Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀ ଙ୍କ ୭୮ ତମ ସହିଦ୍ ଦିବସ ପାଳିତ
ଆଜିର ଖବର

ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀ ଙ୍କ ୭୮ ତମ ସହିଦ୍ ଦିବସ ପାଳିତ

January 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀ ଙ୍କ ୭୮ ତମ ସହିଦ୍ ଦିବସ ପାଳିତ
ସିପିଆଇ (ଏମ୍) ତରଫରୁ ଗାନ୍ଧିଜୀ ଙ୍କ ୭୮ ତମ ସହିଦ୍ ଦିବସ ପାଳିତ

ରଣପୁର: ଆଜି ଜାନୁୟାରୀ ୩୦ ତାରିଖ ଗାନ୍ଧିଜୀଙ୍କ ୭୮ତମ ସହିଦ୍ ଦିବସ ସିପିଆଇ (ଏମ୍) ତରଫରୁ ରଣପୁର ସ୍ଥିତ ସହିଦ୍ ରଘୁଦିବାକର ଭବନ ଠାରେ ପାଳିତ ହୋଇଯାଇଛି। ପ୍ରଥମେ ରଣପୁର କୋର୍ଟ ପରିସରରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ଆୟୋଜକମାନେ ମାଲ୍ୟାର୍ପଣ କରିବା ସହ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସାଥୀ ଦୁଃଶାସନ ଜେନାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଆଲୋଚନା ସଭାରେ ହରିଶ୍ଚନ୍ଦ୍ର ମିଶ୍ର, ନିତ୍ୟାନନ୍ଦ ପରିଡ଼ା ଓ ସୁରେଶ ସ୍ବାଇଁ ଗାନ୍ଧୀଜୀ ଙ୍କ ବଳିଦାନ ଉପରେ ଆଲୋଚନା କରିଥିଲେ।

ସ୍ଵାଧୀନତା ଆନ୍ଦୋଳନର ମହାନ ନାୟକ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି, ସ୍ଵଦେଶୀ ନୀତି, ସତ୍ୟାଗ୍ରହ ସହ ଭାତୃତ୍ବ ଓ ସାମ୍ପ୍ରଦାୟିକ ସଦ୍ଭାବ ନୀତିରେ ସମସ୍ତଙ୍କୁ ଆପଣାର କରିପାରୁଥିଲେ। ଆମ ଦେଶରେ ବିଭିନ୍ନତା ମଧ୍ୟରେ ଏକତାକୁ ରକ୍ଷା କରିବା ପାଇଁ ସେ ଶତ ଚେଷ୍ଟା କରୁଥିଲେ। ବିଭିନ୍ନ ଜାତି ଓ ସମ୍ପ୍ରଦାୟ ମଧ୍ୟରେ ଏକତା ଓ ଧର୍ମ ନିରପକ୍ଷତା ହିଁ ନୂଆ ଭାରତ ଗଠନ ପରିକଳ୍ପନାକୁ ସାକାର କରିପାରିବ ବୋଲି ଗାନ୍ଧୀଜୀ ପ୍ରତିଟି ମୁହୂର୍ତ୍ତରେ ବିଚାର କରୁଥିଲେ। ଯାହାକି ହିନ୍ଦୁ, ମୁସଲିମ, ଶିଖ ଓ ଖ୍ରୀଷ୍ଟିଆନଙ୍କ ମଧ୍ୟରେ ଭାତୃତ୍ବ ପ୍ରେମ ଜାଗ୍ରତ କରି ଦେଶର ଏକତା ରକ୍ଷା ପାଇଁ ଅହରହ ସଂଗ୍ରାମ କରୁଥିଲେ। କିନ୍ତୁ ନାଥୁରାମ ଗଡସେ ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲା।

ବିଭିନ୍ନ ଦେଶରେ ଗାନ୍ଧିଆନ ଦର୍ଶନ ପ୍ରସାରିତ ହେବା ସହ ୧୪୨ ଦେଶରେ ତାଙ୍କ ନାମରେ ଆଜି ବିଭିନ୍ନ ମାର୍ଗ ଓ ସହରକୁ ନାମିତ କରାଯାଉଛି। ଠିକ୍ ସେତିକି ବେଳେ ହତ୍ୟାକାରୀଙ୍କ ଦାୟାଦ ଯଥା ସ୍ଵାଧୀନତା ଆନ୍ଦୋଳନ ବିପକ୍ଷରେ ଥିବା ସଂଘ ପରିବାରର ପରାମର୍ଶରେ ଚାଲୁଥିବା ବିଜେପି ସରକାର ଗାନ୍ଧୀ ବିଚାର ଓ ଦର୍ଶନକୁ ଖତମ କରିବା ପାଇଁ ସମ୍ବିଧାନ, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତା ଉପରେ ଆକ୍ରମଣ କରିବା ସହ ଗାନ୍ଧୀଜୀଙ୍କ ଉପରେ କୁତ୍ସା ରଟନା କହୁଛନ୍ତି।

ସାଂପ୍ରଦାୟିକ ହିଂସା ସମାଜରେ ବଢ଼ି ଚାଲିଛି। ଗାନ୍ଧୀଜୀଙ୍କ ନାମରେ ଥିବା ମହତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଭଳି ବିଭିନ୍ନ ଯୋଜନାକୁ ପରିବର୍ତ୍ତନ କରି ଗାନ୍ଧୀ ବିରୋଧୀ ପ୍ରଚାର ପାଇଁ ଲାଗି ପଡିଛନ୍ତି। ଏଭଳି ବିଚାରରୁ ସରକାର ନିୟନ୍ତ୍ରଣ ହେବାକୁ ଵକ୍ତା ମାନେ ଆଲୋଚନା କରିବା ସହ ଦେଶର ଏକତା ଓ ଭାତୃତ୍ବ ପାଇଁ ଆଜି ଦିନରେ କାର୍ଯ୍ୟ କଲେ ହିଁ ଗାନ୍ଧୀଙ୍କ ବଳିଦାନର ମୂଲ୍ୟ ରହିବ ବୋଲି କହିଥିଲେ।

ରଣପୁର ସହିଦ୍ ଦିବସ ସିପିଆଇ (ଏମ୍‌)
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026

ବିବାହ ପ୍ରତିଶ୍ରୁତି ଦେଇ ମହିଳାଙ୍କୁ ପ୍ରତାରଣା: ଅଭିଯୁକ୍ତ ଯୁବକଙ୍କୁ ଗିରଫ କଲା ପୋଲିସ

April 3, 2026
Latest News

ଆଜି ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ଲଢେଇ: ଜାଣନ୍ତୁ ପ୍ଲେଇଂ ଇଲେଭେନ୍, ପିଚ୍ ରିପୋର୍ଟ ଏବଂ ପାଣିପାଗ

April 3, 2026

ମଧୁମେହରେ ପଣସର ବ୍ୟବହାର କିପରି ଲାଭଦାୟକ? ଜାଣନ୍ତୁ…

April 3, 2026

‘ମୋର ନୀରବତାକୁ ପରାଜୟ ବୋଲି ଭାବନ୍ତୁ ନାହିଁ’: ଆଉ ଏକ ଭିଡିଓ ଜାରି କରି କହିଲେ ରାଘବ ଚଢା

April 3, 2026

ପଶ୍ଚିମବଙ୍ଗରେ ଟିଏମସିକୁ ଝଟକା!: ସଦ୍ୟତମ ନିର୍ବାଚନ ସର୍ଭେରେ ବିଜେପି ପାଇଁ ଭଲ ଖବର

April 3, 2026

ବ୍ରହ୍ମପୁର ପୌର ନିଗମର ଷ୍ଟାଣ୍ଡିଂ କମିଟି ବୈଠକ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.