Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ
ଆଜିର ଖବର

ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ

January 30, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ
ପିଆଇବି ଓ ସିବିସି ଭୁବନେଶ୍ୱର ପକ୍ଷରୁ ଆୟୋଜିତ ସ୍ୱଚ୍ଛତା ପଖୱାଡ଼ା ୨୦୨୬ ଉଦଯାପିତ

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ (ସିବିସି) ଏବଂ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ସ୍ୱଚ୍ଛତା ପଖୱାଡ଼ା ୨୦୨୬ର ଉଦଯାପନୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱଚ୍ଛତା, ଜନ ଭାଗିଦାରୀ ଏବଂ ଅଭ୍ୟାସଗତ ପରିବର୍ତ୍ତନ ଦିଗରେ ସାମୂହିକ ପ୍ରତିବଦ୍ଧତା ପ୍ରତିଫଳିତ ହୋଇଥିଲା।

ଏହି କାର୍ଯ୍ୟକ୍ରମ ପିଆଇବି ଏବଂ ସିବିସି (ଓଡ଼ିଶା ଏବଂ ଝାଡ଼ଖଣ୍ଡ କ୍ଷେତ୍ର)ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ବିର୍ଲା ଗ୍ଲୋବାଲ୍ ୟୁନିଭରସିଟିର ଏନଏସଏସ ସେଲ ଆବାହକ ପ୍ରଫେସର ଯୋଗେନ୍ଦ୍ର ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନର ମୂଳ ଲକ୍ଷ୍ୟ ଉପରେ ଆଲୋକପାତ କରାଯିବା ସହିତ ଜନଭାଗିଦାରୀ ଏବଂ ଦୀର୍ଘସ୍ଥାୟୀ ଅଭ୍ୟାସଗତ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଶ୍ରୀ ମିଶ୍ର କହିଥିଲେ ଯେ, ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ମିଶନ’ କେବଳ ବାହ୍ୟ ସ୍ବଚ୍ଛତା ମଧ୍ୟରେ ସୀମିତ ନୁହେଁ, ବରଂ ଏହା ମାନସିକ ସ୍ୱଚ୍ଛତାର ଏକ ବ୍ୟାପକ ଆନ୍ଦୋଳନ। ସ୍ୱଚ୍ଛତାକୁ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଗ୍ରହଣ କରିବା ଆବଶ୍ୟକ।  ସ୍ୱଚ୍ଛତା ଯେତେବେଳେ ଜୀବନଶୈଳୀରେ ପ୍ରତିଫଳିତ ହେବ ଏବଂ ନାଗରିକଙ୍କ ମୂଲ୍ୟବୋଧ ଭାବେ ଗ୍ରହଣୀୟ ହେବ, ସେତେବେଳେ ହିଁ ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ଗଠନ ସମ୍ଭବ ବୋଲି ସେ ମତବ୍ୟକ୍ତ କରିଥିଲେ।

ତନୟା ପଟ୍ଟନାୟକ ସ୍ୱଚ୍ଛତା ପ୍ରତି ଜନସାଧାରଣଙ୍କୁ ସଚେତନ କରି କହିଥିଲେ, ସ୍ୱଚ୍ଛତାର ଅଭିଯାନ ନିଜ ଘରୁ ହିଁ ଆରମ୍ଭ ହେବା ଆବଶ୍ୟକ। କେବଳ ପ୍ରଶାସନିକ ବ୍ୟବସ୍ଥା ଦ୍ୱାରା ଦୀର୍ଘସ୍ଥାୟୀ ସ୍ୱଚ୍ଛତା ଲକ୍ଷ୍ୟ ହାସଲ କରାଯାଇପାରିବ ନାହିଁ, ଏଥିପାଇଁ ଜନ ସଚେତନତା, ଉତ୍ତରଦାୟିତ୍ୱ ଏବଂ ସଚେତନ ପଦକ୍ଷେପର ଆବଶ୍ୟକତା ରହିଛି। ନିଜ  ଆଖପାଖ ପରିବେଶ ଏବଂ ସାମାଜିକ ସ୍ତରରେ ପରିଚ୍ଛନ୍ନତାକୁ ବଜାୟ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତିର ସାମୂହିକ ଦାୟିତ୍ୱବୋଧ ଓ ସଚେତନତା ଏକାନ୍ତ ଅପରିହାର୍ଯ୍ୟ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହାଦ୍ୱାରା ପ୍ରକୃତରେ ଏକ ସ୍ୱଚ୍ଛ ଏବଂ ସମୃଦ୍ଧ ରାଷ୍ଟ୍ର ଗଠନ ସମ୍ଭବ।

ପ୍ରଫେସର ଯୋଗେନ୍ଦ୍ର ସିଂହ କହିଥିଲେ ଯେ, ଭିତ୍ତିଭୂମି ଅପେକ୍ଷା ସ୍ୱଚ୍ଛତା ପାଇଁ ବ୍ୟକ୍ତିଗତ ସଚେତନତା ଆବଶ୍ୟକ। ଗ୍ରାମାଞ୍ଚଳରେ ଏହି ସଚେତନତା ଅଧିକ ଦେଖାଯାଏ। ସହରାଞ୍ଚଳରେ ସ୍ୱଚ୍ଛତା ଘର ପର୍ଯ୍ୟନ୍ତ ସୀମିତ ରହିଯାଏ ବୋଲି ମତ ରଖିବା ସହିତ ବ୍ୟାପକ ସାମାଜିକ ସମ୍ପୃକ୍ତି ପାଇଁ ସେ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମର ଅଂଶ ସ୍ୱରୂପ ସିବିସି, ଭୁବନେଶ୍ୱରର ବରିଷ୍ଠ କଳାକାରମାନଙ୍କ ଦ୍ୱାରା ‘ବିକଶିତ ଭାରତ ୨୦୪୭’ ବାର୍ତ୍ତା ଉପରେ ଆଧାରିତ ଏକ ନାଟକ ପରିବେଷଣ କରାଯାଇଥିଲା।କଳାକାରମାନେ ସୃଜନଶୀଳ ଉପସ୍ଥାପନା ମାଧ୍ୟମରେ ସ୍ୱଚ୍ଛତାର ବାର୍ତ୍ତା ପ୍ରସାର କରିଥିଲେ।

କାର୍ଯ୍ୟକ୍ରମର ସମାପନ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସିବିସିର ସହାୟକ ନିର୍ଦ୍ଦେଶକ ପ୍ରଦୀପ କୁମାର ଚୌଧୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ କ୍ଷେତ୍ର ପ୍ରଚାର ଅଧିକାରୀ  ସସ୍ମିତା ପାଇକରାୟ ଧନ୍ୟବାଦ ଜ୍ଞାପନ କରିଥିଲେ।

ଅଖିଳ ମିଶ୍ର ତନୟା ପଟ୍ଟନାୟକ ପିଆଇବି ସିବିସି ଭୁବନେଶ୍ୱର ସ୍ୱଚ୍ଛତା ପଖୱାଡ଼ା ୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Latest News

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.