Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗିତା ବୃଦ୍ଧି ଉଦ୍ଦେଶ୍ୟରେ କର୍ମଶାଳା
ଆଜିର ଖବର

ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗିତା ବୃଦ୍ଧି ଉଦ୍ଦେଶ୍ୟରେ କର୍ମଶାଳା

January 30, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Two-Day Workshop on Leveraging Blue and Green Economy for a Resilient Future
Two-Day Workshop on Leveraging Blue and Green Economy for a Resilient Future

ଭୁବନେଶ୍ଵର: ରାଜ୍ୟର ବିକାଶର ଧାରାକୁ ଏକ ସ୍ଥାୟୀ, ସୁଦୃଢ଼ ଓ ନିରନ୍ତରତା ଭିତ୍ତିରେ ଆଗକୁ ନେବା ଉଦ୍ଦେଶ୍ୟରେ ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ରହିଥିବା ସୁଯୋଗର ଉପଯୋଗିତା ବୃଦ୍ଧି ଉଦ୍ଦେଶ୍ୟରେ ଏକ ଦୁଇ ଦିନିଆ କର୍ମଶାଳା ଗୁରୁବାରଠାରୁ ଆରମ୍ଭ ହୋଇଛି। ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ସମନ୍ୱିତ ବିକାଶ ଲକ୍ଷ୍ୟ ସେଲ୍ (ଏସ୍ଡିଜି ସେଲ) ଆନୁକୂଲ୍ୟରେ ସ୍ଥାନୀୟ ‘କ୍ରାଉନ୍’ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କର୍ମଶାଳାକୁ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ ଯୋଗ ଦେଇ ଉଦ୍ଘାଟନ କରିଛନ୍ତି।

ଏହି ଅବସରରେ ଉନ୍ନୟନ କମିଶନର ସିଂ ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଅଂଶୀଦାରମାନଙ୍କୁ ଏ ଦିଗରେ ସମ୍ଭାବନାପ୍ରତି ଭଲଭାବେ ବୁଝିବା, ଏହାର ସୁଯୋଗ କିଭଳି ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବ, ସେ ସଂପର୍କରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପରିବେଶ ସୁରକ୍ଷାକୁ ଧ୍ୟାନ ଦେଇ ବିକାଶକୁ ସାଥିରେ ନେଇ ସମୃଦ୍ଧିର ପଥରେ ଅଗ୍ରସର ହେବା ପାଇଁ ଏହି କର୍ମଶାଳା ସମସ୍ତଙ୍କ ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ବିକଶିତ ଓଡ଼ିଶା ୨୦୩୬, ରାଜ୍ୟର ଦୀର୍ଘକାଳୀନ ବିକାଶ ଦୃଷ୍ଟିକୋଣକୁ ଲକ୍ଷ୍ୟ ରଖି ଜଳବାୟୁ ସହନଶୀଳ ଏବଂ ସମାବେଶୀ ବିକାଶ ସଂପର୍କରେ ଏହି କର୍ମଶାଳାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯାଇଛି।

କର୍ମଶାଳାରେ ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଟି. ଆଓ ସ୍ୱାଗତ ଭାଷଣ ପ୍ରଦାନ କରି କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଓଡ଼ିଶାର ଜଙ୍ଗଲ, ପ୍ରାକୃତିକ ସଂପଦ, ନଦୀ, ସୁଦୀର୍ଘ ସାମୁଦ୍ରିକ ଉପକୂଳ ଆଦି ରହିଛି। ମତ୍ସ୍ୟ ଚାଷ, ଜଳ ଚାଷ, ସାମୁଦ୍ରିକ ବାଣିଜ୍ୟ, ସମୁଦ୍ରିଭିତ୍ତିକ ନବୀକରଣ ଯୋଗ୍ୟ ଶକ୍ତି, ଜୈବ ପ୍ରଯୁକ୍ତି, ପରିବେଶ ଓ ହେନ୍ତାଳ ବଣର ସୁରକ୍ଷାକୁ ଦୃଷ୍ଟିରେ ରଖି ନୀଳ ଓ ସବୁଜ ଅର୍ଥନୀତିର ଉପଯୋଗିତା ପାଇଁ ବ୍ୟାପକ ସୁଯୋଗ ରହିଛି। ଆୟୋଜିତ ଏହି କର୍ମଶାଳାରେ ନୀତି ନିର୍ଦ୍ଧାରଣ, ଗବେଷଣା ଓ ବୈଶ୍ୱିକ ଅଭିଜ୍ଞତା ଏବଂ ଗୋଷ୍ଠୀଗତ ଶ୍ରେଷ୍ଠ ଅଭ୍ୟାସ ଆଦି ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।

କର୍ମଶାଳାରେ ମିଳିତ ଜାତି ସଂଘ ବିକାଶ କାର୍ଯ୍ୟକ୍ରମ(ଭାରତ)ର ଶକ୍ତି ଓ ସହନଶୀଳତା ସ୍ତମ୍ଭ ପରିବେଶ ମୁଖ୍ୟ ଡଃ ଆଶିଷ ଚତୁର୍ବେଦୀ ଯୋଗଦେଇ ନୀଳ ଓ ସବୁଜ ଅର୍ଥନୀତି କ୍ଷେତ୍ରରେ ମିଳିତ ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ ସାଧନ ପ୍ରତି ରହିଥିବା ପ୍ରତିବଦ୍ଧତା ସଂପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଭାରତରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଗତ ଜି-୨୦ ନେତୃତ୍ୱ ସମ୍ମିଳନୀରେ ନିରନ୍ତର ବିକାଶ ପାଇଁ ନୀଳ ଅର୍ଥନୀତି ଏବଂ ସବୁଜ ଅର୍ଥନୀତି ସମ୍ବନ୍ଧରେ ଆଲୋଚନା କରାଯାଇ ପ୍ରତିବଦ୍ଧତା ପ୍ରକାଶ ପାଇଥିଲା। ଶ୍ରୀଯୁକ୍ତ ଚତୁର୍ବେଦୀ ଏହାକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶାର ଭୂମିକାକୁ ପ୍ରଶଂସା କରିଥିଲେ। ଏ କ୍ଷେତ୍ରରେ ଭାରତରେ ତଥା ଓଡ଼ିଶାରେ ସାମାଜିକ ଅର୍ନ୍ତଭୁକ୍ତିକରଣର ଗୁରୁତ୍ୱ, ଖାଦ୍ୟ ନିରାପତ୍ତା, ଦକ୍ଷତା ବୃଦ୍ଧି, ନିଯୁକ୍ତି ସୁଯୋଗ, ପୁଞ୍ଜି ନିବେଶର ଆବଶ୍ୟକତା ଆଦି ଉପରେ ସେ ଆଲୋକପାତ କରିଥିଲେ।

ଏହି ଅବସରରେ ଓଡ଼ିଶାରେ ନିରନ୍ତର ବିକାଶ ଲକ୍ଷ୍ୟ କାର୍ଯ୍ୟକ୍ରମ ଓ ଆହ୍ୱାନ ସଂପର୍କିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହେବା ସହ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସଫଳତାର କାହାଣୀର ଦ୍ୱିତୀୟ ଭାଗ ଉନ୍ମୋଚିତ ହୋଇଥିଲା ।

ଦୁଇ ଦିନ ଧରି ଏହି କର୍ମଶାଳାରେ ୬ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ନୀଳ ଓ ସବୁଜ ଅର୍ଥନୀତିର ବିଶେଷଜ୍ଞମାନେ ଯୋଗଦେଇ ବିଷୟଭିତ୍ତିକ ବିଭିନ୍ନ ଆଲୋଚନା କରିବେ ଓ ପରାମର୍ଶ ଦେବେ ବୋଲି ଜଣାଯାଇଛି । ଆଜିର କର୍ମଶାଳାରେ ୩ଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ନୀତି ଆୟୋଗ, ସିଇଇଡବ୍ଲୁ, ନୂଆଦିଲ୍ଲୀ, ଟିଆଇଏସ୍ଏସ୍, ହାଇଦରାବାଦ, ପାରମ୍ପରିକ ଦେଶୀ ବିହନ ଶସ୍ୟ ସଂରକ୍ଷଣ ପାଇଁ ରାୟଗଡ଼ାରୁ ବିଶେଷଜ୍ଞ, ଭାରତୀୟ ଜଳ ପରିଚାଳନା ସଂସ୍ଥା, ଭୁବନେଶ୍ୱର, ସାମୁଦ୍ରିକ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ( ଏମପିଇଡିଏ),କୋଚି,କେରଳର ବିଶେଷଜ୍ଞମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

କର୍ମଶାଳାରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବରିଷ୍ଠ, ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲଙ୍କ ସମେତ ରାଜ୍ୟ ସରକାର ତଥା ଯୋଜନା ଓ ସଂଯୋଜନ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀ, ବିଭିନ୍ନ ସାମାଜିକ ସଂଗଠନ, ନାଗରିକ ସମାଜ, ବୁଦ୍ଧିଜୀବୀ, ବେସରକାରୀ କ୍ଷେତ୍ରରୁ ପ୍ରତିନିଧି, ବିଭିନ୍ନ ଗୋଷ୍ଠୀ ନେତୃବୃନ୍ଦ ଯୋଗଦେଇ ସହନଶୀଳ ଏବଂ ନିରନ୍ତର ଅଭିବୃଦ୍ଧିଶୀଳ ଓଡ଼ିଶାର ଭବିଷ୍ୟତ ଗଠନ ଦିଗରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଯୋଜନା ଓ ସଂଯୋଜନ ବିଭାଗ, ଓଡ଼ିଶା ମିଳିତ ଜାତିସଂଘ ବିକାଶ ଲକ୍ଷ୍ୟ (ଏସଡିଜି) ସେଲର ନିର୍ଦ୍ଦେଶିକା ଅଳକା ଜେନା କାର୍ଯ୍ୟକ୍ରମ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Blue Economy Green Economy Resilient Future Two-Day Workshop
Share. Facebook Twitter LinkedIn Email WhatsApp Copy Link

Related Posts

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ରକ୍ଷାବନ୍ଧନ ପୂର୍ବରୁ ୯୫୫ କିଲୋଗ୍ରାମ ଅପମିଶ୍ରଣ କ୍ରିମ୍ ଜବତ: କାରଖାନା ସିଲ୍

August 25, 2026

ଦୁଦୁରା ଫଳ ବିକ୍ରୟ ପାଇଁ କାର୍ଯ୍ୟାନୁଷ୍ଠାନ: ଆମାଜନ, ସ୍ୱିଗି ଏବଂ ବିଗବାସ୍କେଟର ଖାଦ୍ୟ ଲାଇସେନ୍ସ ରଦ୍ଦ

August 25, 2026
Latest News

“ମୁଁ ଆଉ ଅଧିକ କାମ କରିପାରିବି ନାହିଁ…”: ନୀତିନ ଗଡକରୀଙ୍କ ବଡ଼ ବୟାନ

August 25, 2026

ଜେଲ ଯିବେ ତରୁଣ ତେଜପାଲ: ଝଟକା ଦେଲେ ସୁପ୍ରିମକୋର୍ଟ

August 25, 2026

ସଙ୍କଟ ସମୟରେ ଭାରତକୁ ସବୁକିଛି ଯୋଗାଇବ ରୁଷ: ପୁଟିନ ଦେଲେ ବଡ଼ ପ୍ରତିଶ୍ରୁତି

August 25, 2026

ମନୁସ୍ମୃତି ଉପରେ ବୟାନ ପାଇଁ ଶଙ୍କରାଚାର୍ଯ୍ୟ କ୍ଷୁବ୍ଧ: ରାହୁଲ ଗାନ୍ଧୀଙ୍କୁ ଦେଲେ ଚେତାବନୀ

August 25, 2026

ଟିଏମସି ବିଦ୍ରୋହୀଙ୍କୁ ଝଟକା!: ଅଭିଷେକ ବାନାର୍ଜୀଙ୍କ ଆବେଦନ ଉପରେ ନୋଟିସ ଜାରି କଲେ ସୁପ୍ରିମକୋର୍ଟ

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.