ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଡିଭିଜନ ଅନ୍ତର୍ଗତ ଯାଜପୁର କେନ୍ଦୁଝର ରୋଡ୍ ଏବଂ ଜଖପୁରା ମଧ୍ୟରେ ତୃତୀୟ ଲାଇନର କାର୍ଯ୍ୟକ୍ଷମତା ସହିତ ଜଖପୁରା ଷ୍ଟେସନରେ ନନ୍-ଇଣ୍ଟରଲକିଂ (NI) କାର୍ଯ୍ୟକଳାପ ସହିତ ଜଡ଼ିତ ଜରୁରୀ ସୁରକ୍ଷା-ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟର ନିରାପଦ ଏବଂ ସୁଗମ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ, ନିମ୍ନଲିଖିତ ଟ୍ରେନ୍ ଗୁଡ଼ିକ ବାତିଲ ଓ ଗନ୍ତବ୍ୟସ୍ଥଳ ଆଗରୁ ସଂକ୍ଷିପ୍ତ ଉତ୍ପତ୍ତି/ ଅବଧି କରାଯିବ।
ଟ୍ରେନ୍ ବାତିଲ:
* ୬୮୪୨୪/୬୮୪୨୩ କଟକ-ଭଦ୍ରକ-କଟକ ମେମୁ ୨ ରୁ ୧୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
* ୬୮୪୩୮/୬୮୪୩୭ କଟକ-ଭଦ୍ରକ-କଟକ ମେମୁ ୨ ରୁ ୧୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
* ୬୮୪୪୨ ପୁରୀ-ଜଳେଶ୍ୱର ମେମୁ ୧ ରୁ ୧୨ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
* ୬୮୪୪୧ ଜଳେଶ୍ୱର -ପୁରୀ ମେମୁ ୨ ରୁ ୧୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
* ୬୮୪୨୬ ଖୋର୍ଦ୍ଧା ରୋଡ୍ – କେନ୍ଦୁଝରଗଡ଼ ମେମୁ ୧ ରୁ ୧୨ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
* ୬୮୪୨୫ କେନ୍ଦୁଝରଗଡ଼-ଖୋର୍ଦ୍ଧା ରୋଡ୍ ମେମୁ ୨ ରୁ ୧୩ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ବାତିଲ ରହିବ।
ଟ୍ରେନ୍ ଗୁଡ଼ିକର ଗନ୍ତବ୍ୟସ୍ଥଳ ଆଗରୁ ସଂକ୍ଷିପ୍ତ ଉତ୍ପତ୍ତି/ ଅବଧି:
ନିମ୍ନଲିଖିତ ଟ୍ରେନଗୁଡ଼ିକ ନିମ୍ନଲିଖିତ ତାରିଖରେ ସୂଚାଯାଇଥିବା ଷ୍ଟେସନରେ ସଂକ୍ଷିପ୍ତ-ଉତ୍ପତ୍ତି/ ସଂକ୍ଷିପ୍ତ-ଅବଧି କରିବ:
* ୧୮୦୨୧ ଖଡ଼ଗପୁର-ଖୋର୍ଦ୍ଧା ରୋଡ୍ ଏକ୍ସପ୍ରେସ୍ ୨ ରୁ ୧୨ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ପରିବର୍ତ୍ତେ ଯାଜପୁର କେଉଁଝର ରୋଡ୍ରେ ସଂକ୍ଷିପ୍ତ ଅବଧି କରିବ।
* ୧୮୦୨୨ ଖୋର୍ଦ୍ଧା ରୋଡ୍-ଖଡ଼ଗପୁର ଏକ୍ସପ୍ରେସ୍ ୨ ରୁ ୧୨ ଫେବୃଆରୀ ୨୦୨୬ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡ୍ ପରିବର୍ତ୍ତେ ଯାଜପୁର କେଉଁଝର ରୋଡ୍ରୁ ଯାତ୍ରା ଆରମ୍ଭ କରିବ।
ପୂର୍ବତଟ ରେଳପଥ ଯାତ୍ରୀମାନଙ୍କୁ ଏହି ଅନୁଯାୟୀ ଯାତ୍ରା ଯୋଜନା କରିବାକୁ ଅନୁରୋଧ କରୁଛି ଏବଂ ରେଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ଭବିଷ୍ୟତର କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଏହି ଜରୁରୀ ସୁରକ୍ଷା କାର୍ଯ୍ୟଗୁଡ଼ିକର ସଫଳତା ପାଇଁ ସହଯୋଗ କାମନା କରୁଛି।


