Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
ଆଜିର ଖବର

ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

January 29, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁ ମହାବିଦ୍ୟାଳୟ
ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ, ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ବାଲୁଗାଁ: ଆଜି ଚ଼ିଲିକା ନିର୍ବାଚ଼ନ ମଣ୍ଡଳୀ‌‌ ସ୍ଥିତ ବାଲୁଗାଁ ମହାବିଦ୍ୟାଳୟର ୪୫ତମ ବାର୍ଷିକ ଉତ୍ସବ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ସେ କିହଥିଲେ ଯେ, ବାଲୁଗାଁ ମହାବିଦ୍ୟାଳୟ ଆମ୍ଭ ଅଞ୍ଚଳକୁ ନିରବଚ୍ଛିନ୍ନ ଭାବେ ଶିକ୍ଷାଲୋକ ବିତରଣ କରି ସମୁଜ୍ଜ୍ଵଳ ପ୍ରତିଭାସମ୍ପନ୍ନ ସୁନାଗରିକ ମାନଙ୍କୁ ସମର୍ପଣ କରି ନିଜକୁ ମହିମାମଣ୍ଡିତ କରିପାରିଛି।

ସେ ଆହୁରି କହିଥିଲେ ଯେ, ଆଜିର ବିଦ୍ୟାର୍ଥୀ ସମାଜ ମୋବାଇଲ ଓ ସୋସିଆଲ ମିଡିଆର ଦାୟିତ୍ୱପୂର୍ଣ୍ଣ ବ୍ୟବହାର କରିବା ସହ ନିଜର ମାଟି, ଭାଷା ଓ ସଂସ୍କୃତିକୁ ସର୍ବଦା ସମ୍ମାନ ଦେବା ଆବଶ୍ୟକ। ଶିକ୍ଷା, ସଂସ୍କାର ଓ ସମର୍ପଣ ମାଧ୍ୟମରେ ହିଁ ଆମେ ଏକ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିପାରିବା। ଏହି ଅବସରରେ ମୁଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରୁଛି।

ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ତଥା ସ୍ତମ୍ଭକାର ପ୍ରଫେସର ଡ଼ଃ ନିରଞ୍ଜନ ପାଢ଼ୀ, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ଅଶ୍ରୁମୋଚନ ମହାନ୍ତି,ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ ଲକ୍ଷ୍ମୀଧର ସୁବୁଦ୍ଧି, ଯୁକ୍ତ ଦୁଇ ଅଧ୍ୟକ୍ଷ ଶ୍ରୀ ସୁବାସ ଚନ୍ଦ୍ର ଶ୍ରୀଚ଼ନ୍ଦନ, ପ୍ରଶାସନିକ ଅଧିକାରୀ ଡ଼ଃ କୈଳାସ ଚନ୍ଦ୍ର ମହାରଣାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ବାଲୁଗାଁ ମହାବିଦ୍ୟାଳୟ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ
Share. Facebook Twitter LinkedIn Email WhatsApp Copy Link

Related Posts

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.