ ସହକାରୀ ଶିକ୍ଷୟତ୍ରୀ ପଦ୍ମାବତୀ ବେହେରା ଓ ସହକାରୀ ଶିକ୍ଷକ ଦିଲ୍ଲୀପ କୁମାର ସାହୁଙ୍କ ସହଯୋଗରେ ଏହି ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଚାଲୁଅଛି। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହ ପରିଚାଳନା କମିଟିର ସଦସ୍ୟସଦସ୍ୟାମାନେ ସହଯୋଗ କରୁଛନ୍ତି।

ସେହିପରି ମନ୍ଦାକିନୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ବେହରାଙ୍କ ତତ୍ୱାବଧାନରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ପାଳିତ ହେଉ ଅଛି। ବ୍ଲକ ଶିକ୍ଷା ବନଲତା ବେହେରା ବିଦ୍ୟାଳୟ ବୁଲି ପର୍ଯ୍ୟବେକ୍ଷଣ କରୁଛନ୍ତି।

ସେହିପରି ରଣପୁର ବ୍ଲକର ଅନ୍ୟ ୧୭ ଟି କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ଚାଲୁଅଛି।

ଜାତୀୟ ଶିକ୍ଷା ନୀତି-୨୦୨୦ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ଇଣ୍ଡୋର ସ୍ପୋର୍ଟ୍ସ ଉଦଯାପିତ

September 9, 2026

ବାଣପୁରରେ ସାକ୍ଷରତା ଦିବସ ଉପଲକ୍ଷେ ୩୫ ଜଣ ସମ୍ମାନିତ

September 9, 2026

ବାଣପୁର: ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

September 9, 2026

ସେଣ୍ଟ ଜାଭିୟର ହାଇସ୍କୁଲ ଦ୍ଵାରା ବାଣପୁର ଅଞ୍ଚଳର କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

September 7, 2026
Latest News

କୁଲଦୀପ ଯାଦବଙ୍କ ଶ୍ରେଷ୍ଠ ପ୍ରଦର୍ଶନ: ଗୋଟିଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇ ରଚିଲେ ଇତିହାସ

September 11, 2026

ଭୁଶୁଡ଼ିଲା କଂକ୍ରିଟ୍ ସ୍ଲାବ୍: ୩ ଶ୍ରମିକଙ୍କ ମୃତ୍ୟୁ

September 11, 2026

ଭୁବନେଶ୍ୱର ଓ ବାରିପଦାରେ ଭିଜିଲାନ୍ସ ଚଢ଼ଉ: ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ, ୨ ଅଡିଟର ଅଟକ

September 11, 2026

ଘରକୁ ମହକାଉଛି, ହେଲେ ଶରୀର ପାଇଁ ବିପଦ ଡାକୁନି ତ ରୁମ୍ ଫ୍ରେଶନର?

September 11, 2026

ଭାରତର GDP ଅଭିବୃଦ୍ଧିରେ IMF ଆଶ୍ଚର୍ଯ୍ୟ: ଜାଣନ୍ତୁ କ’ଣ କହିଲେ ମୁଖପାତ୍ର?

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.