Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା “ପରୀ”, ସ୍ଵାତିରେ ପ୍ରିମିୟର ଶୋ
ଆଜିର ଖବର

ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା “ପରୀ”, ସ୍ଵାତିରେ ପ୍ରିମିୟର ଶୋ

January 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା "ପରୀ", ସ୍ଵାତିରେ ପ୍ରିମିୟର ଶୋ
ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା "ପରୀ", ସ୍ଵାତିରେ ପ୍ରିମିୟର ଶୋ

ଭୁବନେଶ୍ଵର: ଅନେକ ବାଦ ବିବାଦର ଅନ୍ତ ଘଟାଇ ନୂଆ ଓଡିଆ ଚଳଚ୍ଚିତ୍ର “ପରୀ” ଆଜି ବଡ଼ ପରଦାରେ ମୁକ୍ତିଲାଭ କରିବ। ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସରେ ପରୀର ପ୍ରିମିୟର ଶୋ ହେବ ଏବଂ ସାରା ଓଡ଼ିଶାରେ ୨୦ଟି ପ୍ରେକ୍ଷାଳୟରେ ଦର୍ଶକ ଦେଖିବାକୁ ପାଇବେ। ଏହାର ପ୍ରଯୋଜନା ସଞ୍ଜୟ ମହାନ୍ତି, ନିର୍ଦ୍ଦେଶନା ତ୍ରିପତି ସାହୁ, ସଂଳାପକାର ଡଃ ରଜନୀ ରଞ୍ଜନ, ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ ଥିବା ବେଳେ କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ପଶ୍ଚିମ ଓଡିଶାକୁ ଦୁଲୁକଉଥିବା କଣ୍ଠଶିଳ୍ପୀ ରୁକୁ ସୁନା, ଡାକ୍ତର ରୋହନ ବିଶ୍ୱାଳ କଣ୍ଠଦାନ କରିଛନ୍ତି।

ଗୀତ ରଚନା କରିଛନ୍ତି ପ୍ରମୋଦ ପରିଡା। କୋରିଓଗ୍ରାଫର ଅମିତ ନାୟକ ଏବଂ ଏସ୍ କେ ମୁରଲୀଧରନ୍ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ମୁଖ୍ୟ ଚରିତ୍ରରେ ନାୟକ ଜ୍ୟୋତି ରଞ୍ଜନ ନାୟକ, ନାୟିକା ଅନୁରାଧା ପାଣିଗ୍ରାହୀ ଅଛନ୍ତି।

ସମାଜରେ କ୍ରମାଗତ ଭାବରେ କୋମଳମତି ଶିଶୁମାନଙ୍କ ଉପରେ ଯୌନ ନିର୍ଯ୍ୟାତନା ବଢ଼ିବାରେ ଲାଗିଛି। “ପରୀ” ଏକ ନିରୀହ, କୋମଳ ଫୁଲ କଢି। ତାକୁ ନେଇ ଅନେକ ସ୍ୱପ୍ନ ଥାଏ ବାପାମାଆଙ୍କର। ମାତ୍ର ଅକାଳରେ ସେ ଝରି ପଡେ କିଛି ଯୌନ ରାକ୍ଷସଙ୍କ ଅତ୍ୟାଚାରରେ। ପଇସା, ପ୍ରତିଷ୍ଠା, ରାଜନୀତି ଆଗରେ କ୍ଷୀଣ ପଡିଯାଏ ବିଚରା ବାପାମାଆଙ୍କର। ହେଲେ ପରିଶେଷରେ କ’ଣ ପରୀକୁ ନ୍ୟାୟ ମିଳିଛି? ଏଭଳି ଏକ ସ୍ପର୍ଶକତାର କାହାଣୀ ଉପରେ ପରୀ ର କାହାଣୀ ଗତିଶୀଳ।

କାହାଣୀ ରଚନା ସହିତ ପ୍ରଯୋଜନା କରିଛନ୍ତି ସଞ୍ଜୟ ମହାନ୍ତି। ସହ ନିର୍ମାତା ରହିଛନ୍ତି ଚନ୍ଦନ ସ୍ୱାଇଁ ଏବଂ ଅନିଲ ବଳିୟାରସିଂହ।

ଧ୍ରୁବାନନ୍ଦ ପଣ୍ଡା (ଲିଟୁ) ଡିଓପି ରହିଥିବା ବେଳେ ଚନ୍ଦ୍ରଶେଖର ମିଶ୍ର ପରୀ ର ସମ୍ପାଦନା କରିଛନ୍ତି। ପ୍ରଚାର ଓ ପ୍ରସାର ଦାୟିତ୍ୱରେ ମିଡ଼ିଆ ପ୍ଲାନର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ରହିଛନ୍ତି। ଶ୍ରୀତମ ଦାସ, ନୀଳମଣି ସାହୁ, ପ୍ରଦ୍ୟୁମ୍ନ ଲେଙ୍କା, ସୌମ୍ୟ ଅଧିକାରୀ, ଗୁଡ୍ଡୁ, ଜଗନ୍ନାଥ ସାହୁ, ନରେଶ ରାଉତରାୟ, ନିରଞ୍ଜନ ଆଚାର୍ଯ୍ୟ, ବିଶାଲ, ପପି ସାନ୍ତୁକା, ଶିଶୁ କଳାକାର ଦିବ୍ୟାଂଶୀ ଓ ସ୍ନେହାଙ୍କ ଭଳି ଅନେକ କଳାକାର ଅଭିନୟ କରିଛନ୍ତି।

ତେବେ ପରୀ ଦେଖିବା ପାଇଁ ଦର୍ଶକଙ୍କ ମନରେ ଯେଉଁ ଆଗ୍ରହ ଥିଲା ତାହା ଆଜି ମୁକ୍ତିଲାଭ କରୁଥିବାରୁ ନିଶ୍ଚୟ ଦର୍ଶକାଦୃତ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ପ୍ରକଟ କରିଛି।

ଓଡିଆ ସିନେମା ପରୀ ପ୍ରିମିୟର ଶୋ ସ୍ଵାତି
Share. Facebook Twitter LinkedIn Email WhatsApp Copy Link

Related Posts

 ଓଡିଶା ଗସ୍ତରେ ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ସମ୍ପର୍କିତ ନୀତି ସମ୍ପର୍କରେ ହେଲା ଆଲୋଚନା

January 30, 2026

“ଅନିଶ୍ଚିତତା ମଧ୍ୟରେ ଉଦ୍ୟୋଗୀ ନୀତି ନିର୍ଦ୍ଧାରଣ” ଦିଗରେ ଗଭୀର ପରିବର୍ତ୍ତନ ଆବଶ୍ୟକ: ଆର୍ଥିକ ସର୍ବେକ୍ଷଣ

January 30, 2026

କେନ୍ଦ୍ର କୃଷି ମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ

January 30, 2026

ଆଜି ଜାନୁୟାରୀ ୩୦ ତାରିଖ ଶୁକ୍ରବାର, ଏହି ରାଶିର ଲୋକେ ପାଇବେ ଖୁସି ଖବର

January 30, 2026
Latest News

ଆଜି ମୁକ୍ତିଲାଭ କରିବ ଓଡ଼ିଆ ସିନେମା “ପରୀ”, ସ୍ଵାତିରେ ପ୍ରିମିୟର ଶୋ

January 30, 2026

ଅସୀମ ମୁନିରଙ୍କ ପାଇଁ ଜାତିସଂଘରେ ପାକିସ୍ତାନକୁ ନିନ୍ଦା କଲା ଭାରତ: ଜାଣନ୍ତୁ କାରଣ

January 30, 2026

ଦୃଢ଼ ଭବିଷ୍ୟତର ଭିତ୍ତି ହେଉଛି ସୁସ୍ଥ ଜନସଂଖ୍ୟା: ଅର୍ଥନୈତିକ ସର୍ଭେ

January 30, 2026

 ଓଡିଶା ଗସ୍ତରେ ବିଶ୍ୱ ବ୍ୟାଙ୍କ ଗ୍ରୁପ ଅଧ୍ୟକ୍ଷ: ମୁଖ୍ୟମନ୍ତ୍ରୀଙ୍କ ସହ ବିକାଶ ସମ୍ପର୍କିତ ନୀତି ସମ୍ପର୍କରେ ହେଲା ଆଲୋଚନା

January 30, 2026

“ଅନିଶ୍ଚିତତା ମଧ୍ୟରେ ଉଦ୍ୟୋଗୀ ନୀତି ନିର୍ଦ୍ଧାରଣ” ଦିଗରେ ଗଭୀର ପରିବର୍ତ୍ତନ ଆବଶ୍ୟକ: ଆର୍ଥିକ ସର୍ବେକ୍ଷଣ

January 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.