ନୂଆଦିଲ୍ଲୀ: ଶରଦ ପାୱାର ତାଙ୍କ ପୁତୁରା ଅଜିତ ପାୱାରଙ୍କ ମୃତ୍ୟୁ ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସେ ଏକ କଡା ବୟାନ ଦେଇ କହିଛନ୍ତି ଯେ, ଏହା ଏକ ସମ୍ପୂର୍ଣ୍ଣ ଦୁର୍ଘଟଣା ଥିଲା ଏବଂ ଏଥିରେ କୌଣସି ଷଡ଼ଯନ୍ତ୍ର ଜଡିତ ନଥିଲା। ଶରଦ ପାୱାର ଏହି ଦୁଃଖଦ ଘଟଣାର ରାଜନୀତି ନକରିବା ପାଇଁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଅଜିତଙ୍କ ମୃତ୍ୟୁ ମହାରାଷ୍ଟ୍ରର ଏକ ବଡ଼ କ୍ଷତି କରିଛି, ଯାହାର କ୍ଷତିପୂରଣ ହୋଇପାରିବ ନାହିଁ।
ଶରଦ ପାୱାର କହିଛନ୍ତି ଯେ, ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ। ଜଣେ ପରିଶ୍ରମୀ ବ୍ୟକ୍ତିଙ୍କ ମୃତ୍ୟୁ ଯୋଗୁଁ ମହାରାଷ୍ଟ୍ର କ୍ଷତି ପାଇଛି। କ୍ଷତି କେବେ ପୂରଣ ହେବ ନାହିଁ। ସେ କହିଛନ୍ତି ଯେ, “ଆଜି ସବୁକିଛି ଆମ ନିୟନ୍ତ୍ରଣରେ ନାହିଁ। ମୁଁ ଆଜି ବିନାୟକରାଓଙ୍କୁ ଭେଟିଛି। କିଛି ଦୁଷ୍ଟ ଶକ୍ତି ଜାଣିଶୁଣି ସମାଜରେ ଏହି ପ୍ରକାରର ପ୍ରଚାର ପ୍ରସାର କରୁଛନ୍ତି। ଏଥିରେ କୌଣସି ରାଜନୀତି ନାହିଁ। ଏହା କେବଳ ଏକ ଦୁର୍ଘଟଣା। ମହାରାଷ୍ଟ୍ର ଏବଂ ଆମେ ସମସ୍ତେ ଏଥିରେ ଗଭୀର ଦୁଃଖିତ। ଦୟାକରି ଏଥିରେ ରାଜନୀତି ଆଣନ୍ତୁ ନାହିଁ, ଏହା ମୋର ଅନୁରୋଧ।” ଉଲ୍ଲେଖନୀୟ ଯେ, ଅନେକ ବିରୋଧୀ ନେତା ବିମାନ ଦୁର୍ଘଟଣାର ତଦନ୍ତ ଦାବି କରିଛନ୍ତି।


